• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ୟାକେଜ୍ଡ ଡ୍ରିଙ୍କିଂ ଓ୍ୱାଟର୍ ବା ବୋତଲ ପାଣି । ବଜାରରେ ବେତାଜ୍ ବାଦଶାହ- ବିସଲେରି । ଭାରତର ସବୁଠୁ ପୁରୁଣା ବୋତଲ ପାଣି ବ୍ରାଣ୍ଡ୍ । ଭାରତ ଓ ପଡ଼ୋଶୀ ଦେଶରେ ଏବେ ଏହାର ୧୩୩ଟି ପ୍ଲାଣ୍ଟ୍, ୪ହଜାର ଡିଷ୍ଟ୍ରିବ୍ୟୁଟର୍ଙ୍କ ନେଟଓ୍ୱର୍କ ଓ ୫ ହଜାର ବିତରଣ ଟ୍ରକ୍ । ଏଭଳି ହଜାର ହଜାର କୋଟି ଟଙ୍କାର କଂପାନୀ ବିକ୍ରି ହେବାକୁ ଯାଉଛି । ଟାଟା ହୁଏତ ବିସଲେରିକୁ କିଣିପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ କାହିଁକି? ଏହାର କାରଣ ହେଉଛି- ମାଲିକଙ୍କ ଝିଅ ମାଲିକାନା ନେବାକୁ ମଙ୍ଗୁନି ।

ଦିନ ଥିଲା ଭାରତରେ ବୋତଲ ପାଣିର ପ୍ରତିଶବ୍ଦ ପାଲଟିଥିଲା ବିସଲେରି । ପ୍ରାୟ ୫ ଦଶନ୍ଧିର ଯାତ୍ରାରେ ଏହି ପ୍ୟାକେଜ୍ଡ ମିନେରାଲ୍ ଓ୍ୱାଟର୍ ବ୍ରାଣ୍ଡ୍ ସାଉଁଟିଛି ଆକାଶ ଛୁଆଁ ଗ୍ରାହକୀୟ ଆଦୃତି । ଏବେ ବଜାରରେ ବିଭିନ୍ନ ନାଁରେ ବୋତଲ ପାଣି ଆସୁଥିଲେ ବି, ବିସ୍ଲେରିର ରହିଛି ସର୍ବଦା ସ୍ୱାତନ୍ତ୍ର୍ୟ । ୧୯୬୯ରେ ଜଣେ ଇଟାଲୀୟ ଉଦ୍ୟୋଗପତିଙ୍କ ଠାରୁ ମାତ୍ର ୪ ଲକ୍ଷ ଟଙ୍କାରେ କିଣିଥିବା ଏହି କଂପାନୀକୁ, ଏବେ ୭ ହଜାର କୋଟି ଟଙ୍କାରେ ବିକି ଦେବାକୁ ଚାହୁଁଛନ୍ତି ଏହାର ଚେୟାରମ୍ୟାନ ରମେଶ ଚୌହାନ ।

ଚର୍ଚ୍ଚା ହେଉଛି, ୮୨ ବର୍ଷୀୟ ରମେଶ ଚୌହାନ ନିଜର ବାର୍ଦ୍ଧକ୍ୟ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦୃଷ୍ଟିରୁ କଂପାନୀକୁ ଏକ ସୁରକ୍ଷିତ ହାତରେ ଟେକି ଦେବା ପାଇଁ ଚାହୁଁଛନ୍ତି । ହେଲେ ଏଥିପାଇଁ ତାଙ୍କୁ ମିଳୁନାହାନ୍ତି ଉତ୍ତରାଧିକାରୀ । ତାଙ୍କର ୩୭ ବର୍ଷୀୟ ଝିଅ ତଥା ବିସଲେରିର ଭାଇସ୍ ଚେୟାରମ୍ୟାନ ଜୟନ୍ତୀ ଚୌହାନ ଏହି ହଜାର ହଜାର କୋଟି ଟଙ୍କାର କଂପାନୀରେ କୌଣସି ଆଗ୍ରହ ଦେଖାଉନାହାନ୍ତି । ସେ ଏହାର ମାଲିକାନା ନିଜ ହାତକୁ ନେବା ପାଇଁ ରାଜି ହେଉନାହାନ୍ତି । ତେଣୁ ବାଧ୍ୟ ହୋଇ ଏହାକୁ ବିକ୍ରି କରିଦେବା ପାଇଁ କ୍ରେତା ଖୋଜୁଛନ୍ତି ରମେଶ । ଆଉ ଏସବୁ ଭିତରେ ସୂଚନା ମିଳିଛି ଯେ, ଟାଟା କଞ୍ଜ୍ୟୁମର୍ ପ୍ରଡକ୍ଟସ ଲିମିଟେଡ୍ ବା TCPL ସହିତ ୬ରୁ ୭ ହଜାର କୋଟି ଟଙ୍କାରେ ଏହି ଡିଲ୍ ଖୁବଶୀଘ୍ର ଚୂଡ଼ାନ୍ତ ହୋଇପାରେ । କଂପାନୀ ବିକ୍ରି ହୋଇଗଲେ ମଧ୍ୟ ବର୍ତ୍ତମାନର ମ୍ୟାନେଜମେଣ୍ଟ୍ ୨ ବର୍ଷ ଯାଏଁ ଏହାର ଦାୟିତ୍ୱ ସମ୍ଭାଳିବ ।

ଅଧିକ ପଢ଼ନ୍ତୁ: ପବନ ବିକ୍ରିକରି ଭଲ ରୋଜଗାର କରୁଛନ୍ତି ଯୁବକ; ବୋତଲ ୪୦୦ ଟଙ୍କା

JRC ଭାବେ ପରିଚିତ ଜୟନ୍ତୀ ଚୌହାନଙ୍କ ପିଲାବେଳ ଦିଲ୍ଲୀ, ବମ୍ବେ ଓ ନିୟୁୟର୍କରେ କଟିଛି । ସେ ଲଣ୍ଡନରେ ଫ୍ୟାଶନ ଷ୍ଟାଇଲିଂ ଓ ଫଟୋଗ୍ରାଫି ଏବଂ ଆମେରିକାର ଲସ୍ ଆଞ୍ଜେଲସରେ ପ୍ରଡକ୍ଟ ଡେଭଲପମେଣ୍ଟ ସଂପର୍କିତ ଶିକ୍ଷାଲାଭ କରିଛନ୍ତି । ମାତ୍ର ୨୪ ବର୍ଷ ବୟସରେ ବାପାଙ୍କ ତତ୍ତ୍ୱାବଧାନରେ ବିସଲେରିରେ କାମ ଆରମ୍ଭ କରିଥିଲେ ଜୟନ୍ତୀ ।

ସେ ପ୍ରଥମେ ଦିଲ୍ଲୀ ଅଫିସ୍ ଓ ପରେ ମୁମ୍ବାଇ ଅଫିସ୍ ଦାୟିତ୍ୱ ସମ୍ଭାଳିବା ସହ ବିଭିନ୍ନ ବିଭାଗର ପୁନର୍ଗଠନ କରିଥିଲେ । ତାଙ୍କ ନେତୃତ୍ୱରେ ବିସଲେରି ଇଣ୍ଟରନ୍ୟାସନାଲ କଂପାନୀର ବେଦିକା ନ୍ୟାଚୁରାଲ୍ ମାଉଣ୍ଟେନ୍ ଓ୍ୱାଟର୍, ଫିଜି ଫ୍ରୁଟ୍ ଡ୍ରିଙ୍କ୍ ଓ ବିସଲେରି ହ୍ୟାଣ୍ଡ୍ ପ୍ୟୁୟରିଫାୟାର ଆଦି ନୂଆ ଉତ୍ପାଦ ବଜାରକୁ ଛାଡ଼ିଛି । ତେବେ ଏସବୁ ଯୋଗଦାନ ସତ୍ତ୍ୱେ ଝିଅ କଂପାନୀର ମାଲିକାନା ସମ୍ଭାଳିବାକୁ ଅମଙ୍ଗ ହେଉଥିବାରୁ, ଏହାକୁ ବିକ୍ରି କରିବାକୁ ଚାହୁଁଛନ୍ତି ବାପା ରମେଶ ଚୌହାନ ।

ଅନେକେ ହୁଏତ ଜାଣିନଥିବେ, ଥମ୍ସଅପ୍, ଲିମକା, ମାଜା, ଗୋଲ୍ଡସ୍ପଟ୍, ସାଇଟ୍ରା ଆଦି ବ୍ରାଣ୍ଡର ମଧ୍ୟ ଜନକ ହେଉଛନ୍ତି ବିସଲେରି ଚେୟାରମ୍ୟାନ ରମେଶ ଚୌହାନ । ୧୯୯୩ରେ ସେ ଏହି ସବୁ ସଫ୍ଟ ଡ୍ରିଙ୍କ୍ ବ୍ରାଣ୍ଡକୁ କୋକାକୋଲା କଂପାନୀକୁ ବିକି ଦେଇଥିଲେ । ତେଣେ ସଲ୍ଟରୁ ଆରମ୍ଭ କରି ସଫ୍ଟେଓ୍ୱର୍ ଯାଏଁ, ସବୁ କ୍ଷେତ୍ରରେ ନିଜ ପାଦ ଥାପି ସାରିଥିବା ଟାଟା ଗ୍ରୁପ୍ ବିସଲେରିକୁ କିଣିଲେ । ଏହି ବର୍ଗରେ କଂପାନୀକୁ ଏବେ ବଡ଼ ସଫଳତା ମିଳିବ। ଏବେ TCPL ହିମାଲୟାନ୍ ନାଚୁରାଲ୍ ମିନେରାଲ୍ ଓ ଟାଟା କପର୍ ପ୍ଲସ୍ ଆଦି ବ୍ରାଣ୍ଡ୍ ବଜାରକୁ ଛାଡ଼ୁଛି ... ।