Advertisment

Unique Offer: ମାଲାମାଲ ହେବେ ବାପା-ମାଆ; ଝିଅ ଜନ୍ମ କଲେ ମିଳିବ ୫୦ ହଜାର; ପୁଅ ହେଲେ ଗାଈ-ବାଛୁରୀ...

ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ବଡ଼ ଉପହାର। ମାଲାମାଲ ହେବେ ବାପା-ମା’। ଏଭଳି କିଛି ବଡ଼ ଅଫର ଦେଇଛନ୍ତି ଖୋଦ ସାଂସଦ। ଜନିସଂଖ୍ୟା ବୃଦ୍ଧି ପାଇଁ ସେ କରିଛନ୍ତି ବଡ଼ ଅପିଲ୍‌।

ଅଦ୍ୟତନ ହୋଇଛି
Birth of a Daughter Earns ₹50,000

Birth of a Daughter Earns ₹50,000

Advertisment

ଏଣିକି ଝିଅ ଜନ୍ମ କଲେ ମିଳିବ ୫୦ ହଜାର। ଆଉ ପୁଅ ହେଲେ ଦିଆଯିବ ଗାଈ ବାଛୁରୀ। ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ବଡ଼ ଉପହାର। ମାଲାମାଲ ହେବେ ବାପା-ମା’। ଏଭଳି କିଛି ବଡ଼ ଅଫର ଦେଇଛନ୍ତି ଖୋଦ ସାଂସଦ। ଜନିସଂଖ୍ୟା ବୃଦ୍ଧି ପାଇଁ ସେ କରିଛନ୍ତି ବଡ଼ ଅପିଲ୍‌। ନିଜ ଅଞ୍ଚଳରେ ମା’ ମାନଙ୍କୁ ଛୁଆ ଜନ୍ମ କରିବା ପାଇଁ ଟିଡିପି ସାଂସଦ ଦେଇଛନ୍ତି ଲୋଭନୀୟ ଅଫର୍‌।

Advertisment

ଭାରତରେ ଇନ୍ଦିରା ଗାନ୍ଧିଙ୍କ ଶାସନ କାଳରେ ଦିଆଯାଇଥିଲା ଆମେ ଦୁଇ ଆମର ଦୁଇ ନାରା। ଏହାର ଉଦ୍ଧେଶ୍ୟ ଥିଲା ଜନସଂଖ୍ୟା ନିୟନ୍ତ୍ରଣ। କିନ୍ତୁ ଆଜି ସ୍ଥିତି ପୂରା ଅଲଗା। ଗତ କିଛି ଦିନ ହେବ ଜନସଂଖ୍ୟା ବୃଦ୍ଧି ଉପରେ ଜୋର ଦିଆଯାଉଛି। ବିଶେଷ କରି ଦକ୍ଷିଣ ଭାରତରେ ଅଧିକ ଛୁଆ ଜନ୍ମ କରିବାକୁ କରାଯାଉଛି ଅପିଲ। ଏବେ ପୁଣି ଥରେ ଏହାକୁ ନେଇ ଦେଖିବାକୁ ମିଳିଛି ନୂଆ ହଲଚଲ। ଆନ୍ଧ୍ରପ୍ରଦେଶର ଲୋକସଭା ସାଂସଦ କାଲିସେଟ୍ଟି ଆପାଲା ନାଇଡୁ ଦୁଇରୁ ଅଧିକ ଛୁଆ ଜନ୍ମ କରିବାକୁ ଲୋକଙ୍କୁ କହିଛନ୍ତି। ଏପରିକି ତୃତୀୟ ସନ୍ତାନ ଝିଅ ଜନ୍ମ ହେଲେ ନଗଦ ୫୦ ହଜାର ଟଙ୍କା ଦେବାକୁ ସେ କରିଛନ୍ତି ଘୋଷଣା। ଖାଲି ସେତିକି ନୁହେଁ ପୁଅ ହେଲେ ଗାଇ ଓ ବାଛୁରୀ ଦେବାକୁ ସେ ଦେଇଛନ୍ତି ପ୍ରତିଶ୍ରୁତି। ନିଜ ଦରମାରୁ ଏହି ଉପହାର ଦେବାକୁ ଘୋଷଣା କରିଛନ୍ତି ସାଂସଦ।   

ଅଧିକ ପଢ଼ନ୍ତୁ: ଗାଁକୁ ନୂଆ ପରିଚୟ ଦେଲେ ଝିଅ : ଦିନେ ଯେଉଁଠି ବନ୍ଧୁକ ଗର୍ଜୁଥିଲା, ଆଜି ସେଠି ମାଳ ମାଳ ପ୍ରତିଭା

Advertisment

ସୀମା ନିର୍ଦ୍ଧାରଣ କାର୍ଯ୍ୟାନ୍ୱୟନକୁ ନେଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ କିଛି ରାଜ୍ୟ ସରକାରଙ୍କ ମଧ୍ୟରେ, ବିଶେଷକରି ଦକ୍ଷିଣ ଭରାତୀୟ ରାଜ୍ୟଗୁଡ଼ିକ ମଧ୍ୟରେ ବିବାଦ ଭିତରେ ସାଂସଦଙ୍କ ଏହି ବୟାନ ଆସିଛି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ସୃଷ୍ଟି ହୋଇଛି ହଇଚଇ। ତାଙ୍କ ବୟାନ ଭାଇରାଲ ହେବାରେ ଲାଗିଛି। 

୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ବର୍ତ୍ତମାନର ଜନସଂଖ୍ୟା ଆଧାରରେ ସଂସଦୀୟ ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ମାଣ ପ୍ରକ୍ରିୟା, ସୀମା ନିର୍ଦ୍ଧାରଣ କରାଯିବାର ଯୋଜନା କରାଯାଇଛି। ଯେଉଁଥି ପାଇଁ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ନେତାମାନେ ଜନସଂଖ୍ୟା ବଢାଇବା ପାଇଁ ଅପିଲ୍ କରୁଛନ୍ତି। ସେମାନଙ୍କୁ ଘାରିଛି ନିଜ ରାଜ୍ୟର ସଂସଦୀୟ କ୍ଷେତ୍ର କମିବା ଭୟ। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନେକ ଟିଡିପି ନେତା ଯୁବ ଜନସଂଖ୍ୟା ହ୍ରାସ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ତେଣୁ ଏହାକୁ ବୃଦ୍ଧି କରିବାକୁ ଜୋର ଦେଉଛନ୍ତି। ସାଂସଦ ଆପଲା ନାଇଡୁଙ୍କ ଏହି ପଦକ୍ଷେପକୁ ଏହି ଦିଗରେ ଏକ ପ୍ରୟାସ ବୋଲି କୁହାଯାଉଛି।  

Advertisment

MP Girl Child Tdp Special Story Daughter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ