Advertisment

Bird Flu Scare at Nandankanan: ନନ୍ଦନକାନନକୁ ବାର୍ଡ ଫ୍ଲୁ ଭୟ; ଆଗୁଆ ଆପଣେଇଲେ ସତର୍କତା...

ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ନନ୍ଦନକାନନରେ ସତର୍କତା ଆପଣାଯାଇଛି। ନନ୍ଦନକାନନର ସମସ୍ତ ଷ୍ଟାଫଙ୍କୁ ସଚେତନତା କରାଯାଇଛି।

ଅଦ୍ୟତନ ହୋଇଛି
Bird Flu Scare at Nandankanan

Bird Flu Scare at Nandankanan

Advertisment

ନନ୍ଦନକାନନକୁ ବାର୍ଡ ଫ୍ଲୁ ଭୟ। ଆଗୁଆ ସତର୍କତା ଆପଣେଇଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ନନ୍ଦନକାନନରେ ସତର୍କତା ଆପଣାଯାଇଛି। ନନ୍ଦନକାନନର ସମସ୍ତ ଷ୍ଟାଫଙ୍କୁ ସଚେତନତା କରାଯାଇଛି। ଯଦି କୌଣସି ପକ୍ଷୀଙ୍କ ଠାରେ ଫ୍ଲୁ'ର ଲକ୍ଷଣ ଦେଖାଯାଏ ସେଥିପ୍ରତି ଧ୍ୟାନ ରଖିବାକୁ ପରାମର୍ଶ ଦିଆଯାଇଛି।

Advertisment

ପ୍ରତ୍ୟେକ ଦିନ ପକ୍ଷୀମାନଙ୍କର ହାଲଚାଲର ରିପୋର୍ଟ ପ୍ରସ୍ତୁତ କରାଯିବ। ଏହି ରିପୋର୍ଟକୁ ପ୍ରତ୍ୟେକ ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟନର ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକ ରିଭ୍ୟୁ କରିବେ। ଭେଟନାରୀ ଡାକ୍ତରଙ୍କ ପାଇଁ ଏକ ସ୍ୱତନ୍ତ୍ର କିଟ ବ୍ୟବସ୍ଥା କରାଯାଇଛି। ବାର୍ଡ କିପର ମାନଙ୍କ ପାଇଁ ସ୍ୱତନ୍ତ୍ର ଗ୍ଲୋବସ, କିଟ ଆଦି ପରିଧାନ କରିବେ। ନନ୍ଦନକାନନରେ ଥିବା ଖୋଲା ପକ୍ଷୀ ବିହାରରେ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ବାରଣ କରାଯାଇଛି। ଚିକେନ କିମ୍ବା ଅଣ୍ଡା ଆଦି ବାହାର ଭେଣ୍ଡର୍ସମାନଙ୍କୁ ନନ୍ଦନକାନନକୁ ଆଣିବାକୁ ବାରଣ କରାଯାଇଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୨ କିଲୋମିଟର ମଧ୍ୟରେ ଥିବା ବାର୍ଡ ଫାର୍ମ ଉପରେ ନଜର ରହିଛି। ବାହାରୁ ଯେଉଁ ଗାଡି ପ୍ରାଣୀ ଉଦ୍ୟାନ ମଧ୍ୟକୁ ପ୍ରବେଶ କରିବ ତାହା ଏକ ସ୍ୱତନ୍ତ୍ର ପାଣି ମଧ୍ୟରେ ଯିବ। ଯାହାଫଳରେ ସଂକ୍ରମଣ ହେବାର ସମ୍ଭବନା କମ ରହିବ।

Bird Flu Nandankanan Zoo Bird Flu Scare Nandankanan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ