ଗର୍ଲଫ୍ରେଣ୍ଡ ପାଇଁ ଝିଅ ବେଶରେ ଦେଉଥିଲେ ପରୀକ୍ଷା; ଯୁବକଙ୍କୁ ବାନ୍ଧିଲା ପୋଲିସ

ଜାଣି ଆଶ୍ଚର୍ଯ୍ୟ ହେବେ ଏଗୁଡ଼ିକୁ ପିନ୍ଧି ସଜେଇ ହୋଇଥିବା ଯୁବକ ଜଣକ ମହିଳା ନୁହଁନ୍ତି, ବରଂ ଜଣେ ପୁରୁଷ । ଆଉ ଘରେ ନୁହେଁ କି ଅନ୍ୟ କେଉଁ ସ୍ଥାନ ନୁହେଁ ବରଂ ଖୋଦ୍‌ ପରୀକ୍ଷା ହଲ୍‌ରେ ଏପରି ବେଶରେ ନଜର ଆସିଥିଲେ ଯୁବକ ଜଣକ ।

ଗର୍ଲଫ୍ରେଣ୍ଡ ପାଇଁ କୁଛ୍‌ ଭି କରେଗା

ଗର୍ଲଫ୍ରେଣ୍ଡ ପାଇଁ କୁଛ୍‌ଭି କରେଗା । ଯୁବକଙ୍କ ହରକତ ଜାଣିଲେ ମୁଣ୍ଡରେ ଦେବେ ହାତ । ମଥାରେ ବିନ୍ଦି... ଓଠରେ ଲିପ୍‌ଷ୍ଟିକ୍‌... ଆଉ ମୁହଁରେ ସଜସଜ ମେକ୍‌ଅପ୍‌ । ଗୋରା ଚେହେରାର ହାତକୁ ଢାଙ୍କିବାକୁ ଗୁଡ଼ାଇଥିଲେ ହ୍ୟାଣ୍ଡକଫ୍‌ । ଏ ସବୁକୁ ସଜେଇ ହୋଇ ଦିଶୁଥିଲେ ଭାରୀ ସୁନ୍ଦରୀ ।

ଜାଣି ଆଶ୍ଚର୍ଯ୍ୟ ହେବେ ଏଗୁଡ଼ିକୁ ପିନ୍ଧି ସଜେଇ ହୋଇଥିବା ଯୁବକ ଜଣକ ମହିଳା ନୁହଁନ୍ତି, ବରଂ ଜଣେ ପୁରୁଷ । ଆଉ ଘରେ ନୁହେଁ କି ଅନ୍ୟ କେଉଁ ସ୍ଥାନ ନୁହେଁ ବରଂ ଖୋଦ୍‌ ପରୀକ୍ଷା ହଲ୍‌ରେ ଏପରି ବେଶରେ ନଜର ଆସିଥିଲେ ଯୁବକ ଜଣକ । ଆଉ ସବୁଠାରୁ ବଡ଼ କଥା ହେଉଛି ନିଜ ଗର୍ଲଫ୍ରେଣ୍ଡ ପାଇଁ ହେଲ୍ଥ ସାଇନ୍ସ ପରୀକ୍ଷା ଦେଉଥିଲେ ।

ସୂଚନା ମୁତାବକ ପଞ୍ଜାବର ଫରିଦକୋଟରୁ ଏଭଳି ଏକ ଘଟଣା ସାମ୍‌ନାକୁ ଆସିଛି । ପ୍ରେମିକା ପାଇଁ ହେଲ୍ଥ ସାଇନ୍ସ ପରୀକ୍ଷା ଦେବାକୁ ଏପରି କାଣ୍ଡ କରିଛନ୍ତି ଯୁବକ ଜଣକ । ପରୀକ୍ଷାର କିଛି ସମୟ ପରେ ଏହି ଘଟଣା ଜଣାପଡ଼ିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଯୁବକଙ୍କ ନାଁ ହେଉଛି ଅଙ୍ଗ୍ରେଜ ସିଂ । ଜାନୁଆରୀ ୭ ତାରିଖରେ କୋଟକାପୁରାର DAV ପବ୍ଲିକ ସ୍କୁଲରେ ସେ ପରୀକ୍ଷା ଦେବାକୁ ଯାଇଥିଲେ ।

ସେଠାରେ ନକଲି ଆଧାର, ଭୋଟର କାର୍ଡ ସହିତ ଜାଲ୍ ପରିଚୟ ପତ୍ର ଦେଖି ତାଙ୍କୁ ଧରିଥିଲେ କର୍ତ୍ତୃପକ୍ଷ । ପରେ ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ଘଟଣାକୁ ନେଇ ପିନ୍ସପାଲ ତାଙ୍କ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ଜଣେ ଯୁବକ ମହିଳାଙ୍କ ବେଶରେ ପରୀକ୍ଷା ଦେବାକୁ ଆସିଥିଲେ । ଏନେଇ ପୋଲିସକୁ ସୂଚନା ଦିଆଯିବା ପରେ ପୋଲିସ ଯୁବକଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।

ଏସପି ଜସମିତ କହିଛନ୍ତି, ଅଭିଯୋଗକୁ ଗ୍ରହଣ କରାଯାଇଛି । ବର୍ତ୍ତମାନ ତଦନ୍ତ କରାଯାଉଛି । ତଦନ୍ତ ଶେଷ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।