• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିବ୍ୟାଙ୍ଗ ଝିଅର ମନୋବଳରେ ଲାଗିଗଲା ଡେଣା । ଦଇବର ଉପହାସକୁ ପାଦେ ପାଦେ ଚ୍ୟାଲେଞ୍ଜ କରୁଥିବା ସୀମାକୁ ମିଳିଲା ଦ୍ୱିତୀୟ ଗୋଡ଼ । ଏବେ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ନୁହେଁ, ଦୁଇ ଗୋଡ଼ରେ ସ୍କୁଲ ଯିବ । ସାଧାରଣ ପିଲାଙ୍କ ପରି ଦୁନିଆ ଦେଖିବ । ଆଉ ସେହି ନୂଆ ଦୁନିଆରେ ଦୁଇ ଗୋଡ଼ରେ ଚାଲିବ । କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସୀମା ଗୋଟିଏ ଗୋଡରେ ସ୍କୁଲ ଯାଉଥିବା ଦେଖିବାକୁ ମିଳିଥିଲା

ଭିଡିଓଟି ଭାଇରାଲ ହେବା ପରେ ଝିଅର ଅସହାୟତାକୁ ଅନୁଭବ କରି ଲୋକମାନେ ସାହାଯ୍ୟର ହାତ ବଢ଼ାଇଥିଲେ । ଫଳରେ ବିହାର ଫତେହପୁର ଗାଁର ଦିବ୍ୟାଙ୍ଗ କୁନି ଝିଅ ସୀମାର ଦୁନିଆ ବଦଳି ଯାଇଛି । ସେ ଗୋଟିଏ ଗୋଡ଼ରେ ସ୍କୁଲ ଯାଉଥିବା ଭିଡିଓ ଭାଇରାଲ ହେବା ପରେ ତାଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରାଯାଇଛି । ତେବେ ଦ୍ୱିତୀୟ ଗୋଡ଼ ପାଇଁ ସୀମାର ଖୁସି କହିଲେ ନସରେ । ଆଜି ଆଖି ତା’ର ଚିକ୍‌ମିକ୍‌ କରୁଛି । କାରଣ ଭିନ୍ନକ୍ଷମତା ତା’ର ସ୍ୱପ୍ନ ଆଗରେ ଆଉ କଣ୍ଟା ସାଜିପାରିବନି । ପାଠପଢ଼ି ଭବିଷ୍ୟତରେ ଶିକ୍ଷକତା କରିବାକୁ ଚାହୁଁଥିବା ସୀମା ବାପାମା’ର ଟେକ ରଖିବ ।

 

ସୀମାକୁ କୃତ୍ରିମ ଗୋଡ଼ ମିଳିବା ପରେ ସୋସିଆଲ ମିଡିଆରେ ପୁଣି ଥରେ ତା’ର ଫଟୋ ଭାଇରାଲ ହେଉଛି । ଫଟୋରେ ଦେଖିବାକୁ ମିଳୁଛି ସୀମା ଦୁଇ ଗୋଡରେ ଛିଡ଼ା ହୋଇଛି । ଫଟୋରେ ତା ମୁହଁରେ ଖୁସି ସ୍ପଷ୍ଟ ଦେଖିବାକୁ ମିଳୁଛି । @UtkarshSingh_ ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ଫଟୋ ସେୟାର କରାଯାଇଛି । ଲୋକମାନେ ଏହି ଚିତ୍ରକୁ ବହୁତ ପସନ୍ଦ କରୁଛନ୍ତି । ଏହି ଫଟୋ ଭାଇରାଲ ହେବା ପରେ ଲୋକେ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି। ଜଣେ ୟୁଜର କହିଛନ୍ତି – ଝିଅଟିକୁ ନୂଆ ଜୀବନ ମିଳିଛି, ସେ ଏବେ ଦୁନିଆକୁ ନୂଆ ରୂପରେ ଦେଖିବ ।