Advertisment

୨୦ ବର୍ଷୀୟ ଯୁବତୀଙ୍କ ଫଟୋ ଦେଖାଇ ୪୫ ବର୍ଷୀୟ ମହିଳାଙ୍କ ସହ ବାହାଘର କରାଉଥିଲେ, ତା’ ପରେ...

ଜଣେ ୨୦ ବର୍ଷର ଯୁବତୀଙ୍କ ଫଟୋକୁ ଦେଖାଇ ୪୫ ବର୍ଷୀୟ ମହିଳାଙ୍କର ବାହାଘର ହେବାକୁ ଯାଉଥିଲା। ଯୁବକ ଜଣକ ଜାଣିପାରିଲେ ତାଙ୍କ ସହ ପ୍ରତାରଣା ହେଉଛି। ତେଣୁ....

ଅଦ୍ୟତନ ହୋଇଛି
up marriage

up marriage

Advertisment

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଇଟାୱାରେ ହୋଇଥିବା ଏକ ବାହାଘର ଏବେ ଚର୍ଚ୍ଚାର ବିଷୟ ହୋଇଛି। ଜଣେ ୨୦ ବର୍ଷର ଯୁବତୀଙ୍କ ଫଟୋକୁ ଦେଖାଇ ୪୫ ବର୍ଷୀୟ ମହିଳାଙ୍କ ସହ ବାହାଘର ହେବାକୁ ଯାଉଥିଲା। ପ୍ରଥମେ ଯୁବତୀଙ୍କ ଫଟୋ ଦେଖି ଯୁବକ ଜଣକ ବାହାଘର ପାଇଁ ରାଜି ହୋଇଥିଲେ। ହେଲେ ତାଙ୍କ ସହ ପ୍ରତାରଣା କରାଯାଇଥିବା ଜାଣିବା ପରେ ସିଧା ପହଞ୍ଚିଛନ୍ତି ପୋଲିସ ଷ୍ଟେସନ। ଏ ନେଇ ଏକ ମାମଲା ବି ରୁଜୁ ହୋଇଛି।

Advertisment

ମିଳିଥିବା ସୂଚନା ମୁତାବକ, ଶତ୍ରୁଘ୍ନ ସିଂହ ନାମକ ଜଣେ  ଯୁବକ ବାହାଘର ପାଇଁ କନ୍ୟା ଖୋଜୁଥିଲେ। ହେଲେ ସେ ଏମିତି ଠକାମିରେ ପଡ଼ିବେ ବୋଲି ଜାଣି ନ ଥିଲେ। ଦଲାଲମାନେ ତାଙ୍କୁ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ଫଟୋ ଦେଖାଇ ଥିଲେ। ଏହି ବାହାଘର ପାଇଁ ଦଲାଲମାନେ ତାଙ୍କଠାରୁ ୩୫ ହଜାର ଟଙ୍କା ବି ନେଇ ଯାଇଥିଲେ। ହେଲେ ବିବାହ ଦିନ ଯୁବକ ଜଣକ ଯେତେବେଳେ ମନ୍ଦିରରେ ପହଞ୍ଚିଲେ,  ତାଙ୍କୁ ଖବର ମିଳିଲା କି ବିବାହ ଜଣେ ୪୫ ବର୍ଷୀୟ ମହିଳାଙ୍କ ସହ ହେବାକୁ ଯାଉଛି। ସେତିକି ନୁହେଁ, ମହିଳାଜଣକ ୨ ସନ୍ତାନର ମା’ ବୋଲି ମଧ୍ୟ କୁହାଯାଉଛି। 

Advertisment

ଏପରି ଠକାମିରେ ଶତ୍ରୁଘ୍ନ ରାଗି ଯାଇଥିଲେ। ବିବାହ କରିବା ପାଇଁ ମନା କରିବା ସହ ନିଜ ମା’ଙ୍କ ସହ ପୋଲିସ ଷ୍ଟେଶନ ଯିବା ପାଇଁ କହିଥିଲେ। ପରିସ୍ଥିତି ଖରାପ ହେବା ଦେଖି ସଂପୃକ୍ତ ଦଲାଲ ଶତ୍ରୁଘ୍ନ ଏବଂ ତାଙ୍କ ପରିବାର ଲୋକଙ୍କୁ ଧମକଚମକ ବି ଦେଇଥିଲେ। ଏପରିକି ତାଙ୍କୁ ବାଡେଇବା ପାଇ ବାଡ଼ି ଧରି ଗୋଡାଇଲେ। କୌଣସି ପ୍ରକାରେ ଜୀବନ ବଞ୍ଚାଇ ଶତ୍ରୁଘ୍ନ ପୋଲିସ ଷ୍ଟେଶନ ପହଞ୍ଚି ଯାଇଥିଲେ। ଆଉ ତାଙ୍କ ସହ ହୋଇଥିବା ଠକାମି ବିଷୟରେ ଜଣାଇଥିଲେ।

ଶତ୍ରୁଘ୍ନଙ୍କ କହିବା ଅନୁଯାୟୀ, ଗାଁର ୨ ଜଣ ଦଲାଲ ତାଙ୍କଠାରୁ ୩୫ ହଜାର ଟଙ୍କା ଠକି ନେଇ ଯାଇଛନ୍ତି। ବାହାଘର ପାଇଁ ତାଙ୍କୁ ନୀଳକଣ୍ଠ ମନ୍ଦିରରେ ଜଣେ ଯୁବତୀଙ୍କୁ ଦେଖାଇଥିଲେ ଯାହା ବୟସ ପାଖାପାଖି ୨୦ ବର୍ଷ ହେବ। ଶତ୍ରୁଘ୍ନ ଯୁବତୀଙ୍କ ହାତରେ ଏକ ହଜାର ଟଙ୍କା ଦେବା ସହ ମୁହଁ ଦେଖା ଉପହାର ଭାବେ ଏକ ମିଠା ପ୍ୟାକେଟ ମଧ୍ୟ ଦେଇଥିଲେ। ଝିଅ ଦେଖିବା ପାଇଁ ଶତ୍ରୁଘ୍ନଙ୍କ ସହ ତାଙ୍କ ମାଉସୀ ଆସିଥିଲେ। ବାହାଘର ଠିକ୍‌ ହୋଇଗଲା। ତାରିଖ ଧାର୍ଯ୍ୟ ହେଲା। କାଳୀ ବାହନ ମନ୍ଦିରରେ ବିବାହ ପାଇଁ ସମସ୍ତ ବ୍ୟବସ୍ଥା କରାଗଲା। ବିବାହ ଆରମ୍ଭ ହୋଇଯାଇଥିଲା। ହଠାତ୍‌ ତାଙ୍କ ମା’ ଜାଣିବାକୁ ପାଇଲେ, ଯେଉଁ ଯୁବତୀଙ୍କୁ ଦେଖାଇଥିଲେ ତାଙ୍କର ସହ ବାହାଘର ହେଉନି। ଏପରକି ବିବାହ କରୁଥିବା ମହିଳାଙ୍କ ପାଖରେ ତାଙ୍କର ସନ୍ତାନ ମଧ୍ୟ ବସିଥିଲେ। 

Advertisment

ଶତ୍ରୁଘ୍ନଙ୍କ ମା’ ଇନ୍ଦିରା ଦେବୀଙ୍କ କହିବା ଅନୁଯାୟୀ, ମୋ ପୁଅର ବିବାହ ଜବରଦସ୍ତ ଜଣେ ବୟସ୍କ ମହିଳା ଯିଏ କି ୨ ସନ୍ତାନାର ମା’ ତାଙ୍କ ସହ କରାଇବାକୁ ଯାଉଥିଲେ। ଆମେ ମନା କରିବାରୁ ଠେଙ୍ଗା-ବାଡି ଧରି ମାରିବାକୁ ଗୋଡାଇବା ମାରି ଦେବାକୁ ଧମକ ଦେଇଥିଲେ। 

Uttar Pradesh Fraud Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ