Advertisment

କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO

କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO।  ଫଳରେ ଭାରତ ବାୟୋଟେକର କୋଭାକ୍ସିନ ନେଇଥିବା ଭାରତୀୟ ବିଶେଷ କରି ଛାତ୍ରମାନେ ବିଦେଶ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

undefined

covaxin

Advertisment

ନୂଆଦିଲ୍ଲୀ: କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO।  ଫଳରେ ଭାରତ ବାୟୋଟେକର କୋଭାକ୍ସିନ ନେଇଥିବା ଭାରତୀୟ ବିଶେଷ କରି ଛାତ୍ରମାନେ ବିଦେଶ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେବାରେ ବିଳମ୍ବ କରୁଛି। WHOର ମଞ୍ଜରୀ ନ  ମିଳିବା କାରଣରୁ କୋଭାକ୍ସିନକୁ ବିଶ୍ୱର ଅଧିକାଂଶ ଦେଶ ସ୍ୱୀକୃତ ଭାକ୍ସିନ ବୋଲି ମାନିବ ନାହିଁ। ତେବେ ଭାରତ ବାୟୋଟେକ ପକ୍ଷରୁ WHOର ମଞ୍ଜୁରୀ ପାଇଁ ଆବଶ୍ୟକ ସମସ୍ତ ଡାଟା ଜମା କରି ଦିଆଯାଇଛି। 

Advertisment

 ନ୍ୟୁଜ ଏଜେନ୍ସ ଏଏନଆଇର ଏକ ରିପୋର୍ଟ ଅନୁଯାୟୀ, ସ୍ୱାସ୍ଥ୍ୟ ମନ୍ତ୍ରାଳୟରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଡା. ଭାରତୀ ପ୍ରବୀର ଗତ ଶୁକ୍ରବାର କହିଥିଲେ, କୋଭାକ୍ସିନକୁ ମଞ୍ଜୁରୀ ମିଳିବା ପାଇଁ ସମସ୍ତ ପ୍ରକାର ଦସ୍ତାବିଜ ଜମା କରିବା ଏକ ପ୍ରକାର ପ୍ରକ୍ରିୟା। ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନକୁ WHO ମଞ୍ଜୁରୀ ଖୁବ୍‌ ଶୀଘ୍ର  ମିଳିଯିବ। ଏହା ପୂର୍ବରୁ ନାଶନାଲ ଏକ୍ସପର୍ଟ ଗ୍ରୁପ୍‌ର ଜଣେ ଡାକ୍ତର ବିକେ ପାଲ ମଧ୍ୟ କହିଛନ୍ତି ଯେ,କୋଭାକ୍ସିନ ପାଇଁ ଡବ୍ଲୁଏଚଓର ମଞ୍ଜୁରୀ ଚଳିତ ମାସ ଶେଷ ସୁଦ୍ଧା ମିଳିବାର ସମ୍ଭାବନା ରହିଛି। 

Advertisment

ଆସନ୍ତା ଅକ୍ଟୋବର ୫ ତାରିଖରେ ଷ୍ଟ୍ରାଟେଜିକ୍ ଆଡଭାଇଜରୀ ଗ୍ରୁପ ବିଶେଷଜ୍ଞଙ୍କ ବୈଠକ ବସି ଏନେଇ ଆଲୋଚନା ହେବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଞ୍ଜୁରୀ ମିଳିନଥିବାରୁ କୋଭାକ୍ସିନର ଦୁଇ ଡୋଜ୍ ଟିକା ନେଇଥିଲେ ବି ବିଦେଶରେ ଏହାକୁ ଗ୍ରହଣ କରାଯିବ ନାହିଁ ।  ତେଣୁ ତୁରନ୍ତ ଏହାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି ଭାରତ ସରକାର।
     
 

COVID-19 Vaccine COVAXIN
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ