Advertisment

ଫେବ୍ରୁଆରୀ ୧୬ ରେ ଭାରତ ବନ୍ଦ: ଜାଣନ୍ତୁ, କେଉଁ କେଉଁ କ୍ଷେତ୍ରରେ କ’ଣ ପଡ଼ିବ ପ୍ରଭାବ...

ଆସନ୍ତାକାଲି ଭାରତ ବନ୍ଦ । ପଞ୍ଜାବରୁ ଯାଉଥିବା ଶତାଧିକ ଚାଷୀଙ୍କୁ ଅମ୍ବାଲା ନିକଟ ହରିୟାଣା ସୀମାରେ ଅଟକାଇ ଦିଆଯାଇଥିବା ବେଳେ ଭାରତ ବନ୍ଦର ଡାକରା ଆସିଛି ।

ଅଦ୍ୟତନ ହୋଇଛି
Bharat Bandh 2024

Bharat Bandh

Advertisment

ଆସନ୍ତାକାଲି ଭାରତ ବନ୍ଦ । ସଂଯୁକ୍ତ କିସାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ ୟୁନିଅନ ସହ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି । ପଞ୍ଜାବରୁ ଯାଉଥିବା ଶତାଧିକ ଚାଷୀଙ୍କୁ ଅମ୍ବାଲା ନିକଟ ହରିୟାଣା ସୀମାରେ ଅଟକାଇ ଦିଆଯାଇଥିବା ବେଳେ ଭାରତ ବନ୍ଦର ଡାକରା ଆସିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏହି ବନ୍ଦ ଦ୍ୱାରା କେଉଁ କେଉଁ କ୍ଷେତ୍ର ପ୍ରଭାବିତ ହେବ, ସେ ବାବଦରେ ସୂଚନା ଦିଆଯାଇଛି।

Advertisment

ସେପଟେ ହରିୟାଣାର ସୁରକ୍ଷା ବାହିନୀ କୃଷକମାନଙ୍କ ଉପରେ ଲୁହବୁହା ଗ୍ୟାସ ବ୍ୟବହାର କରି ଅଟକାଇବାକୁ ଚେଷ୍ଟା କରିଛନ୍ତି । ଏଭଳି ସ୍ଥିତିରେ ହରିୟାଣା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପଞ୍ଜାବ ସୀମାବର୍ତ୍ତୀ ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି । ସକାଳ ୬ ଟାରୁ ୪ ଟା ପର୍ଯ୍ୟନ୍ତ ଭାରତବନ୍ଦ ଚାଲୁ ରହିବ ବୋଲି କୁହାଯାଇଛି ।

ଭାରତୀୟ କୃଷକ ସଂଗଠନ ନେତା ଯୋଗୀନ୍ଦର ସିଂହ ଫେବ୍ରୁଆରୀ ୧୬ରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ସେ କୃଷକ ସଂଗଠନ ଏବଂ ବ୍ୟବସାୟୀମାନଙ୍କୁ ସଫଳ କରିବାକୁ ନିବେଦନ କରିଛନ୍ତି ।

Advertisment

କଣ ପାଇଁ କୃଷକ ଆନ୍ଦୋଳନ?

କୃଷି ଆଇନରେ ଏମ୍‌ଏସ୍‌ପି ବ୍ୟବସ୍ଥା ନ ଥିବା ଏବଂ ଖାଦ୍ୟଶସ୍ୟ ଦର ନିର୍ଦ୍ଧାରଣ ଉପରେ ଶିଳ୍ପଗୋଷ୍ଠୀଙ୍କ ଏକଚାଟିଆ ଅଧିକାର ରହିବା ଆଶଙ୍କା କରି ପ୍ରାୟ ବର୍ଷେ ଧରି ଏହି ଆନ୍ଦୋଳନ ଚାଲିଥିଲା । ୨୦୨୧ ନଭେମ୍ବର ୧୯ରେ କୃଷକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଥିଲେ ସରକାର । ଫଳରେ ଉକ୍ତ ଆଇନ ପ୍ରତ୍ୟାହାର ଘୋଷଣା ହୋଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏମ୍‌ଏସ୍‌ପି ଉପରେ କୌଣସି ଆଇନ ଆସିନଥିବାରୁ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଛି ।

ଅନ୍ୟପଟେ ଆନ୍ଦୋଳନକୁ ଦବାଇ ଦେବାକୁ ପ୍ରୟାସ କରାଯାଉଛି । ବିକ୍ଷୋଭରେ ସାମିଲ ହେବାକୁ ଯାଉଥିବା କୃଷକମାନଙ୍କ ପାସ୍‌ପୋର୍ଟ ମଧ୍ୟ ରଦ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Advertisment

ସେପଟେ ପରିବହନ, କୃଷି, MNREGA, ବେସରକାରୀ କାର୍ଯ୍ୟାଳୟ, ଦୋକାନ, ଶିଳ୍ପ ଏବଂ ସେବା କ୍ଷେତ୍ର ଆଦି ପ୍ରଭାବିତ ହୋଇପାରେ ।

Bharat Bandh Farmers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ