• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଗ୍ନିପଥ ଯୋଜନାକୁ ବିରୋଧ କରି ଭାରତ ବନ୍ଦ ଡାକରା ଯୋଗୁଁ ହରିଆଣାର ଗୁରୁଗ୍ରାମ- ଦିଲ୍ଲୀ ରୋଡରେ ଦେଖାଦେଇଛି ଟ୍ରାଫିକ୍ ଜାମ୍ । ଦିଲ୍ଲୀ- ଗୁରୁଗ୍ରାମ ଜାତୀୟ ରାଜପଥରେ ହଜାର ହଜାର ସଂଖ୍ୟାରେ ଗାଡ଼ି ଅଟକ ରହିଛି । ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ସେପଟେ ବିହାରର ପାଟଣା ଜଙ୍କସନରେ ବି ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ପାଟନା ଜଙ୍ଗସନରେ ଅନେକ ଟ୍ରେନ ବିଳମ୍ବରେ ଚାଲୁଥିବା ବେଳ ଯାତ୍ରୀ ଟ୍ରେନ ଅପେକ୍ଷାରେ ରହିଛନ୍ତି । ଉଭୟ ଦିଲ୍ଲୀ ଏବଂ ପାଟନା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ହାଇଆଲର୍ଟରେ RPF, GRP; ହିଂସା ସୃଷ୍ଟିକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି ।

ସେପଟେ ଅଗ୍ନିପଥ ଯୋଜନା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦେଶବ୍ୟାପୀ ଭାରତ ବନ୍ଦ ପାଳନ କରାଯାଉଛି । ବନ୍ଦ ଡାକରାକୁ ଆଖି ଆଗରେ ରଖି ଆରପିଏଫ୍ ଓ ଜିଆରପିମାନଙ୍କୁ ଆଲର୍ଟ କରାଯାଇଛି । ବନ୍ଦ ପାଳନ ବେଳେ ବିଭିନ୍ନ ସ୍ଥାନରେ ଷ୍ଟେସନରେ ଭଙ୍ଗାରୁଜା ଓ ଟ୍ରେନ ପୋଡ଼ି ଭଳି ଘଟଣା ଘଟିବାର ଆଶଙ୍କା ଥିବାରୁ ଯବାନଙ୍କୁ ଆଲର୍ଟ କରାଯାଇଛି । ଏହାସହ ହିଂସା ସୃଷ୍ଟିକାରୀଙ୍କ ଉପରେ ନଜର ରଖାଯାଇଛି ।

ସେପଟେ ସୁରକ୍ଷା ଦୃଷ୍ଟିରୁ ଝାଡ଼ଖଣ୍ଡରେ ସବୁ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ସବୁ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି ଜଣାପଡ଼ିନଥିଲେ ବି ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅଗ୍ନିପଥ ଯୋଜନା ଘୋଷଣା ହେବା ପରଠାରୁ ଦେଶର ବିଭିନ୍ନ ରାଜ୍ୟରେ ବିକ୍ଷୋଭ ଜାରି ରହିଛି । ବିହାର, ଆନ୍ଧ୍ରପ୍ରଦେଶ, ତେଲାଙ୍ଗାନା ଓ ଝାଡ଼ଖଣ୍ଡରେ ବିକ୍ଷୋଭ ବେଳେ ଆନ୍ଦୋଳନକାରୀମାନେ ଷ୍ଟେସନରେ ଭଙ୍ଗାରୁଜା ଓ ଟ୍ରେନ ପୋଡ଼ି ଭଳି ଘଟଣା ଘଟାଇଥିବାରୁ ଭାରତ ବନ୍ଦ ଡାକରା ଉପରେ କଡ଼ା ନଜର ରଖାଯାଇଛି ।