Advertisment

ବେଙ୍ଗାଲୁରୁରେ ଜଳ ସଂକଟ: ବନ୍ଦ ରହିବ ସ୍କୁଲ, ଧୋଇ ପାରିବେନି କାର୍

ସହର ଏବଂ ଏହାର ଆଖପାଖ ଅଂଚଳରେ ଥିବା ପ୍ରାୟ ୩ହଜାରରୁ ଅଧିକ ବୋରୱେଲ ଶୁଖିଯାଇଛି। କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ପାଣି ଶୁଖିଯାଇଥିବାରୁ ଏହାକୁ ମରୁଡି ଅଂଚଳ ଭାବେ ଘୋଷଣା କରିଛନ୍ତି ସରକାର। ସ୍ଥିତି ଏପରି ହୋଇଯାଇଛି ଯେ ପାଣି ଏବେ ଅମୂଲ ମୂଲ ହୋଇପଡିଛି।

ଅଦ୍ୟତନ ହୋଇଛି
Water crisis

Water crisis

Advertisment

IT ହବ୍‌ ବେଙ୍ଗାଳୁରୁରେ ଉତ୍କଟ ହେବାରେ ଲାଗିଛି ଜଳ ସଂକଟ। ଏକଦା ସିଟି ଅଫ ଲେକ୍ସ ଭାବେ ପରିଚିତ ଥିବା ବେଙ୍ଗାଲୁରୁରେ ଏବେ ଜଳ ସଂକଟ ଦେଖାଦେଇଛି। ସହର ପାଇଁ ଯେତିକି ଜଳ ଆବଶ୍ୟକ ତାହା ଧିରେ ଧିରେ କମି ଯାଉଛି। ସ୍ଥିତି ଏପରି ହେଲାଣି ଯେ ଏବେ ସ୍କୁଲ, କୋଚିଂ ସେଣ୍ଟର ବନ୍ଦ ହେବା ଉପରେ। ସ୍କୁଲରେ ଟୋପେ ପାଣି ନଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାରି ଭିତରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି।

Advertisment

ପାନୀୟ ଜଳ ବ୍ୟବହାର ଉପରେ କଟକଣା ଲଗାଇଛି ପ୍ରଶାସନ। କାର ଧୋଇବା, ଉଦ୍ୟାନ, ନିର୍ମାଣ କାମରେ ପାନୀୟ ଜଳ ବ୍ୟବହାର କରିବାକୁ ମନା କରାଯାଇଛି। ୱାଟର ଫାଉଣ୍ଟେନ, ରାସ୍ତା ନିର୍ମାଣ କାମରେ ବି ପାଣି ବ୍ୟବହାର କରିହେବନି। କର୍ଣ୍ଣାଟକ ଜଳଯୋଗାଣ ଓ ସ୍ବରେଜ୍‌ ବୋର୍ଡ ପକ୍ଷରୁ ଏହି କଟକଣା ଜାରି କରାଯାଇଛି। ନିୟମ ଉଲ୍ଲଂଘନ କଲେ ୫ ହଜାର ଜରିମାନା ନିର୍ଦ୍ଦେଶ ଦିଆଯାଇଛି।

କେବଳ ବେଙ୍ଗାଲୁରୁ ସହର ପାଇଁ ଦୈନିକ ୨୬୦୦ରୁ ୨୮୦୦ନିୟୁତ ଲିଟର ପାଣିର ଆବଶ୍ୟକତା ରହିଛି। ମାତ୍ର ଏବେ ୧୫୦୦ନିୟୁତ ଲିଟର ପାଣିର ଅଭାବ ଦେଖାଦେଇଛି। ଘରୋଇ ଟ୍ୟାଙ୍କର ମାଲିକ ଏହାର ଫାଇଦା ଉଠାଉଛନ୍ତି। ଗୋଟିଏ ଟ୍ୟାଙ୍କର ପାଣି ପାଇଁ ୩ରୁ ୪ଦିନ ଅପେକ୍ଷା କରିବାକୁ ପଡୁଥିବା ବେଳେ ଏଥିପାଇଁ ଅଧିକ ଅର୍ଥ ଦେବାକୁ ପଡୁଛି। ୬ହଜାର ଲିଟର ୱାଟର ଟ୍ୟାଙ୍କର ପାଇଁ ୬୦୦ରୁ ୭୫୦ଟଙ୍କା ଦେବାକୁ ପଡୁଥିବା ବେଳେ ୧୨ହଜାର ଲିଟର ଟ୍ୟାଙ୍କର ପାଇଁ ୧୨୦୦ଟଙ୍କା ଦେବାକୁ ପଡୁଛି।

Advertisment

ସହର ଏବଂ ଏହାର ଆଖପାଖ ଅଂଚଳରେ ଥିବା ପ୍ରାୟ ୩ ହଜାରରୁ ଅଧିକ ବୋରୱେଲ ଶୁଖିଯାଇଛି। କର୍ଣ୍ଣାଟକର ବିଭିନ୍ନ ତାଲୁକରେ ପାଣି ଶୁଖିଯାଇଥିବାରୁ ଏହାକୁ ମରୁଡି ଅଂଚଳ ଭାବେ ଘୋଷଣା କରିଛନ୍ତି ସରକାର। ସ୍ଥିତି ଏପରି ହୋଇଯାଇଛି ଯେ ପାଣି ଏବେ ଅମୂଲ ମୂଲ ହୋଇପଡିଛି।

Water Crisis IT Hub
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ