Advertisment

ଭୁଶୁଡ଼ି ପଡ଼ିଲା ନିର୍ମାଣାଧିନ କୋଠା : ପିଲର୍‌ ତଳେ ଚାପି ହୋଇ ଚାଲିଗଲା ମା’, ପୁଅଙ୍କ ଜୀବନ

ଖୁଣ୍ଟ ପଡ଼ିଯିବା ପରେ ଉଦ୍ଧାର କରିବା ପାଇଁ ଆମେ ସହାୟତା ମାଗିଥିଲୁ, କିନ୍ତୁ...

ଅଦ୍ୟତନ ହୋଇଛି
Bengaluru Metro Pillar Collapse

Bengaluru Metro Pillar Comes Crashing Down

Advertisment

ମୃତ୍ୟୁ କେବେ ଆସେ, ଆଉ ଜୀବନ ନେଇ ଚାଲିଯାଏ ତାହା କହିବା ମୁସ୍କିଲ। ବୁଲିବା ପାଇଁ ଘରୁ ଖୁସିରେ ବାହାରିଥିଲେ ସପରିବାର। ହେଲେ କିଛି କ୍ଷଣ ଭିତରେ ଏଇ ଖୁସି ଦୁଃଖ ଆଣିଦେଲା। ବାଟରେ ଯାଉଥିବା ବେଳେ ଛକି ବସିଥିବା ଯମ ସତେ ଯେପରି ଜୀବନକୁ ଭିଡ଼ିନେଲା। ଏକାଠି ଯାଉଥିବାବେଳେ ସେଠାରେ ନିର୍ମାଣାଧିନ କୋଠା ଭୁଶୁଡ଼ି ପଡ଼ିଥିଲା। ଫଳରେ ବିଶାଳକାୟ ମେଟ୍ରୋ ପିଲର୍‌ ସେମାନଙ୍କ ଉପରେ ପଡ଼ିଯାଇଥିଲା। । ଚାହୁଁ ଚାହୁଁ ଆଖି ଆଗରେ ଚାଲିଗଲା ମା ଓ ପୁଅର ଜୀବନ।  ଆଉ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳି ଘଟଣା ଘଟିଛି କର୍ଣ୍ଣାଟକର ବେଙ୍ଗାଲୁରୁରେ। 

Advertisment

ମଙ୍ଗଳବାର ସକାଳେ ଲୋହିତ ଓ ତାଙ୍କ ପରିବାର ବାହାରକୁ ଯାଉଥିଲେ। ସାଙ୍ଗରେ ଥିଲେ ତାଙ୍କ ସ୍ତ୍ରୀ ତେଜସ୍ୱିନୀ, ଦୁଇ ଯାଁଳା ପିଲା(ଗୋଟିଏ ପୁଅ ଓ ଗୋଟିଏ ଝିଅ)। ବେଙ୍ଗାଲୁରୁର ନାଗବରା ଅଞ୍ଚଳରେ ଯାଉଥିବାବେଳେ ୩୦ ଫୁଟର ମେଟ୍ରୋ ପିଲାର୍ (ଲୁହା ଖୁଣ୍ଟ) ସେମାନଙ୍କ ବାଇକ୍‌ ଉପରେ ପଡ଼ିଯାଇଥିଲା। ଫଳରେ  ତେଜସ୍ୱିନୀ ଓ ତାଙ୍କ ପୁଅ ଚାପି ହୋଇରହିଯାଇଥିଲେ। ଅନ୍ୟ ୨ଜଣ ଛିଟିକି ହୋଇ ପଡ଼ିଯାଇଥିଲେ। 

ଅଧିକ ପଢ଼ନ୍ତୁ: ଏକାଠି ଘରକୁ ଫେରୁଥିଲେ ୩ ସାଙ୍ଗ, ଏକାସଙ୍ଗେ ଚାଲିଗଲେ

Advertisment

ପୋଲିସର କହିବାନୁଯାୟୀ ଲୋହିତ ବାଇକ୍‌ ଚଳାଉଥିଲେ ଓ ତେଜସ୍ୱିନୀ ପଛରେ ବସିଥିଲେ। ଉଭୟେ ହେଲମେଟ୍‌ ପିନ୍ଧିଥିଲେ। ସେହି ବାଟ ଦେଇ ଯାଉଥିବାବେଳେ ରଡ୍‌ର ଖୁଣ୍ଟ ସେମାନଙ୍କ ଉପରେ ପଡ଼ିଯାଇଥିଲା। ତେଜସ୍ୱିନୀ ଓ  ପୁଅ ବିଭାନ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା, ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ନେଇ ବେଙ୍ଗାଲୁରୁର ଡେପୁଟି କମିଶନର୍ କହିଛନ୍ତି। 

ମୁଖ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। The Bangalore Metro Rail Corporation Limited (BMRCL) ସମ୍ପୃକ୍ତ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛି। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ- ଖୁଣ୍ଟ ପଡ଼ିଯିବା ପରେ ଉଦ୍ଧାର କରିବା ପାଇଁ ଆମେ ସହାୟତା ମାଗିଥିଲୁ, ହେଲେ କେହିବି ସାହାଯ୍ୟ କରିନଥିଲେ। ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ସେମାନଙ୍କୁ ହସ୍ପିଟାଲ ନେଇଥିଲୁ।  

Advertisment
Bengaluru
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ