Advertisment

କିଲର୍‌ ଚାଇନିଜ୍‌ ଆପ୍‌; ‘ଟଙ୍କା ଦିଅ ନହେଲେ ଭାଇରାଲ ହେବ ଅନ୍ତରଙ୍ଗ ଫଟୋ’

ପ୍ରତିଦିନର ନିର୍ଯାତନାକୁ ସହିପାରିଲେନି ତେଜସ୍‌ । ଶେଷରେ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଲେ ।

ଅଦ୍ୟତନ ହୋଇଛି
Bengaluru Engineering Student Death

Engineering Student Death

Advertisment

ଚାଇନିଜ୍‌ ଲୋନ୍‌ ଆପ୍‌ର ଜୁଲମ ସହିପାରିଲେନି, ଶେଷରେ ସୁଇସାଇଡ୍‌ ନୋଟ୍‌ ଲେଖି ଜୀବନ ହାରିଦେଲେ ଜଣେ ଇଞ୍ଜିନିୟର ଯୁବକ । ଲୋନ୍‌ ଟଙ୍କା ସୁଜି ନପାରିବାରୁ ମାନସିକ ନିର୍ଯାତନା ଦେଉଥିଲେ ଲୋନ୍‌ ଆପ୍‌ର ଏଜେଣ୍ଟ । ପ୍ରତିଦିନ କରୁଥିଲେ ବ୍ଲାକମେଲିଂ । ଫୋନ୍‌ରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ କରିଦେବାର ଧମକ ଦେଉଥିଲେ । ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ ।

Advertisment

ମଙ୍ଗଳବାର ବେଙ୍ଗାଲୁରୁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେଜସ ନାମକ ଜଣେ ଯୁବକ ସୁଇସାଇଡ୍‌ ନୋଟ୍‌ ଲେଖି ଆତ୍ମହତ୍ୟା କରିଛନ୍ତି । ସେ ୟେଲାହାଙ୍କାର ନିଟ୍‌ ମିନାକ୍ଷି କଲେଜ୍‌ରେ ଇଞ୍ଜିନିୟରିଂ ପଢୁଥିଲେ । ନିଜ ପଢ଼ା ଖର୍ଚ୍ଚ ତୁଲାଇବା ପାଇଁ ସେ ଏକ ଚାଇନିଜ୍‌ ଆପ୍‌ 'Slice and Kiss' ରୁ କିଛି ଟଙ୍କା ଲୋନ୍‌ କରିଥିଲେ । ମାତ୍ର ସୁଧ ହାର ବଢ଼ି ବଢ଼ି ଚାଲିଥିବା ବେଳେ ତେଜସ ତାହାକୁ ଠିକ୍‌ ସମୟରେ ଶୁଝି ପାରିନଥିଲେ।

ଅଧିକ ପଢ଼ନ୍ତୁ: ଋଣ ଉଜାଡ଼ି ଦେଲା ପରିବାର; ପିଲାଙ୍କୁ ବିଷ ଦେଇ ଝୁଲିପଡ଼ିଲେ ବାପା-ମା’...ସୁଇସାଇଡ୍ ନୋଟ୍‌କୁ ନେଇ ଚର୍ଚ୍ଚା

Advertisment

ଏହାପରେ ସେହି ଲୋନ୍‌ ଆପ୍‌ର ଏଜେଣ୍ଟ ତେଜସଙ୍କୁ ବାରମ୍ବାର ଫୋନ୍‌ କରି ଖରାପ ଭାଷାରେ ଗାଳିଗୁଲଜ କରୁଥିଲେ। ଏପରିକି ତାଙ୍କ ଫୋନ୍‌ ହ୍ୟାକ୍‌ କରି ସେଥିରେ ଥିବା କିଛି ଅନ୍ତରଙ୍ଗ ଫଟୋକୁ ଭାଇରାଲ କରିଦେବାର ଧମକ ଦେଉଥିଲେ । ଏମିତିକି ସେହି ଆପ୍‌ର କର୍ମଚାରୀ ତେଜସଙ୍କ ଘରକୁ ଯାଇ ତାଙ୍କୁ ଧମକଚମକ ଦେଇଥିଲେ।

ପ୍ରତିଦିନର ନିର୍ଯାତନାକୁ ସହିପାରିଲେନି ତେଜସ୍‌ । ଶେଷରେ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଲେ । ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ, ‘ବାପାମାଆ ମତେ କ୍ଷମା କରିଦେବ । ମତେ ଭୁଲ ବୁଝିବନି । ମୋର ଏହାଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ । ମୁଁ ଆଉ ଲୋନ୍‌ ସୁଝିପାରୁନି । ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଛି । ଧନ୍ୟବାଦ..ଗୁଡ୍‌ ବାଏ..’

Advertisment
Suicide Note(Suicide Note)

ଘଟଣା ବିଷୟରେ ତେଜସଙ୍କ ପିତା ଗୋପିନାଥ ଜାଣିବା ପରେ ନିଜ ପୁଅ କରିଥିବା ଲୋନ୍‌କୁ କିସ୍ତି ଅନୁଯାୟୀ ଶୁଝିବାକୁ ରାଜି ହୋଇଥିଲେ । ମାତ୍ର ଏହା ଲୋନ୍‌ ଆପ୍‌ର କର୍ମଚାରୀଙ୍କୁ କିଛି ଫରକ ପକାଇ ନ ଥିଲା । ଏମିତିକି ଜୀବନ ହାରିବାର ୩ ଦିନ ପୂର୍ବରୁ ତେଜସ ଏଜେଣ୍ଟଙ୍କୁ ଫୋନ୍‌ କରି କିଛି ଅଧିକ ସମୟ ମାଗିଥିଲେ । ମାତ୍ର ଏଥିରେ ସେମାନେ ରାଜି ହୋଇ ନ ଥିଲେ ଓ ପୂର୍ବ ପରି ତେଜସଙ୍କୁ ଧମକ ଦେଇଥିଲେ। ଶେଷରେ ମାନସିକ ନିର୍ଯାତନାର ଶିକାର ହେଉଥିବା ତେଜସ ନିଜ ଭଡ଼ା ଘରେ ଝୁଲି ପଡ଼ିଲେ । ପୋଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

Suicide Case Student Suicide Student Death Engineering Student Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ