• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜନୀତି ମୈଦାନରେ ନୁହେଁ, ପରୀକ୍ଷା ଖାତାରେ ‘ଖେଲା ହୋବେ’ । ଉତ୍ତର ବଦଳରେ ଟିଏମସି ସ୍ଲୋଗାନ । ପଶ୍ଚିମବଙ୍ଗ ବୋର୍ଡର ଦଶମ ବୋର୍ଡ ପରୀକ୍ଷା ସମୟରେ କିଛି ଛାତ୍ର ଖାତାରେ ଟିଏମସିର ଲୋକପ୍ରିୟ ରାଜନୈତିକ ସ୍ଲୋଗାନ 'ଖେଲା ହୋବେ' ଲେଖିଛନ୍ତି । ତେବେ ବର୍ତ୍ତମାନ ଦ୍ୱାଦଶ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଏପରି କିଛି ଲେଖିଲେ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୁଣି ଥରେ ଖେଲା ହୋବେ ଲେଖା ହେବା ଆଶଙ୍କାରେ ଏପରି ପଦକ୍ଷେପ ନିଆଯାଇଛି ।

ପଶ୍ଚିମବଙ୍ଗରେ ବର୍ତ୍ତମାନ ଦ୍ୱାଦଶ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଗତ ମାସରେ ରାଜ୍ୟରେ ଦଶମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପଶ୍ଚିମବଙ୍ଗ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ଡବ୍ଲୁବିବିଏସ୍ଇ) ଦ୍ୱାରା କରାଯାଇଥିବା ଏହି ପରୀକ୍ଷାରେ ବିଶୃଙ୍ଖଳା ଦେଖା ଦେଇଥିଲା । ଅନେକ ଛାତ୍ର ଉତ୍ତରଖାତାରେ ତୃଣମୂଳ କଂଗ୍ରେସ (ଟିଏମସି) ର ରାଜନୈତିକ ସ୍ଲୋଗାନ 'ଖେଲା ହୋବେ' ଲେଖିଥିବା ଅଭିଯୋଗ କରିଥିଲେ ପରୀକ୍ଷକ। ଏହା ପରେ ବୋର୍ଡ ଛାତ୍ରମାନଙ୍କୁ ଚେତାବନୀ ଦେଇଛି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ, ପଶ୍ଚିମବଙ୍ଗ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବେ ବିଶୃଙ୍ଖଳା ଆଶଙ୍କା କରି କଠୋର ହୋଇଛି । ଯଦି କୌଣସି ପ୍ରାର୍ଥୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଖାତାରେ ରାଜନୈତିକ ବାର୍ତ୍ତା କିମ୍ବା ଚିତ୍ର ଆଙ୍କନ୍ତି, ତେବେ ତାଙ୍କୁ ଦଣ୍ଡବିଧାନ କରାଯିବ। ଏପରି ଖାମଖିଆଲି ମନୋଭାବକୁ ଆଦୌ ବରଦାସ୍ତ କରାଯିବନି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ଡବ୍ଲୁବିବିଏସ୍ଇର ଅଧ୍ୟକ୍ଷ ଚିରଞ୍ଜିବୀ ଭଟ୍ଟାଚାର୍ଯ୍ୟ କହିଛନ୍ତି, ରାଜନୈତିକ ସ୍ଲୋଗାନ୍‌ କିମ୍ବା ବିବାଦୀୟ ପ୍ରସଙ୍ଗ ଲେଖିବା ଅଯୌକ୍ତିକ । ତେଣୁ ଏଭଳି ଲେଖାଲେଖି କଲେ ପିଲାଙ୍କ ଖାତା ମୂଲ୍ୟାଙ୍କନ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଏତିକି ନୁହେଁ ଏପିର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେଉଁ ଦଣ୍ଡ ଦିଆଯିବ, ତାହା ପରିଷଦ ନିଷ୍ପତ୍ତି କରିବ ।