• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଡିଓଙ୍କ ମହାନତା । ପିଲାଙ୍କ ଭବିଷ୍ୟତ ପାଇଁ ଯୋଗାଇ ଦେଲେ ମାଗଣା କୋଚିଂ ସେଣ୍ଟର । ପ୍ରଶାସନିକ ସେବା ପରୀକ୍ଷା ପାଇଁ ପିଲାଙ୍କୁ ଦେଲେ ମାଗାଣା କୋଚିଂ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ଆଲିପୁରଦାର ଜିଲ୍ଲାର କୁମାରଗ୍ରାମରେ । ଏହି ମହାନ କାର୍ଯ୍ୟ କରୁଥିବା ବିଡିଓ ହେଲେ ମିହିର କର୍ମକାର । ସେ ଯେଉଁ ଅଞ୍ଚଳରେ ଏହି ସେବା ଯୋଗାଇ ଦେବାକୁ ଚେଷ୍ଟା କରିଛନ୍ତି, ସେ ଅଞ୍ଚଳରେ ପ୍ରାୟତଃ ପଛୁଆ ବର୍ଗର ଲୋକ ବାସ କରନ୍ତି । ମିହିର କର୍ମକାର ହେଉଛନ୍ତି ୨୦୧୬ ବ୍ୟାଚ୍ ପଶ୍ଚିମବଙ୍ଗ ସିଭିଲ ସର୍ଭିସ (WBCS) ଅଧିକାରୀ । ସେ ପିଲାଙ୍କୁ ପ୍ରଶାସନିକ ସେବା ପରୀକ୍ଷା ପାଇଁ ଦୁଇଟି କୋଚିଂ ସେଣ୍ଟର ଖୋଲିଛନ୍ତି, ଯେଉଁଠାରେ ବର୍ତ୍ତମାନ ୧୫୦ ଜଣ ସିଭିଲ ସର୍ଭିସ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ମିହିର କହିଛନ୍ତି ଯେ, ‘ଖରାପ ପରିବହନ ବ୍ୟବସ୍ଥା ସହିତ ଯଦି ଜଣେ ବ୍ୟକ୍ତି ଜିଲ୍ଲାର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଯିବାକୁ ଚାହାଁନ୍ତି, ତେବେ ୧୦୦ କିଲୋମିଟର ଯାତ୍ରା କରିବାକୁ ପଡିବ । ସେଥିପାଇଁ ମୁଁ ଦୁଇଟି ପ୍ରାନ୍ତରେ ଦୁଇଟି କୋଚିଂ ସେଣ୍ଟର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି, ଗୋଟିଏ କାମାକ୍ଷାଗୁରୀରେ ଏବଂ ଅନ୍ୟଟି କୁମାରଗ୍ରାମରେ’ ।

ମିହିରଙ୍କ କାର୍ଯ୍ୟ କରୁଥିବା ବ୍ଲକ୍‌ରେ ୧୦ ଟି ଚା’ ବଗିଚା ରହିଛି । ବ୍ଲକ୍‌ର ୭୦ ପ୍ରତିଶତ ଲୋକ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ଅଟନ୍ତି । ଏହି ବ୍ଲକ ଆସାମ, ଭୁଟାନ୍‌ ଏବଂ କୁଚ୍‌ ବେହାର ଜିଲ୍ଲା ସହିତ ଏକ ସୀମା ବାଣ୍ଟିଛି । ମିହିର ୨୦୧୯ ରେ ବିଡିଓ ଭାବରେ କୁମାରଗ୍ରାମ ଗ୍ରାମରେ ଯୋଗ ଦେଇଥିଲେ । ସେଠାରୁ ସେ ଜାଣିବାକୁ ପାଇଲେ ଯେ ଗାଁର ଅନେକ ପିଲା ସରକାରୀ ଚାକିରି କରିବାକୁ ବେଶ୍‌ ଇଚ୍ଛୁକ । ସେଥିପାଇଁ ସେ ପ୍ରଥମେ ସ୍ଥାନୀୟ ଶିକ୍ଷାନୁଷ୍ଠାନଗୁଡିକର ଅଧିକାରୀଙ୍କ କଥାବାର୍ତ୍ତା ହୋଇଥିଲେ । କିନ୍ତୁ ସେମାନଙ୍କ ଠାରୁ କୌଣସି ସମାଧାନର ବାଟ ପାଇନଥିଲେ ।

ଏହାପରେ ସେ ପ୍ରଥମେ କୁମାରଗ୍ରାମ କଲେଜରେ ପିଲାମାନଙ୍କ ଚାକିରି କରିବା ପାଇଁ ଥିବା ଇଚ୍ଛାଶକ୍ତି ଜାଣିବା ପାଇଁ ତିନୋଟି ଅଧିବେଶନ ଜରିଆରେ ବାର୍ତ୍ତାଳାପ କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଜଣ ତାଙ୍କୁ ଏନେଇ କୋଚିଂ ଦେବା ପାଇଁ ମଧ୍ୟ ଅନୁରୋଧ କରିଥିଲେ । ସବୁ ଜାଣିସାରିବା ପରେ ମିହିର ଶେଷରେ ପିଲାଙ୍କୁ ମାଗଣାରେ କୋଚିଂ ଦେବା ପାଇଁ ପଣ ନେଇଥିଲେ ।

ବଙ୍କୁରାର ବିଡିଓ ଥିବା ଅମର୍ତ୍ୟ ଦେବନାଥ ଏବଂ କରେଣ୍ଟ ଆଫେଆର୍ସର ଡେପୁଟି ଆସିଷ୍ଟାଣ୍ଟ ଡିରେକ୍ଟର ସିରାଜୁଲ ଇସଲାମ ମଧ୍ୟ ମିହିରଙ୍କୁ ଏନେଇ ସାହାଯ୍ୟ କରିଥିଲେ । ସେମାନେ ମଧ୍ୟ ପିଲାଙ୍କୁ ମାଗଣାରେ କୋଚିଂ ଦେଉଛନ୍ତି । ବର୍ତ୍ତମାନ ଦୁଇଟି ସେଣ୍ଟର୍‌ରେ ୭୫ ଲେଖାଏଁ ପିଲା କୋଚିଂ ନେଉଛନ୍ତି ।

ପ୍ରକୃତରେ ସେ ବହୁତ ଭଲ କାମ କରୁଛନ୍ତି । ଅନେକ ଛାତ୍ରଛାତ୍ରୀ ସରକାରୀ କର୍ମଚାରୀ ହେବା ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି, କିନ୍ତୁ କିପରି ସଫଳ ହେବେ ଜାଣନ୍ତି ନାହିଁ । ମାର୍ଗଦର୍ଶନ ଅଭାବରୁ ସେମାନଙ୍କ ମଧ୍ୟରୁ ଅନେକ ନିଜ ସ୍ୱପ୍ନକୁ ତ୍ୟାଗ କରିଦିଅନ୍ତି । ଏଭଳି ପଦକ୍ଷେପ ନିଶ୍ଚିତ ଭାବରେ ସେମାନଙ୍କୁ ସଠିକ୍ ଦିଗ ଦେଖାଇବ ।