Advertisment

Cross-Border Wedding Stopped: ବର୍ଡର ସିଲ୍‌: ବର ଯାଇପାରିଲାନି ପାକିସ୍ତାନ, ବାହାଘରରେ ଲାଗିଲା ଫୁଲଷ୍ଟପ୍‌ !

ରାତି ପାହିଲେ ବାଜିଥାନ୍ତା ଶାହାନାଇ। ହେଲେ ରାତି ଅଧରେ ହିଁ ସବୁ ଫସର ଫାଟିଯାଇଛି। ସରକାରଙ୍କ ଅଟାରୀ ବନ୍ଦ ନିଷ୍ପତ୍ତି ବାହାଘରରେ ଲଗାଇ ଦେଇଛି ଫୁଲଷ୍ଟପ୍‌।

ଅଦ୍ୟତନ ହୋଇଛି
Cross-border wedding stopped:

Cross-border wedding stopped:

Advertisment

ଆଜି ବାହାରିଥାନ୍ତା ବରଯାତ୍ରୀ। ରାଜସ୍ଥାନରୁ ଘୋଡା ଚଢ଼ି ସୀମା ପାର୍‌ କରି କନିଆଁ ଆଣିବାକୁ ଯାଇଥାନ୍ତା ବର। ପାକିସ୍ତାନରେ ପଡିଥାନ୍ତା ହାତଗଣ୍ଠି। ଏଥିପାଇଁ ସରିଥିଲା ସବୁ ପ୍ରସ୍ତୁତି। ରେଡ୍ଡି ଥିଲା ବର ଆଉ ସେପଟେ ସଜେଇ ହୋଇ ବର ବାଟକୁ ଚାହିଁଥିଲା କନିଆଁ। ରାତି ପାହିଲେ ବାଜିଥାନ୍ତା ଶାହାନାଇ। ହେଲେ ରାତି ଅଧରେ ହିଁ ସବୁ ଫସର ଫାଟିଯାଇଛି। ସରକାରଙ୍କ ଅଟାରୀ ବନ୍ଦ ନିଷ୍ପତ୍ତି ବାହାଘରରେ ଲଗାଇ ଦେଇଛି ଫୁଲଷ୍ଟପ୍‌।   

Advertisment

ରାଜସ୍ଥାନ ବାସିନ୍ଦା ଶୈତାନ ସିଂହ। ତାଙ୍କ ଜେଜେ ମା’ ଓ ଚାରି ଦାଦା ପାକିସ୍ତାନରେ ରୁହନ୍ତି। ଏଥିପାଇଁ ପାକିସ୍ତାନରେ ବାହାଘର ପାଇଁ ଝିଅ ଠିକ୍‌ ହୋଇଥିଲା। ଆଜି ଶୈତାନ ସିଂହ ନିଜ ଭାବି ସ୍ତ୍ରୀ ସହ ସାତ ଫେରା ନେଇଥାନ୍ତେ। ପଡ଼ୋଶୀ ଦେଶରେ ପଡିଥାନ୍ତା ତାଙ୍କର ହାତଗଣ୍ଠି। ଅମୃତସରର ଅଟାରୀ ସୀମା ପାର୍ ହୋଇ ପାକିସ୍ତାନକୁ ବରଯାତ୍ରୀ ନେଇ ଯାଇଥାନ୍ତେ। ହେଲେ ସରକାରଙ୍କ ସୀମା ବନ୍ଦ ନିଷ୍ପତ୍ତି ଯୋଗୁ ତାଙ୍କ ବାହାଘର ଅଟକି ଯାଇଛି। ସୀମା ବନ୍ଦ ଥିବାରୁ ତାଙ୍କୁ ପାକିସ୍ତାନ ଯିବାକୁ ଦିଆଯାଇନାହିଁ। 

ଅଧିକ ପଢ଼ନ୍ତୁ: ଯୁଦ୍ଧ ହେଲେ କିଏ ଜିତିବ, ଜାଣନ୍ତୁ କାହାର କେତେ ସୈନ୍ୟବଳ...

ପହଲଗାମ ହମ୍‌ଲା ପରେ ଭାରତ ସରକାର ଅଟାରୀ-ୱାଘା ବର୍ଡର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ପାକିସ୍ତାନୀ ବୈଧ ଅନୁମୋଦନରେ ଆସିଛନ୍ତି ସେମାନଙ୍କୁ ମେ’ ୧ ପୂର୍ବରୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟାରେ ଭାରତ ଛାଡ଼ିବାକୁ ରହିଛି ଡେଡଲାଇନ୍‌। ଏପରିକି ପାକିସ୍ତାନୀ ନାଗରିକଙ୍କୁ ସାର୍କ ଭିସାରେ ଭାରତ ଆସିବା ମନା ହୋଇଛି। ଫଳରେ ଭାରତ ଆସିଥିବା ପାକିସ୍ତାନୀ ନାଗରିକ ଓ ପାକିସ୍ତାନ ଯିବାକୁ ଥିବା ଭାରତୀୟ ନାଗରିକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। 

Advertisment

ଏପଟେ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ହେଉଛି କୂଟନୈତିକ ବିବାଦ । ପାକିସ୍ତାନକୁ ଏଥର ଉଚିତ୍‌ ଜବାବ୍ ଦେବାକୁ ସିନ୍ଧୁ ଜଳଚୁକ୍ତି ରବ୍ଦ, ଭିସା ବାତିଲ, ସୀମା ବନ୍ଦ ଭଳି କଠୋର କାର୍ଯ୍ୟାନୁଷ୍ଠାନ ସହିତ ଆତଙ୍କବାଦୀଙ୍କୁ ମାଟିରେ ମିଶାଇବାକୁ ଜାରି ରହିଛି ଜୋରଦାର୍ ଅପରେସନ । ଘନ ଘନ ହାଇଲେବୁଲ ବୈଠକ, ତା'ସାଙ୍ଗକୁ ଭାରତର ସମରସଜ୍ଜା । ଏହି କ୍ରମରେ ଆଜି ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ପାକିସ୍ତାନ ନାଗରିକଙ୍କୁ ଚିହ୍ନଟ କରି ବିତାଡ଼ିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ । ପାକ୍ ନାଗରିକଙ୍କ ଭିସା ରଦ୍ଦ କରି ତୁରନ୍ତ ସେମାନଙ୍କୁ ନିଜ ନିଜ ରାଜ୍ୟରୁ ବାହାର କର ବୋଲି ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନ ନାଗରିକଙ୍କୁ ୪୮ ଘଣ୍ଟାରେ ଭାରତ ଛାଡ଼ିବାକୁ ମହଲତ୍ ଦିଆଯାଇଥିଲା । ମେଡିକାଲ ଭିସାରେ ଥିବା ନାଗରିକଙ୍କୁ ଏପ୍ରିଲ ୨୯ ସୁଦ୍ଧା ଭାରତ ଛାଡିବାକୁ କୁହାଯାଇଥିଲା ।

ଏହି ଭିସା ବାତିଲ ପରେ ଭାରତ ଛାଡୁଛନ୍ତି ପାକିସ୍ତାନୀ । ଭାରତ ଦେଇଥିବା ୪୮ ଘଣ୍ଟାର ମହଲତ ଆଜି ପୂରୁଥିବାରୁ ପଞ୍ଜାବ ଅମୃତସର ନିକଟ ଅଟାରୀ ଚେକପୋଷ୍ଟ ନିକଟରେ ଲାଗିଛି ଭିଡ଼ । ଅନେକ ପାକିସ୍ତାନୀ ନାଗରିକ ଭାରତ ଛାଡ଼ି ସ୍ବଦେଶ ଫେରୁଛନ୍ତି । ଭାରତ ଛାଡ଼ି ଯାଉଥିବାରୁ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି । ତେବେ ପହଲଗାମ ଆକ୍ରମଣରେ ପାକିସ୍ତାନର ସଂପୃକ୍ତି ନେଇ ପଚାରିବାରୁ କେହି ପାକିସ୍ତାନୀ ଏହି ଘଟଣାକୁ ନିନ୍ଦା କରୁଥିବାବେଳେ ଆଉ କେହି କୌଣସି ଉତ୍ତର ଦେଉନାହାନ୍ତି । 

Advertisment

ଅଧିକ ପଢ଼ନ୍ତୁ: ସେନା ଗୁଳିରେ ଟପ୍‌ ଆତଙ୍କୀ କମାଣ୍ଡର ଅଲତାଫ୍‌ ନିହତ

Pakistan Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ