Advertisment

ଜୁନ୍‌ରେ ୧୨ ଦିନ ବ୍ୟାଙ୍କ ବନ୍ଦ ! ବ୍ୟାଙ୍କ ଯିବା ପୂର୍ବରୁ ଚେକ୍‌ କରି ନିଅନ୍ତୁ ଛୁଟି ତାଲିକା...

ଯଦି ଆସନ୍ତା ମାସରେ ବ୍ୟାଙ୍କ ସମ୍ବନ୍ଧିତ କିଛି କାମ ଅଛି ତା’ହେଲେ ବ୍ୟାଙ୍କକୁ ଯିବା ପୂର୍ବରୁ ଛୁଟି ତାଲିକା ଚେକ୍‌ କରି ନିଅନ୍ତୁ। ଜାରି ହୋଇଥିବା ଛୁଟି ତାଲିକା ଅନୁସାରେ ଜୁନ୍‌ରେ ମୋଟ୍‌ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ।

ଅଦ୍ୟତନ ହୋଇଛି
Banks will be closed for 12 days in June

Banks will be closed for 12 days in June

Advertisment

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI) ଆସନ୍ତା ମାସ ଅର୍ଥାତ୍‌ ଜୁନ୍‌ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା(Bank Holidays List) ଜାରି କରିଛି। ଯଦି ଆସନ୍ତା ମାସରେ ବ୍ୟାଙ୍କ ସମ୍ବନ୍ଧିତ କିଛି କାମ ଅଛି ତା’ହେଲେ ବ୍ୟାଙ୍କକୁ ଯିବା ପୂର୍ବରୁ ଛୁଟି ତାଲିକା ଚେକ୍‌ କରି ନିଅନ୍ତୁ। ଜାରି ହୋଇଥିବା ଛୁଟି ତାଲିକା ଅନୁସାରେ ଜୁନ୍‌ରେ ମୋଟ୍‌ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି। ଏହାବ୍ୟତୀତ କିଛି ପର୍ବପର୍ବାଣୀ ଓ ବିଶେଷ ଦିନକୁ ମଧ୍ୟ ଦୃଷ୍ଟିରେ ରଖି ବ୍ୟାଙ୍କ କାର୍ଯ୍ୟ ହେବ ନାହିଁ।

Advertisment

ଜୁନ୍‌ ମାସ ପାଇଁ ଜାରି ହୋଇଥିବା ଛୁଟି ତାଲିକା...

  • ଜୁନ୍‌ ୪: ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଜୁନ୍‌ ୧୦: ଦ୍ୱିତୀୟ ଶନିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଜୁନ୍‌ ୧୧: ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଜୁନ୍‌ ୧୫: ରଜ ସଂକ୍ରାନ୍ତି ଯୋଗୁ ଓଡ଼ିଶା, ମିଜୋରାମରେ ବ୍ୟାଙ୍କ ବନ୍ଦ ରହିବ
  • ଜୁନ୍‌ ୧୮: ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଜୁନ୍‌ ୨୦: ରଥଯାତ୍ରା ଯୋଗୁ ଓଡ଼ିଶାରେ ବ୍ୟାଙ୍କ ବନ୍ଦ ରହିବ
  • ଜୁନ୍‌ ୨୪: ଚତୁର୍ଥ ଶନିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିବ
  • ଜୁନ୍‌ ୨୫: ରବିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ
  • ଜୁନ୍‌ ୨୬: ଖର୍ଚ୍ଚି ପୂଜା ପାଇଁ ତ୍ରିପୁରାରେ ବ୍ୟାଙ୍କ ବନ୍ଦ ରହିବ
  • ଜୁନ୍‌ ୨୮:  Eid Ul Azha ପାଇଁ କେରଳ, ମହାରାଷ୍ଟ୍ର, ଜମ୍ମୁ, ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ
  • ଜୁନ୍‌ ୨୯: କେବଳ ମହାରାଷ୍ଟ୍ର, ସିକ୍କିମ, ଓଡ଼ିଶା ଓ କେରଳକୁ ଛାଡ଼ି Eid-Ul-Adha ପାଇଁ ପ୍ରାୟତଃ ଦେଶର ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।
  • ଜୁନ୍‌ ୩୦- Remna Ni/Id-Ul-Zuha ପାଇଁ ମିଜୋରାମ ଏବଂ ଓଡ଼ିଶାରେ ବ୍ୟାଙ୍କ ବନ୍ଦ ରହିବ

କେଉଁ କେଉଁ ଦିନ ଓ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଥାଏ। ପ୍ରତ୍ୟେକ ମାସ ପାଇଁ RBI ପକ୍ଷରୁ ଛୁଟି ତାଲିକା ପ୍ରସ୍ତୁତ କରାଯାଇଥାଏ। ଏଥିରେ ଜାତୀୟ ଓ ଆଞ୍ଚଳିକ ସ୍ତରରେ ପାଳନ ହେଉଥିବା ଫେଷ୍ଟିଭାଲ୍(ପର୍ବପର୍ବାଣୀ) ସହ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ଥାଏ।

Advertisment

ତେଣୁ ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍‌ଲାଇନ୍‌ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।

RBI Bank Holidays Bank Closed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ