Bank Holidays: ନୂଆବର୍ଷର ପ୍ରଥମ ମାସରେ ଖାଲି ଛୁଟି ହିଁ ଛୁଟି, ଜାଣନ୍ତୁ କେତେଦିନ ବନ୍ଦ ରହିବ ବ୍ୟାଙ୍କ...

ନୂଆବର୍ଷର ପ୍ରଥମ ମାସ ଅର୍ଥାତ୍‌ ୨୦୨୩, ଜାନୁଆରୀରେ ମୋଟ୍‌ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ।  ଏହି ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି।

ଜାନୁଆରୀରେ ଖାଲି ଛୁଟି ହିଁ ଛୁଟି !

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ଆସନ୍ତା ବର୍ଷ ଜାନୁଆରୀ ପାଇଁ ବ୍ୟାଙ୍କ ଛୁଟି ତାଲିକା (Bank Holidays List) ଜାରି କରିଛି। ନୂଆବର୍ଷର ପ୍ରଥମ ମାସ ଅର୍ଥାତ୍‌ ୨୦୨୩, ଜାନୁଆରୀରେ ମୋଟ୍‌ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ।  ଏହି ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି। ଏହାବ୍ୟତୀତ କିଛି ପର୍ବପର୍ବାଣୀ ଓ ବିଶେଷ ଦିନକୁ ମଧ୍ୟ ଦୃଷ୍ଟିରେ ରଖି ବ୍ୟାଙ୍କ କାର୍ଯ୍ୟ ହେବ ନାହିଁ। ତେଣୁ ଯଦି ଆସନ୍ତା ମାସରେ ବ୍ୟାଙ୍କରେ କିଛି ଜରୁରୀ କାମ ଅଛି ତା’ହେଲେ ଏହା ପୂର୍ବରୁ ଛୁଟି ତାଲିକା ଚେକ୍‌ କରନ୍ତୁ।

ଆସନ୍ତା ମାସରେ ସାରା ଦେଶରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ ନାହିଁ। ଯେଉଁ ଯେଉଁ ଅଞ୍ଚଳରେ ପର୍ବପର୍ବାଣୀ ହେଉ କିମ୍ବା ଅନ୍ୟ ଛୁଟି ନେଇ RBI ପକ୍ଷରୁ ଛୁଟି ତାଲିକା ହୋଇଥିବ ସେହିସବୁ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ। 

ଅଧିକ ପଢ଼ନ୍ତୁ: ମୋଦି ସରକାରଙ୍କ ବଡ଼ ଯୋଜନା : ଦେଶର ୭୫ ଜିଲ୍ଲାରେ ଖୋଲିବ ଡିଜିଟାଲ ବ୍ୟାଙ୍କିଂ ୟୁନିଟ୍

ଡିସେମ୍ବର ମାସ ପାଇଁ ଜାରି ହୋଇଥିବା ଛୁଟି ତାଲିକା...

ବ୍ୟାଙ୍କରେ ଯଦି ଆପଣଙ୍କର କିଛି କାମ ରହିଛି, ତା’ହେଲେ ତୁରନ୍ତ ଏହାକୁ ସାରି ନିଅନ୍ତୁ। ଯଦି ବି ଆପଣଙ୍କର କୌଣସି କାମ ବ୍ୟାଙ୍କରେ ରହି ଯାଇଛି ଓ ଏହାକୁ ଆପଣ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ତା’ହେଲେ ଅନ୍‌ଲାଇନ୍‌ ବ୍ୟାଙ୍କିଂ ମାଧ୍ୟମରେ ଆପଣ ଏହି କାମ କରିପାରିବେ।