Advertisment

ଉଡ଼ନ୍ତା ବିମାନରେ ପାଇଲଟଙ୍କୁ ହାର୍ଟଆଟାକ୍‌; ଆଉ ତା' ପରେ...

ପାଇଲଟଙ୍କୁ ହାର୍ଟଆଟାକ ଆସିବା ସମୟରେ ବିମାନଟି ରାୟପୁର ପାଖ ଇଲାକାରେ ଥିଲା । ବିମାନର କର୍ମଚାରୀମାନେ କୋଲକାତା ଏଟିସି ସହ ଯୋଗାଯୋଗ କରି ତାଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ । ଯାହା ପରେ ତାଙ୍କୁ ନିକଟସ୍ଥ ନାଗପୁର ବିମାନବନ୍ଦରରେ ଅବତରଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।

Aeroplane

Aeroplane

Advertisment

ନାଗପୁର: ମଝି ଆକାଶରେ ବିମାନ। ବିମାନରେ ଥିଲେ ୧୨୬ଜଣ ଯାତ୍ରୀ। ହେଲେ କେହି କେବେ ଭାବି ବି ନଥିଲେ ବିପଦ ସେମାନଙ୍କ ଆଡ଼କୁ ମାଡ଼ିଆସିବ। ପ୍ଲେନ ଚଲାଇଲାବେଳେ ହଠାତ ପାଇଲଟଙ୍କୁ ଆସିଥିଲା ହାର୍ଟଆଟାକ। ପାଇଲଟ୍‌ ଗୁରୁତର ହେବା ପରେ ଉଡ଼ନ୍ତା ବିମାନର ଭାର ସମ୍ଭାଳିଥିଲେ ଆସିଷ୍ଟାଣ୍ଟ ପାଇଲଟ୍। ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷିତ ସହ ବିମାନଟି ନାଗପୁରରେ ଜରୁରୀକାଳୀନ ଅବତରଣ କରାଇଥିଲେ। ଆଉ ଯାତ୍ରୀଙ୍କୁ ଠିକଣା ସ୍ଥାନରେ ପହଞ୍ଚିବା ପାଇଁ ୧୧ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। 

Advertisment

ଗତ ଶୁକ୍ରବାର ବାଂଲାଦେଶର ଢାକାରୁ ଓମାନର ମସ୍କାଟ ଅଭିମୁଖେ ଯାଉଥିଲା । ଏଥିରେ ୧୨୬ ଜଣ ଯାତ୍ରୀ ଥିଲେ। ଆକାଶମାର୍ଗରେ ହିଁ ହଠାତ୍‌ ପାଇଲଟକୁ ହାର୍ଟଆଟାକ ଆସିଥିଲା । ଫଳରେ ୧୧ଟା ୪୦ରେ ବିମାନଟି ନାଗପୁରରେ ଜରୁରୀକାଳୀନ ଅବତରଣ କରିଥିଲା। ଫଳରେ ଦୀର୍ଘ ୧୧ ଘଣ୍ଟା ବିଳମ୍ବରେ ବାଂଲାଦେଶର ଢାକା ଅଭିମୁଖେ ବିମାନ ଯାତ୍ରା ଆରମ୍ଭ ହୋଇଥିଲା । ବିମାନ ଯାତ୍ରା ସିନା ଆରମ୍ଭ ହୋଇଥିଲା କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଇଲଟର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଫଳରେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ନାଗପୁର୍‌ରୁ ପ୍ରାୟ୧୦ କିଲୋମିଟର ଦୂରରେ ଥିବା କିଙ୍ଗସ୍‌ୱେ ହସ୍ପିଟାଲରେ ପାଇଲଟଙ୍କୁ ଭର୍ତ୍ତି କରାଯାଇଛି ।

ନାଗପୁର ବିମାନ ବନ୍ଦରର ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ, ନାଗପୁରରେ ଅବତରଣ କରିଥିବା ଯାତ୍ରୀଙ୍କ ପାଇଁ ଏୟାରପୋର୍ଟରେ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା । ପରେ ଶୁକ୍ରବାର ରାତି ୧୦ଟା ୩୭ରେ ଯାତ୍ରୀମାନଙ୍କୁ ନେଇ ବିମାନଟି ମସ୍କାଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ବି ପାଇଲଟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି। ତେଣୁ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ହେଉଛି ।

Advertisment

ଏହାସହ ସେ କହିଛନ୍ତି ଯେ, ପାଇଲଟଙ୍କୁ ହାର୍ଟଆଟାକ ଆସିବା ସମୟରେ ବିମାନଟି ରାୟପୁର ପାଖ ଇଲାକାରେ ଥିଲା । ବିମାନର କର୍ମଚାରୀମାନେ କୋଲକାତା ଏଟିସି ସହ ଯୋଗାଯୋଗ କରି ତାଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ । ଯାହା ପରେ ତାଙ୍କୁ ନିକଟସ୍ଥ ନାଗପୁର ବିମାନବନ୍ଦରରେ ଅବତରଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ପରାମର୍ଶକ୍ରମେ ଆସିଷ୍ଟାଣ୍ଡ ପାଇଲଟ ବିମାନଟିକୁ ନାଗପୁରରେ ଅବତରଣ କରିଥିଲେ ।

ନିକଟ ଅତୀତରେ ହିଁ ବାଂଲାଦେଶ ବିମାନ ସେବା ପକ୍ଷରୁ ଭାରତକୁ ବିମାନ ସେବାର ଆରମ୍ଭ କରାଯାଇଛି । ସେହିପରି କରୋନା ମହାମାରୀ କାରଣରୁ ପୂର୍ବରୁ ମଧ୍ୟ ଉଭୟ ଦେଶ ମଧ୍ୟରେ ବିମାନ ଯାତ୍ରା ସେବା ସାମୟିକ ସ୍ଥଗିତ ରହିଥିଲା ।

Advertisment
India News Bangladesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ