Advertisment

All-Party Delegations: ବିଶ୍ୱରେ ଖୋଲିବ ପାକିସ୍ତାନ ଅସଲ ମୁଖା; ବିଦେଶ ଯିବେ ସର୍ବଦଳୀୟ ପ୍ରତିନିଧି ଦଳ, ବିଜେପିରୁ ବୈଜୟନ୍ତ ଓ ରବିଶଙ୍କର

ଆତଙ୍କବାଦ ବିରୋଧୀ ଲଢ଼େଇ ନେଇ ସର୍ବଦଳୀୟ ପ୍ରତିନିଧି ଦଳ ଗଠନ । ପ୍ରତ୍ୟେକ ଟିମ୍‌ର ନେତୃତ୍ୱ ନେବେ ୭ ଜଣ ପ୍ରମୁଖ ନେତା । ବିଜେପିରୁ ବୈଜୟନ୍ତ ପଣ୍ଡା, ରବିଶଙ୍କର ପ୍ରସାଦ ଏବଂ କଂଗ୍ରେସରୁ ଶଶି ଥରୁର ନେବେ ନେତୃତ୍ୱ ।

ଅଦ୍ୟତନ ହୋଇଛି
All-Party Delegations

All-Party Delegations

Advertisment

ବିଶ୍ୱ ସମୁଦାୟରେ ଖୋଲିବ ପାକିସ୍ତାନର ଅସଲ ମୁଖା । ଆତଙ୍କୀ ପ୍ରେମର ଏକ୍ସପୋଜ୍ କରିବ ଭାରତ । ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତିର ବାର୍ତ୍ତା ନେଇ ସହଯୋଗୀ ରାଷ୍ଟ୍ର ଗସ୍ତ କରିବେ ଭାରତର ସର୍ବଦଳୀୟ ଟିମ୍ । ଏନେଇ ୭ଟି ପ୍ରତିନିଧି ଦଳ ଗଠନ କରାଯାଇଛି । ୭ଟି ଟିମର ନେତୃତ୍ୱ ନେବେ ୭ ଜଣ ବରିଷ୍ଠ ସାଂସଦ । ଏମାନେ ହେଲେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କଂଗ୍ରେସ ସାଂସଦ ଶଶି ଥରୁର, ବିଜେପିର ରବି ଶଙ୍କର ପ୍ରସାଦ । ସେହିପରି ଜେଡିୟୁ ସାଂସଦ ସଞ୍ଜୟ କୁମାର ଝା, ଡିଏମେକେରୁ କାନିମୋଇ, ଏନସିପିର ସୁପ୍ରିୟା ସୁଲେ ଓ ଶିବସେନାର ଶ୍ରୀକାନ୍ତ ସିନ୍ଦେଙ୍କ ନେତୃତ୍ବରେ ଟିମ୍ ଭାରତର ସହଯୋଗୀ ରାଷ୍ଟ୍ର ଓ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ଦେଶକୁ ଗସ୍ତ କରିବେ । 

Advertisment

ଚଳିତ ମାସ ୨୩ ତାରିଖ ପରେ ଏହି ସର୍ବଦଳୀୟ ପ୍ରତିନିଧି ଦଳ ବିଭିନ୍ନ ରାଷ୍ଟ୍ର ଗସ୍ତ କରିବେ । ଏମାନେ 'ଅପରେସନ ସିନ୍ଦୂର' ଓ ସୀମାପାର ଆତଙ୍କବାଦ ନେଇ ବାର୍ତ୍ତା ପହଞ୍ଚାଇବେ । ଏଥିସହ ଆତଙ୍କବାଦ ବିରୋଧରେ ଭାରତର ଜିରୋ ଟଲେରାନ୍ସ ନୀତି ନେଇ ବିଭିନ୍ନ ରାଷ୍ଟ୍ରକୁ ଅବଗତ କରାଇବେ ସର୍ବଦଳୀୟ ପ୍ରତିନିଧି ଦଳ। ଏହି ପ୍ରତିନିଧି ଦଳରେ ବିଭିନ୍ନ ପାର୍ଟିର ସାଂସଦ, ପ୍ରମୁଖ ରାଜନେତା ତଥା ବିଶିଷ୍ଟ କୂଟନୀତିଜ୍ଞ ସଦସ୍ୟ ରହିବେ । 

୭ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ସାଂସଦମାନେ ହେଲେ-

  1. ବୈଜୟନ୍ତ ପଣ୍ଡା (ବିଜେପି)
  2. ଶଶି ଥରୁର (କଂଗ୍ରେସ)
  3. ରବିଶଙ୍କର ପ୍ରସାଦ (ବିଜେପି)
  4. ସଞ୍ଜୟ କୁମାର ଝା (ଜେଡିୟୁ)
  5. କାନିମୋଇ କରୁଣାନିଧି (ଡିଏମ୍‌କେ)
  6. ସୁପ୍ରିୟା ସୁଲେ (ଏନସିପି)
  7. ଶ୍ରୀକାନ୍ତ ଏକନାଥ ସିନ୍ଦେ (ଶିବସେନା)
Advertisment

ପିଟିଆଇ ସୂଚନା ମୁତାବକ, ଶଶି ଥରୁରଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ଟିମ୍‌  ଅପରେସନ ସିନ୍ଦୂର ଓ ଆତଙ୍କବାଦର ବାର୍ତ୍ତା ପହଞ୍ଚାଇବା ପାଇଁ ଆମେରିକା ଗସ୍ତ କରିପାରନ୍ତି । ସେହିପରି ରବି ଶଙ୍କରଙ୍କ ନେତୃତ୍ୱାଧୀନ ଟିମ୍‌ ସାଉଦି ଆରବ, ବାହାରିନ, ଆଲଜେରିଆ, ସୁପ୍ରିୟା ସୁଲେଙ୍କ ଟିମ୍‌ ଓମାନ, କେନିୟା, ଦକ୍ଷିଣ ଆଫ୍ରିକା, ଇଜିପ୍ଟ ଯାଇପାରିନ୍ତି । ସଞ୍ଜୟ ଝା ଜାପାନ, ସିଙ୍ଗାପୁର, ଦକ୍ଷିଣ କୋରିଆ, ମାଲେସିୟା, ଇଣ୍ଡୋନେସିଆ ଗସ୍ତ କରିପାରନ୍ତି । ପ୍ରତ୍ୟେକ ସର୍ବଦଳୀୟ ଟିମରେ ୬ରୁ ୭ ଜଣ ସାଂସଦ ରହିବେ ଏବଂ ସେମାନେ ୪ରୁ ୫ଟି ଦେଶ ଗସ୍ତ କରିବାର ସୂଚନା ରହିଛି । 

Baijayant Panda India Pakistan War Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ