• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍କୁଲ, କଲେଜ୍‌ରେ ବଢ଼ି ଚାଲିଚି ରାଗିଂ । କଠୋର କଟକଣା ସତ୍ତ୍ୱେ ନିୟମ ମାନୁ ନାହାନ୍ତି ଛାତ୍ରଛାତ୍ରୀ । ମଧ୍ୟପ୍ରଦେଶର ସବୁଠାରୁ ବଡ଼ ସରକାରୀ ଏମଜିଏମ୍‌ ମେଡିକାଲ କଲେଜ ଇନ୍ଦୋରରେ ଜୁନିଅର ଏମବିବିଏସ ଛାତ୍ରଛାତ୍ରୀଙ୍କୁ ରାଗିଂର ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ରତଲାମ ଜିଲ୍ଲାର ସରକାରୀ ମେଡିକାଲ କଲେଜରେ ଜୁନିଅର ଛାତ୍ରମାନଙ୍କୁ ସିନିୟର୍‌ ମାନେ ରାଗିଂ କରୁଥିବା ଭିଡିଓ ଭାଇରାଲ ହେଉଛି । ସରକାରୀ ମେଡିକାଲ କଲେଜର ବଏଜ୍‌ ହଷ୍ଟେଲରେ ଜୁନିଅର ଛାତ୍ରଛାତ୍ରୀଙ୍କୁ ଧାଡିରେ ଠିଆ କରାଇ ସିନିୟରମାନେ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳୁଛି ।

ମଧ୍ୟପ୍ରଦେଶ ରତ୍‌ଲାମ ଜିଲ୍ଲାର ଏମଜିଏମ୍‌ ସରକାରୀ ମେଡିକାଲ କଲେଜର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ଜୁନିଅର ଏମ୍‌ବିବିଏସ୍‌ ଛାତ୍ରମାନଙ୍କୁ ରାଗିଂ କରୁଛନ୍ତି ସିନିୟର ଛାତ୍ର । ହଷ୍ଟେଲ ଭିତରେ ଜୁନିଅର ଛାତ୍ରଙ୍କୁ ଲାଇନ୍‌ରେ ଛିଡ଼ା କରାଇ ଚାପୁଡା ମାରିଛନ୍ତି ସିନିୟର୍‌ମାନେ । ମାଡ଼ ମାରିବା ସହ ଜୁନିୟର୍‌ ମାନଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଳଜ କରୁଛନ୍ତି । କିଛି ସିନିୟର୍‌ ଜୁନିୟରଙ୍କ ଚୁଟି ଭିଡ଼ୁଥିବା ମଧ୍ୟ ଦେଖାଯାଉଛି । ୨ ମିନିଟ୍ ଏବଂ ୫୧ ସେକେଣ୍ଡ୍ ଭିଡିଓରେ ଜୁନିୟର୍‌ଙ୍କ ପ୍ରତି ସିନିୟଙ୍କର ବର୍ବରତାର ଭିଡିଓ ଦେଖି ବିଭିନ୍ନ କମେଣ୍ଟ୍‌ ଆସୁଛି ।

ଫିଜିଓଲୋଜି ବିଭାଗର ଡକ୍ଟର ଜଗଦୀଶ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ହଷ୍ଟେଲ ୱାଡେର୍ନ ତାଙ୍କୁ ସେହି ଭିଡିଓ ପଠାଇଥିଲେ । ୨୦୨୦ ବ୍ୟାଚର ସିନିୟର ମାନେ ୨୦୨୧ ବ୍ୟାଚ୍‌ର ପିଲାଙ୍କୁ ରାଗିଂ କରିଥିବା କୁହାଯାଇଛି । ତେବେ ଏ ସମ୍ପର୍କରେ ନ୍ୟାସନାଲ ମେଡିକାଲ କମିଶନଙ୍କ ହେଲ୍ପଲାଇନ ମାଧ୍ୟମରେ କଲେଜ ପ୍ରଶାସନକୁ ଏହି ବିଷୟରେ ଅବଗତ କରାଯାଇଛି ।

ଏହା ପରେ କଲେଜର ଆଣ୍ଟି ରାଗିଂ କମିଟିର ବୈଠକ ଡକାଯାଇଥିଲା । ସମ୍ପ୍ରତି ରାଗିଂ ଘଟଣାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବରିଷ୍ଠ ଛାତ୍ରମାନଙ୍କୁ ଛଅ ମାସ ପାଇଁ ହଷ୍ଟେଲରୁ ସ୍ଥାୟୀ ଭାବେ ବହିଷ୍କାର କରିବା ଓ ଏମାନଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜୀକରଣ କରିବାକୁ କମିଟି ସୁପାରିଶ କରିଛି।