Advertisment

ଏଣିକି ଡିଜିଟାଲ୍ ମୋଡ୍‌ରେ ସ୍ୱାସ୍ଥ୍ୟ ସେବା

ନ୍ୟାସନାଲ୍ ଡିଜିଟାଲ୍ ହେଲଥ୍ ମିଶନ୍ ୱେବସାଇଟ୍‌ରୁ ଓ ସ୍ପେଶାଲ୍ ଆପ୍‌କୁ ଯାଇ ହେଲ୍ଥ ଆଇଡି ଖୋଲାଯାଇପାରିବ। ନିଜର ଆଧାର କାର୍ଡ, ମୋବାଇଲ୍ ଲମ୍ବର ଓ ଠିକଣା ଦେଇ ଏହି ଆଇଡି ଖୋଲାଯିବାର ବ୍ୟବସ୍ଥା ରହିଛି। ତେବେ ବାରମ୍ବାର କେନ୍ଦ୍ର ସରକାରଙ୍କ ଅନୁରୋଧ ସତ୍ତ୍ୱେ ଓଡ଼ିଶା ଏଯାଏଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିନାହିଁ।

Digital Health Card

Digital Health Card

Advertisment

ନୂଆଦିଲ୍ଲୀ: ଡିଜିଟାଲ୍ ମୋଡ୍‌ରେ ସ୍ୱାସ୍ଥ୍ୟ ସେବା। ରୋଗୀଙ୍କୁ ଅଧିକ ସୁବିଧା ସୁଯୋଗ ଦେବା ପାଇଁ ଲାଗୁ ହେଲା ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫ୍ରେନ୍ସି ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହା ଲାଗୁ ହୋଇଥିବାବେଳେ ସାରା ଦେଶରେ ଆଜିଠୁ ଲାଗୁ ହୋଇଛି।

Advertisment
  1. ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ଦେଶର ପ୍ରତ୍ୟେକ ନାଗରିକଙ୍କ ହେଲ୍ଥ ଆଇଡି ରହିବ। ଏହା ହେଲଥ୍ ଆକଉଣ୍ଟ ବା ସ୍ୱାସ୍ଥ୍ୟ ଖାତା ଭଳି କାମ କରିବ।
  2. ଏଥିରେ ପ୍ରତ୍ୟେକ ଲୋକଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରେକର୍ଡ ରହିବ। ଫଳରେ ରୋଗୀକୁ ବାରମ୍ବାର ପରୀକ୍ଷା କରିବାକୁ ପଡିବ ନାହିଁ।
  3. ରୋଗୀ ଆଗରୁ କେଉଁ ଔଷଧ ଖାଇଛନ୍ତି, କେଉଁ କେଉଁ ରୋଗର ଚିକିତ୍ସା ହେଉଛନ୍ତି ସେ ସବୁ ତଥ୍ୟ ହେଲ୍ଥ ଆଇଡିରେ ଉପଲବ୍ଧ ରହିବ।
  4. ଏହା ବ୍ୟତୀତ ନାଗରିକମାନେ ସ୍ୱତନ୍ତ୍ର ଆପ୍ଲିକେସନ୍‌ରୁ କେଉଁ ଡାକ୍ତରଙ୍କ ପାଖକୁ ଯିବେ ତାର ପରାମର୍ଶ ମଧ୍ୟ ଅନଲାଇନରେ ମିଳିପାରିବ। 
  5. ଡାକ୍ତରଙ୍କ ଆପଏଣ୍ଟମେଣ୍ଟ ମଧ୍ୟ ଅନଲାଇନରେ ପାଇପାରିବେ। ଏହି ମିଶନ୍ ଅଧୀନରେ ଏକ ସ୍ୱତନ୍ତ୍ର ଡିରେୋରେଟ୍ ତିଆରି ହେବ। ଯେଉଁଥିରେ ଡାକ୍ତରଙ୍କ ସିବିଶେଷ ତଥ୍ୟ, ଡାକ୍ତରଖାନା, ଲାବୋରାଟୋରୀ, ମେଡିସିନ୍ ଷ୍ଟୋର, କ୍ଲିନିକ୍ ସଂପର୍କିତ ତଥ୍ୟ ମଧ୍ୟ ଉପଲବ୍ଧ ହେବ। 

ଏବେ ଆସନ୍ତୁ ଜାଣିବା କେମିତି ଖୋଲିବେ ହେଲ୍ଥ ଆଇଡି?

ନ୍ୟାସନାଲ୍ ଡିଜିଟାଲ୍ ହେଲଥ୍ ମିଶନ୍ ୱେବସାଇଟ୍‌ରୁ ଓ ସ୍ପେଶାଲ୍ ଆପ୍‌କୁ ଯାଇ ହେଲ୍ଥ ଆଇଡି ଖୋଲାଯାଇପାରିବ। ନିଜର ଆଧାର କାର୍ଡ, ମୋବାଇଲ୍ ଲମ୍ବର ଓ ଠିକଣା ଦେଇ ଏହି ଆଇଡି ଖୋଲାଯିବାର ବ୍ୟବସ୍ଥା ରହିଛି। ତେବେ ବାରମ୍ବାର କେନ୍ଦ୍ର ସରକାରଙ୍କ ଅନୁରୋଧ ସତ୍ତ୍ୱେ ଓଡ଼ିଶା ଏଯାଏଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିନାହିଁ। ତେଣୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ୍ ଲାଗୁ କରି ହେଲ୍ଥ ଆଇଡି ଖୋଲିବାରେ ରାଜ୍ୟ ସରକାର ସହଯୋଗ କରନ୍ତୁ ବୋଲି ଦାବି କରିଛି ବିଜେପି। ବିଜେଡି କହିଛି ରାଜ୍ୟରେ ବିଏସକେଓ୍ୱାଇ କାର୍ଡ ବଣ୍ଟା ଯାଉଛି। କେନ୍ଦ୍ର ସରକାର ଗାଇଡଲାଇନ୍ ଦେବାପରେ ସେ ବିଷୟରେ ରାଜ୍ୟ ସରକାର ସହଯୋଗ କରିବେ। ଓଡ଼ିଶାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ୍ ଲାଗୁ କରିବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟିଗଠନ ହୋଇଛି। ଆଇଟି ବିଭାଗରେ ମଧ୍ୟ ଏକ କମିଟି ଏହା ଉପରେ କାମ କରୁଛି। 

Advertisment
Health Card Ayshman Bharat Digital Mode
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ