Advertisment

ଅଯୋଧ୍ୟା ରାମ ମନ୍ଦିର ପ୍ରଥମ ପର୍ଯ୍ୟାୟ କାମ ଶେଷ, ବର୍ଷା ପରେ ଆରମ୍ଭ ହେବ ୨ୟ ପର୍ଯ୍ୟାୟ

ଅଯୋଧ୍ୟାରେ ନିର୍ମାଣାଧିନ ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଗତକାଲିି ଶେଷ ହୋଇଛି। ବର୍ଷା ପରେ ଦ୍ୱିତୀୟ ପର୍ଯ୍ୟାୟ କାମ ଆରମ୍ଭ ହେବ। ମନ୍ଦିର ନିର୍ମାଣ ଟ୍ରଷ୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାମ ଜନ୍ମଭୂମି ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୧୧ ହଜାର କ୍ୟୁବିକ୍ ମିଟରର ଚଟାଣ ଢ଼ଳେଇ କାମ ଶେଷ ହୋଇଛି।

Ayodhya Ram Mandir

Ayodhya Ram Mandir

Advertisment

 ଅଯୋଧ୍ୟା:  ଅଯୋଧ୍ୟାରେ ନିର୍ମାଣାଧିନ ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଗତକାଲିି ଶେଷ ହୋଇଛି। ବର୍ଷା ପରେ ଦ୍ୱିତୀୟ ପର୍ଯ୍ୟାୟ କାମ ଆରମ୍ଭ ହେବ। ମନ୍ଦିର ନିର୍ମାଣ ଟ୍ରଷ୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାମ ଜନ୍ମଭୂମି ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୧୧ ହଜାର କ୍ୟୁବିକ୍ ମିଟରର ଚଟାଣ ଢ଼ଳେଇ କାମ ଶେଷ ହୋଇଛି। ମନ୍ଦିର ନିର୍ମାଣ ସ୍ଥଳରେ ଖନନ ବେଳେ ୪୦ ଫୁଟ ଗଭୀର ପର୍ଯ୍ୟନ୍ତ କେବଳ ବାଲି ରହିଥିଲା ।

Advertisment

ଏଥିଯୋଗୁଁ ମୂଳଦୂଆ ମଜବୁତ କରିବା ପାଇଁ ୧୨ରୁ୧୪ମିଟର ମୋଟେଇର କଂକ୍ରିଟ ଚଟାଣ ତିଆରି କରାଯାଇଛି  ।  ୪୮ ଲେୟାରରେ ନିର୍ମାଣ ହେବାକୁଥିବା ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ ୨୦୧୯ରେ ସୁପ୍ରିମ୍‌କୋଟଙ୍କ ନିଷ୍ପତ୍ତି ପରେ ଆରମ୍ଭ ହୋଇଛି।  ସମୁଦ୍ର ବା ନଦୀରେ ନିର୍ମାଣ କାର୍ଯ୍ୟବେଳେ ଯେପରି ପିଲର ଗଠନ କରାଯାଏ ସେହିପରି ପିଲର କରି କାମ ଆରମ୍ଭ କରାଯିବାର ଯୋଜନା ଥିଲା। ହେଲେ ୬ଟି ପିଲରର ବୋର କରି ମନ୍ଦିର ଓଜନର ରଖାଯିବାରୁ ତାହା କେବଳ ହଲି ଯାଇ ନ ଥିଲା ବରଂ ନିଜ ଜାଗାରୁ ଖସି ଯାଇଥିଲା। ପରେ ଏହାର ତଳେ ବାଲି ଥିବା ଜଣାପଡ଼ିଥିଲା। 

Advertisment

ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଶେଷ ହେବା ପରେ ଏବେ ଫାଉଣ୍ଡେସନ କାମ ଆରମ୍ଭ ହେବ। ତିନି ମହଲା ବିଶିଷ୍ଟ ଏହି ମନ୍ଦିରର ପ୍ରଥମ ମହଲ ନିର୍ମାଣ ହେବା ପରେ ପୂଜା, ଦର୍ଶନ ଆରମ୍ଭ ହୋଇଯିବ। ଯେଉଁ ଜାଗାରେ ଗର୍ଭଗୃହ ରହିଛି ସେଠାରେ ସବୁଜ ପତାକା ଲଗାଯାଇଛି। 

ବର୍ଷା ଛାଡ଼ିବା ପରେ ଏହା ଉପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ କାମ ଆରମ୍ଭ ହେବ। ମଇଶୁର ଆର୍କିଟେକ୍ ଚନ୍ଦ୍ରକାନ୍ତ ସୌମପୁରା ପ୍ରସ୍ତାବିତ ରାମ ମନ୍ଦିରର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି।

Advertisment

ମନ୍ଦିର ନିର୍ମାଣ କାମ ଗତବର୍ଷ ଅଗଷ୍ଟ ୫ ତାରିଖରୁ ଆରମ୍ଭ ହୋଇଛି। ଏବେ ଜୋରସୋରରେ ନିର୍ମାଣ କାମ ଚାଲିଥିବାବେଳେ ଆସନ୍ତା ୨୦୨୪ ପୂର୍ବରୁ ଭକ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ମନ୍ଦିର ଖୋଲିଦିଆଯିବ ବୋଲି  ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

Ayodhya Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ