Advertisment

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଚଳଚଞ୍ଚଳ ଅଯୋଧ୍ୟା, କାଲି ବିମାନବନ୍ଦର ଓ ଷ୍ଟେସନର ଉଦଘାଟନ

ଜାନୁଆରୀ ୨୨, ଦିନ ପ୍ରାୟ ୧୨ଟା ୩୦ ବେଳେ ମନ୍ଦିରରେ ବିରାଜିବେ ରାମଲାଲା। ପ୍ରାଣପ୍ରତିଷ୍ଠା ପାଇଁ ରହିବ ଠିକ୍ ୮୪ ସେକେଣ୍ଡ ଶୁଭ ମୁହୂର୍ତ୍ତ। ଗର୍ଭଗୃହରେ ପୂଜା ପାଇବେ ୫ ବର୍ଷୀୟ ଶ୍ରୀରାମଚନ୍ଦ୍ରଙ୍କ ବାଳୁତ ବିଗ୍ରହ ।

undefined

Modi will visit Ayodhya

Advertisment

ଚଳଚଞ୍ଚଳ ଅଯୋଧ୍ୟା ନଗରୀ। କେଉଁଠି ଫୁଲରେ ଫୁଲରେ ସୁନ୍ଦର ସାଜସଜ୍ଜା, ତ କେଉଁଠି ଲାଗୁଛି ବ୍ୟାନର ଓ ହୋର୍ଡିଂ । ସଫେଇ କାର୍ଯ୍ୟରେ ସାମିଲ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ, ପାଦରେ ଚାଲି ଚାଲି ସଦଳବଳ ଧରି ପ୍ରସ୍ତୁତି ପରଖୁଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ। କେଉଁଠି ବ୍ୟାପକ ଫୋର୍ସ ମୁତୟନ, ତ ଆଉ କେଉଁଠି ଡ୍ରୋନ୍ ସାହାଯ୍ୟରେ ଚାଲିଛି ସୁରକ୍ଷା ଯାଞ୍ଚ । ଏସବୁ ସଜବାଜ ଆସନ୍ତାକାଲି ପାଇଁ । କାରଣ କାଲି ଅଯୋଧ୍ୟା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାନୁଆରୀ ୨୨ରେ ନବନିର୍ମିତ ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିବା ବେଳେ, କାଲି ମୋଦି ତମାମ୍ ପ୍ରସ୍ତୁତିର ଟିକିନିଖି ସମୀକ୍ଷା କରିବେ ।

Advertisment

ଏଥିସହ ଅଯୋଧ୍ୟାକୁ ଭେଟିଦେବେ ଚାରି ଚାରିଟି ବଡ଼ ଉପହାର। ନବନିର୍ମିତ ମହର୍ଷି ବାଲ୍ମିକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉଦଘାଟନ, ନବୀକୃତ ଅଯୋଧ୍ୟା ଧାମ ଜଙ୍କସନ୍ ରେଲୱେ ଷ୍ଟେସନର ଲୋକାର୍ପଣ ଏବଂ ବନ୍ଦେ ଭାରତ ଓ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ । ମୋଟ ୧୫ ହଜାର ୭୦୦ କୋଟିର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ ସହିତ ଅଯୋଧ୍ୟାରେ ଜନସଭାକୁ ସମ୍ବୋଧନ କରିବେ ମୋଦି । ମଞ୍ଚରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ, ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ୍, ରାମମନ୍ଦିର ମୁଖ୍ୟ ପୂଜକ ଏବଂ RSS ସରସଂଘଚାଳକ ମୋହନ ଭାଗବତ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଏଥିସହ ମୋଦିଙ୍କ ରୋଡ୍ ଶୋ' କାର୍ଯ୍ୟକ୍ରମ ଥିବାରୁ ଆଜିଠାରୁ ଏହି ରାମନଗରୀର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଜାନୁଆରୀ ୨୨, ଦିନ ପ୍ରାୟ ୧୨ଟା ୩୦ ବେଳେ ମନ୍ଦିରରେ ବିରାଜିବେ ରାମଲାଲା। ପ୍ରାଣପ୍ରତିଷ୍ଠା ପାଇଁ ରହିବ ଠିକ୍ ୮୪ ସେକେଣ୍ଡ ଶୁଭ ମୁହୂର୍ତ୍ତ। ଗର୍ଭଗୃହରେ ପୂଜା ପାଇବେ ୫ ବର୍ଷୀୟ ଶ୍ରୀରାମଚନ୍ଦ୍ରଙ୍କ ବାଳୁତ ବିଗ୍ରହ । ତିଆରି ସରିଛି ୩ଟି ବିକଳ୍ପ ମୂର୍ତ୍ତି । ସେଥିରୁ ଗୋଟିକୁ ଚୂଡ଼ାନ୍ତ ଚୟନ ପାଇଁ ଆଜି ବସିଛି ବୈଠକ । ପୌରାଣିକ କଥାବସ୍ତୁ ଅନୁସାରେ ଶ୍ରୀରାମଚନ୍ଦ୍ର ଶୈଶବାବସ୍ଥାରେ ଯେମିତି ଦିଶୁଥିଲେ, ଠିକ୍ ସେମିତି ମୂର୍ତ୍ତି ବାଛିବାକୁ ରାମ କଥାକୁଞ୍ଜରେ ପହଞ୍ଚିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍ ମହାସଚିବ ଚମ୍ପତ ରାୟଙ୍କ ସମେତ ଅନ୍ୟ ସାଧୁସନ୍ଥ।

Advertisment

ଅନ୍ୟପଟେ ପଥର କାମ ପାଇଁ ଖ୍ୟାତ ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟସ୍ଥ ବଉଳଗଡ଼ିଆ ଗାଁ । ୧୯୭୯ ମସିହାରେ ପ୍ରତିଷ୍ଠା ହୋଇଥିଲା ମୂର୍ତ୍ତି ତାଲିମ କେନ୍ଦ୍ର । ଏଇଠି ନିହାଣ ଧରି ଶିଖିଥିଲେ ଆଜି ଅଯୋଧ୍ୟା ରାମମନ୍ଦିର ନିର୍ମାଣରେ ନିୟୋଜିତ ଅନେକ ପଥର ଶିଳ୍ପୀ। ବଉଳ ଗଡ଼ିଆ ଗାଁର ଅଧାରୁ ଅଧିକ ମୂର୍ତ୍ତି କାରିଗର ଏବେ ସେଠାରେ ରହି ନିର୍ଜୀବ କାନ୍ଥ ଓ ଖମ୍ବରେ ଜୀବନ ଭରୁଥିବା ବେଳେ, ଏପଟେ ସେମାନଙ୍କ ପରିବାର ବି ଖୁବ୍ ଖୁସି ଓ ଗର୍ବିତ। ଏହି ଗାଁର ହୃଦାନନ୍ଦ ମହାରଣାଙ୍କ ପରିବାରର ୫ ଜଣ ସଦସ୍ୟ ପ୍ରାୟ ବର୍ଷେ ହେବ ସେଠାରେ କାର୍ଯ୍ୟରତ ଅଛନ୍ତି। ତେବେ କେତେ ଜଣ ଶିଳ୍ପୀ ଅସୁସ୍ଥତା ଓ ଜରୁରୀ କାର୍ଯ୍ୟ ପାଇଁ ଛୁଟିରେ ଆସିଥିବାରୁ, ସେମାନଙ୍କ ସହ କଥା ହେବାର ସୁଯୋଗ ମିଳିଛି।

କେବଳ ନୀଳଗିରି ଅଞ୍ଚଳ ନୁହେଁ, ଲଳିତଗିରି ଓ କୋଣାର୍କ ସମେତ ବିଭିନ୍ନ ସ୍ଥାନର ପଥର ଶିଳ୍ପୀ ଏବେ ଅଯୋଧ୍ୟା ରାମ ମନ୍ଦିର କାନ୍ଥରେ ଖୋଦେଇ କରୁଛନ୍ତି ଉତ୍କଳୀୟ କାରୁକଳାର ଅଲିଭା ସ୍ୱାକ୍ଷର।

Advertisment

Narendra Modi India Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ