Advertisment

Axiom-4 Mission: ଆଜି ଲଞ୍ଚ ହେବ ଆକ୍ସିଅମ୍-୪ ମିଶନ: ISSକୁ ଯାତ୍ରା କରିବେ ଶୁଭାଂଶୁ

ଆଜି ଲଞ୍ଚ ହେବ ଆକ୍ସିଅମ୍-୪ ମିଶନ। ଆଜି ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ଆକ୍ସିଅମ୍-୪ ମିଶନ ଲଞ୍ଚ ନେଇ ସ୍ଥିର କରାଯାଇଛି। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
Axiom-4 Mission

Axiom-4 Mission

Advertisment

ଆଜି ଲଞ୍ଚ ହେବ ଆକ୍ସିଅମ୍-୪ ମିଶନ। ଆଜି ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ଆକ୍ସିଅମ୍-୪ ମିଶନ ଲଞ୍ଚ ହେବା ନେଇ ସ୍ଥିର କରାଯାଇଛି। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ସନ୍ଧ୍ୟାରେ ଏହାକୁ ହେବାକୁ ଥିବାବେଳେ ପ୍ରତିକୂଳ ପାଗ ପାଇଁ ମିଶନ ଘୁଂଚାଯାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ବିଭିନ୍ନ କାରଣରୁ ଏହି ମିଶନକୁ ୩ ଥର ସ୍ଥଗିତ ରଖାଗଲାଣି।

Advertisment

ମିଶନରେ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରକୁ ଯିବେ। ଶୁଭାଂଶୁଙ୍କ ସମେତ ୪ ଜଣ ମହାକାଶକୁ ଉଡ଼ାଣ ଭରିବେ।

ଅଧିକ ପଢନ୍ତୁ: ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍; ସାଥିରେ ନେବେ ଭାରତୀୟ ଖାଦ୍ୟ ଓ ହଂସ

Advertisment

ଆକ୍ସିଅମ୍-୪ ପାଇଁ ମିଶନ୍ ପାଇଲଟ୍ ଭାବେ ଗୁରୁଦାୟିତ୍ବ ତୁଲାଇବେ ଏହି ଭାରତୀୟ ବାୟୁସେନା ଅଧିକାରୀ। ରାକେଶ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ସେ ମହାକାଶକୁ ଯାଉଥିବା ବେଳେ, ପ୍ରଥମ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବେ। ସେଠାରେ ଶୁଭାଂଶୁ ୧୪ ଦିନ ରହିବେ।

ମହାକାଶକୁ ଯିବା ପୂର୍ବରୁ ଏବେ କ୍ବାରେଣ୍ଟିନରେ ଅଛନ୍ତି ଶୁଭାଂଶୁ। ମେ ୨୫ ତାରିଖରୁ କେନେଡି ସ୍ପେସ ସେଣ୍ଟରରେ କ୍ବାରେଣ୍ଟିନରେ ଅଛନ୍ତି। ମହାକାଶକୁ ଯିବା ପୂର୍ବରୁ କୌଣସି ସଂକ୍ରାମକ ରୋଗରେ ସଂକ୍ରମିତ ନ ହେବା ଓ ରୋଗ ମୁକ୍ତ ହେବା ପାଇଁ ସ୍ବାସ୍ଥ୍ୟ ପରୀକ୍ଷାର ଏହା ଏକ ପ୍ରୋଟୋକଲ। କାରଣ ମହାକାଶକୁ ଯିବା ପରେ ସଂକ୍ରାମକ ରୋଗ ବ୍ୟାପିଲେ ମହାକାଶଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ବିପଦରେ ପକାଇପାରେ।

Advertisment

ଏହି ସମୟ ମଧ୍ୟରେ ମହାକାଶଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ପରିଷ୍କାର ପରିଚ୍ଛନତା ଅବଲମ୍ବନ କରିବା ସହ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଏ। ଏହା ସହ ବାହାର ଲୋକଙ୍କୁ ଭେଟିବାରେ କଟକଣା ଲଗା ଯାଇଥାଏ।

ଅଧିକ ପଢନ୍ତୁ: ମହାକାଶ ଯିବା ଆଗରୁ ଶୁଭାଂଶୁଙ୍କ ଫୁଲ୍ ଡ୍ରେସ୍ ରିହର୍ସଲ, ସାମ୍ନାକୁ ଆସିଲା ଫଟୋ

NASA ISRO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ