Advertisment

ନୂଆବର୍ଷରୁ ଏଟିଏମ ବ୍ୟବହାର ମହଙ୍ଗା, ଦେବାକୁ ହେବ ମୋଟା ଅଙ୍କର ଟଙ୍କା

ଫ୍ରି ଟ୍ରାନଜାକ୍ସନ ମାସିକ ଲିମିଟ ପରେ ଯଦି ଆପଣ ଅଧିକ କାରବାର କରୁଛନ୍ତି, ତେବେ ପୂର୍ବ ଚାର୍ଜ ତୁଳନାରେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ହେବ । ଏବେ ପ୍ରତିଟି ଅତିରିକ୍ତ କାରବାର ଉପରେ ଗ୍ରାହକଙ୍କୁ ପ୍ରତି କାରବାର ପିଛା ୨୦ ଟଙ୍କା ଦେବାକୁ ପଡୁଥିବା ବେଳେ ଆସନ୍ତା ବର୍ଷଠାରୁ ପ୍ରତି ଅତିରିକ୍ତ କାରବାର ପ୍ରତି ଗ୍ରାହକଙ୍କୁ ୨୧ ଟଙ୍କା ଦେବାକୁ ପଡିବ ।

author-image
Prangyan Parimita
new rule

new rule

ନୂଆଦିଲ୍ଲୀ : ଆଉ ମାତ୍ର କେଇଟା ଦିନ । ବଦଳିଯିବ ପୁରୁଣା ନିୟମ । ଆସିବ ନୂଆ ନିୟମ । ଆସନ୍ତା ନୂଆ ବର୍ଷରୁ ମହଙ୍ଗା ହେବାକୁ ଯାଉଛି ଏଟିଏମ୍‌ କାରବାର । ଡିସେମ୍ୱର ମାସ ଶେଷ ହେବା ପରେ ମାସିକ ମାଗଣା କାରବାର ବାଦ ଗ୍ରାହକଙ୍କୁ କାରବାର ପିଛା ୨୧ ଟଙ୍କା ଗଣିବାକୁ ‌ପଡ଼ିବ । ଏନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ କାରବାର ଉପରେ ଗ୍ରାହକମାନଙ୍କଠାରୁ ଅଧିକ ଚାର୍ଜ ଆଦାୟ କରିବାକୁ ଦେଶର ସମସ୍ତ ବ୍ୟାଙ୍କକୁ ଅନୁମତି ଦେଇଛନ୍ତି ।

Advertisment

ରିଜର୍ଭ ବ୍ୟାଙ୍କର ବିଜ୍ଞପ୍ତି ଅନୁଯାୟୀ ଜାନୁଆରି ୨୦୨୨ ଠାରୁ ଆପଣଙ୍କୁ ବ୍ୟାଙ୍କ ତରଫରୁ ଯେତେଥର ଏଟିଏମରୁ ଟଙ୍କା ଉଠାଣ ପାଇଁ ଫ୍ରି ଅପ୍ସନ୍ ଦିଆଯାଇଛି ତା ଠାରୁ ଅଧିକ ଥର ଏଟିଏମ କାରବାର କଲେ ପୂର୍ବ ଅପେକ୍ଷା ଅଧିକ ଚାର୍ଜ ଦେବାକୁ ପଡିବ । ଫ୍ରି ଟ୍ରାନଜାକ୍ସନ ମାସିକ ଲିମିଟ ପରେ ଯଦି ଆପଣ ଅଧିକ କାରବାର କରୁଛନ୍ତି, ତେବେ ପୂର୍ବ ଚାର୍ଜ ତୁଳନାରେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ହେବ । ଏବେ ପ୍ରତିଟି ଅତିରିକ୍ତ କାରବାର ଉପରେ ଗ୍ରାହକଙ୍କୁ ପ୍ରତି କାରବାର ପିଛା ୨୦ ଟଙ୍କା ଦେବାକୁ ପଡୁଥିବା ବେଳେ ଆସନ୍ତା ବର୍ଷଠାରୁ ପ୍ରତି ଅତିରିକ୍ତ କାରବାର ପ୍ରତି ଗ୍ରାହକଙ୍କୁ ୨୧ ଟଙ୍କା ଦେବାକୁ ପଡିବ ।

ଯଦି ଏଟିଏମ କାରବାର ଉପରେ ଅନ୍ୟକର ଲାଗିଥାଏ ତାହେଲେ ତାହା କାରବାର ଚାର୍ଜ ଠାରୁ ଅଲଗା ହେବ। ଏହା ସହ ପ୍ରତି ଗ୍ରାହକଙ୍କୁ ମାସିକ ୫ ଥର ମାଗଣାରେ ଏଟିଏମ କାରବାର କରିବାର ସୁଯୋଗ ମିଳିବ। ହେଲେ ଏସବୁ କ୍ଷେତ୍ରରେ ସମାନ ନୁହେଁ। ମେଟ୍ରୋ ସହରମାନଙ୍କରେ ରହୁଥିବା ଗ୍ରାହକମାନଙ୍କୁ ମାସିକ ୩ ଥର ମାଗଣା କାରବାର ଉପରେ ଚାର୍ଜ ଦେବାକୁ ପଡିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି।

Advertisment

ଏମିତିକି ମାସିକ ୫ ଥର ମାଗଣା କାରବାର ଭିତରେ ଆପଣଙ୍କର ଆର୍ଥିକ ଓ ଅଣ ଆର୍ଥିକ କାରବାର ଜଡିତ ରହିବ। ଅର୍ଥାତ ଆପଣ ଯଦି ବାଲାନ୍ସ ଚେକ କରୁଛନ୍ତି ବା ଷ୍ଟେଟମେଣ୍ଟ ବାହାର କରୁଛନ୍ତି ତେବେ ତାହା ବି ଆପଣଙ୍କ ମାଗଣା କାରବାର ଭିତରେ ଗଣତି ହେବ।

୨୦୨୧ ଅଗଷ୍ଟ ପହିଲାରୁ ଇଣ୍ଟରଚେଞ୍ଜ ଶୁଳ୍କ ଆର୍ଥିକ କାରବାର କ୍ଷେତ୍ରରେ ୧୫ ଟଙ୍କାରୁ ୧୭ ଟଙ୍କାକୁ ଏବଂ ଅଣ ଆର୍ଥିକ କାରବାର ୫ ଟଙ୍କାରୁ ୬ ଟଙ୍କାକୁ ବଢାଇବା ପାଇଁ ଆରବିଆଇ ସବୁ ବ୍ୟାଙ୍କକୁ ଅନୁମତି ଦେଇଛନ୍ତି। ବର୍ତ୍ତମାନ ଗ୍ରାହକମାନେ ମାଗଣା କାରବାର ଶେଷ ହେବା ପରେ ପ୍ରତି କାରବାର ପିଛା ୨୦ ଟଙ୍କା ଗଣୁଛନ୍ତି। ଆସନ୍ତା ଜାନୁଆରି ପହିଲାରୁ ଏହା ୧ ଟଙ୍କା ବଢି ୨୧ ଟଙ୍କା ହେଉଛି ।

Special Story
Advertisment
Advertisment