Advertisment

ବଦଳିଲା ଦାୟିତ୍ବ, ବଦଳିଲା ସିଟ୍‌; ବିଧାନସଭାର ଶେଷ ଧାଡ଼ିରେ ବସିଲେ କେଜ୍ରିଓ୍ୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଧାନସଭାରେ ଅରବିନ୍ଦ କେଜରିୱାଲଙ୍କ ଚେୟାର ମଧ୍ୟ ବଦଳିଛି । ବର୍ତ୍ତମାନ କେଜରିୱାଲଙ୍କ ସିଟ୍‌ ନମ୍ବର ୧ ରୁ ୪୧କୁ ବଦଳିଛି ।

ଅଦ୍ୟତନ ହୋଇଛି
Delhi Assembly

Delhi Assembly

Advertisment

ଆଜିଠୁ ଆରମ୍ଭ ହେଲା ଦିଲ୍ଲୀ ବିଧାନସଭାର ଦୁଇ ଦିନିଆ ଅଧିବେଶନ। ପ୍ରଥମ ଥର ପାଇଁ ଆତିଶୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଅଧିବେଶନରେ ଭାଗ ନେଇଛନ୍ତି । ସେହିପରି କେଜ୍ରିଓ୍ୱାଲ ବିଧାୟକ ରୂପେ ପ୍ରଥମ ଥର ପାଇଁ ଗୃହରେ ଉପସ୍ଥିତ ରହିଥିଲେ । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଧାନସଭାରେ ଅରବିନ୍ଦ କେଜରିୱାଲଙ୍କ ଚେୟାର ମଧ୍ୟ ବଦଳିଛି । ବର୍ତ୍ତମାନ କେଜରିୱାଲଙ୍କ ସିଟ୍‌ ନମ୍ବର ୧ ରୁ ୪୧କୁ ବଦଳିଛି । 

Advertisment

ବର୍ତ୍ତମାନର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ବିଧାନସଭାର ସିଟ୍‌ ନମ୍ବର ୧ରେ ବସିବେ ଓ ସୌରଭ ଭରଦ୍ୱାଜ ସିଟ୍‌ ନମ୍ବର ୨ରେ ବସିବେ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସିଟ୍‌ ୪୦ରେ ରହିଛି । ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପାଖରେ ରହିଛି । 

ବଡ଼ କଥ ହେଉଛି କେଜ୍ରିୱାଲ ସମାନ ଆସନରେ ବସିବେ ନା ଏକ ଭିନ୍ନ ସିଟ୍‌ରେ ବସିବେ ତାହାକୁ ନେଇ ପ୍ରବଳ ଚର୍ଚ୍ଚା ହେଉଥିଲା । ଦିଲ୍ଲୀ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଚେୟାର ବାଚସ୍ପତିଙ୍କ ଆସନ ସମ୍ମୁଖରେ ଥିବାବେଳେ ବିରୋଧୀ ଦଳର ନେତାଙ୍କ୍ ଚେୟାରରେ ୯୦ ଡିଗ୍ରୀ ରହିଥାଏ।

Advertisment

ଏହାପୂର୍ବରୁ ସୋମବାର ଦିନ ଆତିଶୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ସମୟରେ ସିଏମ୍‌ ଅଫିସ୍‌ରେ ସେ କେଜ୍ରିଓ୍ୱାଲଙ୍କ ପାଇଁ ଚୌକି ଖାଲି ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆସନ ପାଖରେ ଆଉ ଏକ ଚୌକି ପକାଇ ସେ ବସିଥିଲେ। ଆତିଶୀ କହିଥିଲେ, 'ଯେପରି ରାମାୟଣରେ ସିଂହାସନରେ ରାମଙ୍କ କଠଉ ରଖି ଭରତ ରାଜ୍ୟଭାର ଗ୍ରହଣ କରିଥିଲେ ସେହିପରି ମୁଁ ଦିଲ୍ଲୀ ପାଇଁ କାମ କରିବି। କେଜ୍ରିଓ୍ୱାଲ ଫେରିବା ଯାଏ ଏହି ଚୌକି ତାଙ୍କ ପାଇଁ ଖାଲି ରହିବ।' 

Advertisment

Chief Minister Arvind Kejriwal Delhi Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ