Advertisment

ତାମିଲନାଡ଼ୁରେ ମଦ ମୃତ୍ୟୁ: ଗଲାଣି ୩୩ଜୀବନ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଯଦି ରାଜ୍ୟରେ ଯେଉଁଠି ବେଆଇନ ଭାବେ ମଦ ତିଆରି ହେଉଛି, ତେବେ ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରନ୍ତୁ । ଲୋକଙ୍କ ସୂଚନା ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅଦ୍ୟତନ ହୋଇଛି
33 Dead in Tamil Nadu Kallakurichi After Consuming Spurious Liquor

illicit liquor

Advertisment

ବିଷାକ୍ତ ମଦ ନେଉଛି ଜୀବନ । ତାମିଲନାଡ଼ୁର କଲାକୁରୁଚିରେ ବିଷାକ୍ତ ମଦ ପିଇ ୩୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ପୋଲିସ ଏହି ମାମଲାରେ ତଦନ୍ତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ କେ କନ୍ନୁ କୁଟ୍ଟି। ଅଭିଯୁକ୍ତ ନିକଟରୁ ୨୦୦ ଲିଟରରୁ ଅଧିକ ବିଷାକ୍ତ ମଦ ଜବତ କରାଯାଇଛି।

Advertisment

ତାମିଲନାଡ଼ୁର କଲାକୁରୁଚିରୁ ବିଷାକ୍ତ ଓ ଅପମିଶ୍ରିତ ମଦ ପିଇ ୩୩ଜଣଙ୍କର ଜୀବନ ଯାଇଛି । ଗତ ୧୮ ତାରିଖରେ ମଦ ପିଇ ଲୋକେ ଅସୁସ୍ଥ ହୋଇଯାଇଥିଲେ । ସେମାନଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ପରେ ଧୀରେ ଧୀରେ ଅସୁସ୍ଥଙ୍କ ସଂଖ୍ୟା ବଢ଼ିଥିଲା । ତେବେ ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୩୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଅସୁସ୍ଥ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କର ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ଝାଡ଼ଖଣ୍ଡରେ ବଡ଼ ଧରଣର ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ନକ୍ସଲ

Advertisment

ମୁଖ୍ୟମନ୍ତ୍ରୀ ଏକେ ଷ୍ଟାଲିନ୍ ଘଟଣାକୁ ଗୁରୁତ୍ବ ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ କଲାକୁରୁଚିରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଯଦି ରାଜ୍ୟରେ ଯେଉଁଠି ବେଆଇନ ଭାବେ ମଦ ତିଆରି ହେଉଛି, ତେବେ ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରନ୍ତୁ । ଲୋକଙ୍କ ସୂଚନା ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ସମାଜକୁ ନଷ୍ଟ କରୁଥିବା ଅଭିଯୁକ୍ତଙ୍କୁ ବରଦାସ୍ତ କରାଯିବ ନାହିଁ । ଏହା ସହିତ ତାମିଲନାଡୁ ସରକାର ଏହି ଘଟଣାର ତଦନ୍ତ ଦାୟିତ୍ବ ସିବି-ସିଆଇଡିକୁ ଦେଇଛନ୍ତି ।

Advertisment

ଅନ୍ୟପଟେ କଲାକୁରୁଚି ଜିଲ୍ଲାପାଳ ଶ୍ରବଣ କୁମାର ଜଟାଭଟଙ୍କୁ ବଦଳି କରାଯାଇଥିବା ବେଳେ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀମୟ ସିଂ ମୀନାଙ୍କୁ ସସପେଣ୍ଡ କରାଯାଇଛି । ଏହାସହ ୯ପୋଲିସ ଅଫିସରଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି। ଏକାଧିକ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ତାମିଲନାଡ଼ୁ ପୋଲିସ୍। କଲାକୁରୁଚିର ନୂଆ ଜିଲ୍ଲାପାଳ ଏମ୍‌ଏସ୍‌ ପ୍ରସନାଥ ଡାକ୍ତରଖାନା ଯାଇ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିବା ବେଳେ ନୂଆ ଏସପି ଭାବଲେ ରଜତ ଚତୁର୍ବେଦୀଙ୍କୁ ଦାୟିତ୍ୱ ଦିଆଯାଇଛି।ତାସହ ଘଟଣାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡ଼ୁ ରାଜ୍ୟପାଳ।ଅନ୍ୟପଟେ ମୃତକଙ୍କ ପୋଷ୍ଟମର୍ଟମ ପରେ ମୃତ୍ୟୁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।

ଅଧିକ ପଢ଼ନ୍ତୁ: ରାମାୟଣକୁ କଦର୍ଥ କରିବା ପଡିଲା ମହଙ୍ଗା; IIT-ବମ୍ୱେର ୮ ଛାତ୍ରଙ୍କୁ ୧.୨ଲକ୍ଷ ଜରିମାନା

Rephrase with Ginger (Ctrl+Alt+E)
Liquor Spurious Liquor Spurious Liquor Tragedy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ