Advertisment

୫ ଦିନ ପରେ ହେବ କି ଭୟଙ୍କର ଦ୍ୱିପ୍ରହର ! ମାଡ଼ି ଆସୁଛି ଆଷ୍ଟରଏଡ୍‌

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିପଦ ! ଆସନ୍ତା ଫେବୃଆରୀ ୨୨ ତାରିଖ ଅପରାହ୍ନରେ ପୃଥିବୀ ଠାରୁ ପାଖାପାଖି ୫୩.୬୬ ଲକ୍ଷ କି.ମି. ଦୂରରୁ ଏକ ବଡ଼ ଆଷ୍ଟରଏଡ୍‌ ବାହାରିବ ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Asteroid

Asteroid

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିପଦ ! ଆସନ୍ତା ଫେବୃଆରୀ ୨୨ ତାରିଖ ଅପରାହ୍ଣରେ ପୃଥିବୀ ଠାରୁ ପାଖାପାଖି ୫୩.୬୬ ଲକ୍ଷ କି.ମି. ଦୂରରୁ ଏକ ବଡ଼ ଆଷ୍ଟରଏଡ୍‌ ବାହାରିବ ବୋଲି ଜଣାପଡ଼ିଛି। ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା (NASA) ଏହାକୁ ସମ୍ଭାବ୍ୟ ବିପଦପୂର୍ଣ୍ଣ ଆଷ୍ଟରଏଡ୍‌ ତାଲିକାରେ ସ୍ଥାନୀତ କରିଛି। ଏହାର ଆକାର ମଧ୍ୟ ସଠିକ୍‌ ଭାବେ ଜଣାପଡ଼ି ନାହିଁ। ବୈଜ୍ଞାନିକଙ୍କ କହିବା ଅନୁସାରେ, ୬୨୩ ଫୁଟ୍‌ରୁ ୧୪୧୦ ଫୁଟ୍‌ ପର୍ଯ୍ୟନ୍ତ ଏହି ଆଷ୍ଟରଏଡ୍‌ର ଲମ୍ବ ହୋଇପାରେ। 

Advertisment

ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଏହି ବିପଦପୂର୍ଣ୍ଣ ଆଷ୍ଟରଏଡ୍‌ର ନାଁ-Asteroid (455176) 1999 VF22। ଆସନ୍ତା ମଙ୍ଗଳବାର ଅର୍ଥାତ୍‌ ୨୨ ତାରିଖ ଅପରାହ୍ଣରେ ଏହା ପୃଥିବୀ ଠାରୁ ୫୩.୬୬ ଲକ୍ଷ କି.ମି. ଦୂରରୁ ବାହାରିବ। ଏହା ପ୍ରତି ସେକେଣ୍ଡରେ  ୨୫.୧୦ କି.ମି. ବେଗରେ ପୃଥିବୀ ଆଡକୁ ବାହାରିବ। ଏହାର ଘଣ୍ଟା ପ୍ରତି ବେଗ ୯୦,୩୬୦ କି.ମି. ରହିବ ବୋଲି ଜଣାପଡ଼ିଛି। 

ପ୍ରାୟ ଏକ ଶତାବ୍ଦୀ ପରେ Asteroid (455176) 1999 VF22 ପୃଥିବୀର ନିକଟତର ହେବ। ୨୧୫୦ ମସିହା ଫେବୃଆରୀ ୨୩ରେ ଏହା ପୃଥିବୀର ନିକଟତର ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ୧୯୯୯ ମସିହା ଅକ୍ଟୋବର ୩୧ ତାରିଖରେ ଏହି ଆଷ୍ଟରଏଡ୍‌ର ସନ୍ଧାନ ମିଳିଥିଲା। ହେଲେ ୧୯୯୯ ମସିହା ନଭେମ୍ବର ୧୦ ପର୍ଯ୍ୟନ୍ତ ଏହା ଦୃଶ୍ୟମାନ ହୋଇନଥିଲା। Catalina Sky Survey ଏହି ଆଷ୍ଟରଏଡ୍‌ର ସନ୍ଧାନ କରିଥିଲା। 

Advertisment

Asteroid (455176) 1999 VF22ର ଆକାର ଏତେ ବଡ଼ ଯେ, ଯଦି ଏହା ପୃଥିବୀର କୌଣସି ସ୍ଥାନରେ ପଡ଼େ, ତା’ହେଲେ ଏହା ବଡ଼ ଧ୍ୱଂସ ଘଟାଇପାରେ। ପରମାଣୁ ବୋମା ଏବଂ ସମୁଦ୍ରରେ ଆସୁଥିବା ସୁନାମୀ ପରି ଏହା ବଡ଼ ଧରଣର କ୍ଷତି କରିପାରେ । ଯଦିଓ ଏହା ପୃଥିବୀ ପୃଷ୍ଠରେ ଧକ୍କା ହେବାର କୌଣସି ସମ୍ଭାବନା ନାହିଁ, କିନ୍ତୁ ଯଦି ଏହା ଧକ୍କା ହୁଏ, ତା’ହେଲେ ହିରୋଶିମା-ନାଗାସାକି ଉପରେ ପଡ଼ିଥିବା ପରମାଣୁ ବୋମା ଅପେକ୍ଷା ଏହା ଅଧିକ ଧ୍ୱଂସ ଘଟାଇପାରେ।

ଏହି ଆଷ୍ଟରଏଡ୍‌ ଏକ ପ୍ରକାରର ପଥର ସଦୃଶ ଆଷ୍ଟରଏଡ୍‌। ଯାହା Apollo Asteroid ଗ୍ରୁପ୍‌ର। Asteroid (455176) 1999 VF22 ଆକାଶରେ ଦ୍ରୁତ ଗତିରେ ଗତି କଲାବେଳେ ତାରା ପରି ଦେଖାଯିବ। କେବଳ ଏହାର ସ୍ଥିତି କ୍ରମାଗତ ଭାବରେ ବଦଳିବ। ଏଭଳି ଆଷ୍ଟରଏଡ୍‌ ପୃଥିବୀରେ ଧକ୍କା ହେବାର ସମ୍ଭାବନା ୬ ଲକ୍ଷ ବର୍ଷରେ ଥରେ ହୋଇଥାଏ। ସୌଭାଗ୍ୟବଶତଃ, ନିକଟରେ ନାସା DART ମିଶନ ଆରମ୍ଭ କରିଛି। ଏହାଦ୍ୱାରା ଏକ ସ୍ପେସ୍‌କ୍ରାଫ୍ଟକୁ ଆଷ୍ଟରଏଡ୍‌ରୁ ଧକ୍କା ହେବାର ଦିଗ ଓ ଗତିରେ ପରିବର୍ତ୍ତନ କରାଯିବା ଲାଗି ପ୍ରୟାସ କରାଯାଇପାରିବ। ଯଦି ନାସାର ଏହି ମିଶନ ସଫଳ ହୁଏ, ତା’ହେଲେ ଭବିଷ୍ୟତରେ ପୃଥିବୀକୁ ଆଷ୍ଟରଏଡ୍‌ ଆକ୍ରମଣରୁ ରକ୍ଷା କରାଯାଇପାରିବ।

ଶେଷଥର ପାଇଁ ପୃଥିବୀ ପୃଷ୍ଠରେ ଯେଉଁ ଆଷ୍ଟରଏଡ୍‌ ପଡ଼ିଥିଲା, ଏହାଦ୍ୱାରା ଋଷରେ ଅନେକ କିଛି ଧ୍ୱଂସବିଧ୍ୱସ୍ତ ହୋଇଥିଲା। ୨୦୧୩ ମସିହାରେ ଏହା ଘଟିଥିଲା। ଏହି ଆଷ୍ଟରଏଡ୍‌ ୧୭ ମିଟରର ଥିଲା। ଏହା ଋଷ ଉପରେ ଆସି ବାୟୁମଣ୍ଡଳରେ ବିସ୍ଫୋରଣ ହୋଇଥିଲା। ଏତଦଦ୍ୱାରା ଏକ ସହରର ସମସ୍ତ କୋଠାର ଝରକା ଭାଙ୍ଗି ଯାଇଥିଲା। ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ। 

Asteroid Asteroid Near Earth
Advertisment
Advertisment