Advertisment

Uttarakhand: କ୍ଷତିପୂରଣ ବାବଦକୁ କହିଥିଲେ ମିଳିବ ୫ ଲକ୍ଷ, ଦେଲା ବେଳକୁ ମାତ୍ର ଏତିକି....

ଉତ୍ତରକାଶୀ ଜିଲ୍ଲାର ଧରାଲି ଗାଁରେ ପ୍ରାକୃତିକ ବିପର୍ଯ୍ୟୟରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୯ ଜଣ ନିଖୋଜ ଅଛନ୍ତି। ୧୦୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଅନେକ ଲୋକ ବିସ୍ଥାପିତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Assured

Assured

Advertisment

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲି ଗାଁରେ ହଠାତ୍ ବନ୍ୟା ଯୋଗୁଁ ବ୍ୟାପକ କ୍ଷତି ହୋଇଥିଲା। ନିମିଷକେ ଛାରଖାର ହୋଇ ଯାଇଥିଲା ସବୁ କିଛି। ବନ୍ୟା ପ୍ରଭାବିତ ପରିବାରକୁ ପ୍ରତିଶ୍ରୁତି ଦେଇଥିଲେ ମିଳିବ ୫ ଲକ୍ଷ ଟଙ୍କା। ହେଳେ ମିଳିଲା ମାତ୍ର ୫ ହଜାର ଟଙ୍କା। ଏହି ୫ ହଜାର ଟଙ୍କାର ଚେକ୍ ଦେଖି ରାଗି ଯାଇଛନ୍ତି ପ୍ରଭାବିତ ଲାକେ। ବିପର୍ଯ୍ୟୟ ଯୋଗୁଁ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ମୁକାବିଲା ପାଇଁ ଏତିକି ପରିମାଣର ଟଙ୍କାକୁ 'ଅପର୍ଯ୍ୟାପ୍ତ' ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି ବାସିନ୍ଦା।

Advertisment

କର୍ତ୍ତୃପକ୍ଷଙ୍କ ଦ୍ୱାରା ଧରାଲି ଏବଂ ହର୍ଷିଲରେ ପ୍ରଭାବିତ ପରିବାରକୁ ତୁରନ୍ତ ରିଲିଫ୍ ଚେକ୍ ବଣ୍ଟନ କରାଯାଇଥିଲା। ତଥାପି ଏହି ପଦକ୍ଷେପକୁ ନେଇ ପ୍ରତିବାଦ ଦେଖିବାକୁ ମିଳିଥିଲା। ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ନେତୃତ୍ୱାଧୀନ ସରକାର ସେମାନଙ୍କୁ କ୍ଷୟକ୍ଷତିପୂରଣ ବାବଦକୁ ମିଳୁଥିବା ଟଙ୍କାକୁ ଅପର୍ଯ୍ୟାପ୍ତ ବୋଲି ଅଭିଯୋଗ କରିଛନ୍ତି।

ଉତ୍ତରକାଶୀ ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଶାନ୍ତ ଆର୍ଯ୍ୟ ଏହି ପଦକ୍ଷେପକୁ ସମର୍ଥନ କରି କହିଛନ୍ତି ଯେ ୫ ହଜାର ଟଙ୍କା କେବଳ ଏକ ମଧ୍ୟବର୍ତ୍ତୀକାଳୀନ ପଦକ୍ଷେପ। "ସମ୍ପୂର୍ଣ୍ଣ କ୍ଷତିର ମୂଲ୍ୟାଙ୍କନ ଏବଂ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ପରେ ହିଁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ," ବୋଲି ସେ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଯେଉଁମାନଙ୍କର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ସେମାନଙ୍କ ପାଇଁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ ବିପର୍ଯ୍ୟୟରେ ମୃତକଙ୍କ ପରିବାର ପାଇଁ ସମାନ ପରିମାଣର କ୍ଷତିପୂରଣ ଘୋଷଣା କରିଛନ୍ତି। ରାଜସ୍ୱ ସଚିବଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟିକୁ ସବୁ ରିପୋର୍ଟ ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଯାଇଛି।

ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ହେଲିକପ୍ଟର ସାହାଯ୍ୟରେ ଫସି ରହିଥିବା ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ଦୁର୍ଗମ ଅଞ୍ଚଳରେ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବିପର୍ଯ୍ୟୟରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା କଥା ନିଶ୍ଚିତ ହୋଇଛି। ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ୪୯ ଜଣ ନିଖୋଜ ଅଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ବିପର୍ଯ୍ୟୟ ପ୍ରଭାବିତ ଧରାଳି ଅଞ୍ଚଳରରୁ ଏପର୍ଯ୍ୟନ୍ତ ୧୦୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

Advertisment
Uttarakhand CM Uttarakhand Pushkar Singh Dhami
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ