• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଛତିଶଗଡ଼ରେ ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ବିଜାପୁର ଜିଲ୍ଲା ବାସାଗୁଡ଼ାରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ବେଳେ ଏହି ଗୁଳି ବିନିମୟ ହୋଇଛି । ଏଥିରେ ଜଣେ CRPF ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ ହୋଇଥିବାବେଳେ ଆଉ ଜଣେ ଯବାନ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉସୁର ଅଞ୍ଚଳରେ ତିମାପୁର ସଂଲଗ୍ନ ପୁତକେଲର ଜଙ୍ଗଲରେ ଏହି ଏନକାଉଣ୍ଟର ଚାଲିଛି । ଏହି ଏନକାଉଣ୍ଟରରେ ସହିଦ ହୋଇଥିବା 168 ତମ ବାଟାଲିୟନ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏସବି ତିର୍କୀ ଝାଡ଼ଖଣ୍ଡର ବାସିନ୍ଦା ବୋଲି ଜଣାପଡ଼ିଛି । ଏନକାଉଣ୍ଟର ସମ୍ପର୍କରେ ବସ୍ତର ଆଇଜି ପି.ସୁନ୍ଦରରାଜ ସୂଚନା ଦେଇଛନ୍ତି ।

 

ଗତ ମାସରେ ମଧ୍ୟ ଛତିଶଗଡର ସୁକମାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷା ବାହିନୀଙ୍କ ଗୁଳିରେ ଜଣେ ମାଓବାଦୀ ଜୀବନ ହାରିଥିଲା । ଛତିଶଗଡରେ ମାଓବାଦୀମାନଙ୍କ ଆତଙ୍କ କ୍ରମାଗତ ଭାବେ ବୃଦ୍ଧି ପାଉଛି । ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମଧ୍ୟରେ ସମନ୍ୱୟର ଅଭାବ ହେତୁ ନକ୍ସଲମାନେ ଏହି ଅପରାଧ କରିବାରେ ସଫଳ ହୋଇଛନ୍ତି ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ସଂସଦରେ ଉପସ୍ଥାପିତ ରିପୋର୍ଟ ଅନୁଯାୟୀ ଗତ ବର୍ଷ ଛତିଶଗଡରେ ସର୍ବାଧିକ ୨୫୫ ନକ୍ସଲ ହିଂସା ଘଟଣା ଘଟିଥିଲା । ଏହି ସମୟରେ ୧୦୧ ଲୋକଙ୍କର ମୃତ୍ୟୁ ହୋଇଛି । ଏଥିସହ ଝାଡଖଣ୍ଡରେ ୧୩୦ ନକ୍ସଲ ଆକ୍ରମଣ ହୋଇଥିଲା, ଯେଉଁଥିରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ । ଗତ ବର୍ଷ ନକ୍ସଲ ହିଂସାର ମୋଟ ୫୦୯ ଟି ଘଟଣା ଘଟିଥିବା ବେଳେ ଏଥିରେ ୧୪୭ ଜଣ ପ୍ରାଣ ହରାଇଥିଲେ । ଏଥି ସହି ୨୦୨୦ରେ ୬୬୫ ନକ୍ସଲ ହିଂସା ଘଟିଥିଲା ଓ ଏଥିରେ ୧୮୩ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ୨୦୧୯ରେ ୬୭୦ହିଂସା ଘଟଣାରେ ୨୦୨ ଜଣଙ୍କର ମୃତ୍ୟୁ ହୋଇଥିଲା ।