Advertisment

କଏନ୍‌ ଦେଇ ଗାଡ଼ି କିଣିଲେ ଦିନ ମଜୁରିଆ : ହାତରେ ଚାବି ଧରିବା ପରେ କାନ୍ଦି ପକାଇଲେ ଉପେନ୍‌

ଆଜି ଖୁସିରେ ଗଦଗଦ୍ ଉପେନ୍‌ । ଏତେ ଦିନର ସ୍ୱପ୍ନ ପୂରଣ ହୋଇଛି । ଗାଡ଼ି ଚାବି ହାତକୁ ଆସିଛି ।

author-image
Prangyan Parimita
coin

coin

ମୁହଁରେ ଆତ୍ମତୃପ୍ତିର ହସ, ଆଜି ପୂରଣ ହୋଇଛି ସ୍ୱପ୍ନ । କଠିନ ପରିଶ୍ରମର ଫଳ ମିଳିଛି । ଭଙ୍ଗା ସାଇକେଲ୍ ବଦଳରେ ଏବେ ଗାଡ଼ି ଚଳାଇବାର ସୌଭାଗ୍ୟ ମିଳିବ । ଧୈର୍ଯ୍ୟର ସହ ଉଚିତ୍‌ ସମୟକୁ ଅପେକ୍ଷା କଲେ ଅସମ୍ଭବ ବି ସମ୍ଭବ ହୋଇପାରିବ ବୋଲି ପ୍ରମାଣ କରିଛନ୍ତି ଜଣେ ଦିନ ମଜୁରିଆ । କୁଚୁରା ଟଙ୍କାରେ ଆଜି ସେ ଗାଡ଼ି କିଣିଛନ୍ତି । ହେଲେ ଏଥିପାଇଁ ତାଙ୍କୁ କମ୍‌ କଷ୍ଟ କରିବାକୁ ପଡ଼ିନି । ସ୍ୱପ୍ନର ଗାଡ଼ି କିଣିବା ପାଇଁ ସେ ଦୀର୍ଘ ୮ ବର୍ଷ ସେ କଠିନ୍ ତପସ୍ୟା କରିଛନ୍ତି । ଆଉ ଏବେ ସେ ଗାଡ଼ିଖଣ୍ଡିଏ କିଣି ପାରିଛନ୍ତି ।

Advertisment

ଆସାମରର ଜଣେ ଦିନ ମଜୁରୀଆ ଉପେନ୍‌ ରୟଙ୍କ କାହାଣୀ ସତରେ ଖୁବ ନିଆରା । ଗୁଆହାଟୀର ବୋରଗାଓଁ ଅଞ୍ଚଳରେ ତାଙ୍କ ଘର । ନିତି କାମ କଲେ ହିଁ ପେଟକୁ ଦାନା ଯାଏ, ନହେଲେ ଉପାସରେ ରହିବାକୁ ପଡ଼େ । କାମ କରି ପେଟ ପୋଷୁଥିଲେ ବି ମନରେ ଥିଲା ବଡ଼ ଆଶା । ରାସ୍ତାରେ ଗାଡ଼ି ଟିଏ ଚାଲିଲେ ତାଙ୍କ ଆଖି ଚମକି ଯାଉଥିଲା । ସେ ଏକଲୟରେ ଗାଡ଼ି ଆଡ଼କୁ ଦେଖି ରହୁଥିଲେ ।

ଦିନେ ନା ଦିନେ ଖଣ୍ଡେ ଗାଡ଼ି କିଣିବା ପାଇଁ ମନରେ ଆଶା ବାନ୍ଧିଥିଲେ । ଏଥିପାଇଁ ୨୦୧୪ରୁ ସେ ସଞ୍ଚୟ କରିବା ଆରମ୍ଭ କରିଥିଲେ । ଗାଡ଼ି କିଣିବା ପାଇଁ କୁମ୍ପିରେ ପ୍ରତିଦିନ ୧, ୨, ୫ ଟଙ୍କା ଏବଂ ୧୦ ଟଙ୍କିଆ ଜମା କରିବା ଆରମ୍ଭ କରିଥିଲେ । ତେବେ ଟଙ୍କା ଜମା କରିବା ପାଇଁ ତାଙ୍କୁ ଅନେକ ବର୍ଷ ଲାଗିଥିଲା, କିନ୍ତୁ ଶେଷରେ ସେ ନିଜ ସ୍ୱପ୍ନକୁ ସାକାର କରିବାରେ ସକ୍ଷମ ହୋଇଛନ୍ତି ।

Advertisment

ମଙ୍ଗଳବାର ଦିନ କୁମ୍ପି ଭାଙ୍ଗି ଟଙ୍କା ଗଣିବା ପରେ ଖୁସିରେ ନାଚି ଉଠିଥିଲେ ଉପେନ୍‌ । ସେ ଟଙ୍କା ଜମା କରି କରି ଦେଢ଼ ଲକ୍ଷ ଟଙ୍କା କରିସାରିଥିଲେ । ଗାଡ଼ି କିଣା ପାଇଁ ଟଙ୍କା ହୋଇଯିବା ପରେ ସ୍ତ୍ରୀ ସହ ତୁରନ୍ତ ଗାଡ଼ି ସୋରୁମରେ ପହଞ୍ଚିଥିଲେ ଉପେନ୍ । ଏହା ପରେ ସେ ୯୦ ହଜାର ଟଙ୍କା ଦେଇ ଏକ ସ୍କୁଟି କିଣିଛନ୍ତି ।

ତେବେ ଗାଡ଼ି କିଣିବା ପରେ ଖୁସିରେ ଆତ୍ମହରା ହୋଇ କାନ୍ଦି ପକାଇଛନ୍ତି ଉପେନ୍ । ଗାଡ଼ି ଖଣ୍ଡିଏ କିଣିବା ମୋର ସ୍ୱପ୍ନ ଥିଲା । ଏବେ ମୁଁ ବହୁତ ଖୁସି ବୋଲି କହିଛନ୍ତି ଉପେନ୍ ।

ସେପଟେ ଶୋ’ରୁମର ଡିଲର ମନୀଷ ପୋଦ୍ଦାର କହିଛନ୍ତି, କଏନ୍ ଧରି ଜଣେ ବ୍ୟକ୍ତି ଗାଡ଼ି କିଣିବା ପାଇଁ ଆସିଥିବା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ସେ ବ୍ୟାଙ୍କ ସହିତ ଯୋଗାଯୋଗ କରି ପଚାରିଥିଲେ, ସେମାନେ ଏତେ ପରିମାଣର ମୁଦ୍ରା ଗ୍ରହଣ କରିପାରିବେ କି? ହେଲେ ବ୍ୟାଙ୍କ କଏନ୍ ନେବା ପାଇଁ ମନା କରିଦେଇଥିଲା ।

ଉପେନ୍‌ଙ୍କ ପାଇଁ ସେ କିଛି ବ୍ୟବସାୟୀ ଓ ଛୋଟ ଛୋଟ ଦୋକାନୀଙ୍କ ସହ କଥା ହୋଇଥିଲେ । ମୁଦ୍ରା ଗଣିବା ପାଇଁ ଶୋ’ରୁମର ଚାରିଜଣ କର୍ମଚାରୀଙ୍କ ପାଇଁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା ​​। ଶେଷରେ ରୟ ତାଙ୍କ ସ୍ୱପ୍ନର ବାଇକ୍ ପାଇଲେ ଏବଂ ଶୋ’ରୁମ୍ ତାଙ୍କୁ ସମ୍ମାନିତ କଲା ।

Fruits Of Labour
Advertisment
Advertisment