• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜରାସ୍ତାରେ ଦବଙ୍ଗଗିରି ଦେଖାଇଲେ ଦୁଇ ପୋଲିସ୍‌ କର୍ମୀ । ଜଣେ ନୀରିହ ଅଟୋବାଲାର ସାର୍ଟ ଝିଙ୍କି ଆଣିବା ସହ ମନଇଚ୍ଛା ମାଡ଼ ମାରିଲେ । ଆସାମର କାର୍ବି ଆଙ୍ଗଲୋଙ୍ଗରେ ଦୁଇଜଣ ପୋଲିସ କର୍ମଚାରୀ ଜଣେ ଅଟୋରିକ୍ସା ଡ୍ରାଇଭରକୁ ଅତି ନିର୍ମମ ଭାବେ ମାରୁଥିବା ଭିଡିଓ ଭାଇରାଲ ହେଉଛି । ଦୁଇ ପୋଲିସ୍ ମଧ୍ୟରୁ ଜଣେ ସିଭିଲ୍ ଡ୍ରେସରେ ଥିବା ବେଳେ ଅନ୍ୟ ଜଣକ ବର୍ଦ୍ଦିରେ ଥିବା ଦେଖିବାକୁ ମିଳୁଛି ।

ପୋଲିସର କହିବା ଅନୁସାରେ ସେମାନେ ଅଟୋ ଚାଳକଙ୍କୁ ଗାଡ଼ି ଅଟକାଇବାକୁ ସଙ୍କେତ ଦେଇଥିଲା । ଏତିକି ହିଁ ଅଟୋ ଚାଳକର ଭୁଲ ହୋଇଗଲା । ସେ ଟିକିଏ ଆଗକୁ ଗାଡ଼ି ନେଇ ଯାଇଥିଲା । ଏଥିପାଇଁ ଦୁଇ ପୋଲିସ କର୍ମୀ ଅଟୋ ଚାଳକଙ୍କ କଲର୍ ଧରି ଗାଡ଼ିରୁ ଟାଣି ଆଣିଥିଲେ । ଆଉ ତା’ପରେ ବିଧା, ଗୋଇଠା ମାରିବା ଆରମ୍ଭ କରିଥିଲେ । ଅଟୋ ଚାଳକ ପିଲାଟି ଯେତେ ନେହୁରା ହେଲେ ମଧ୍ୟ ଛାଡ଼ିଲେନି । ଗାଈଗୋରୁ ପରି ମାରି ଚାଲିଲେ ।

ରବିବାର ସନ୍ଧ୍ୟାରେ ରାଜ୍ୟର ବୋକଜନ ସହରରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି ଉଭୟ ପୋଲିସ କର୍ମଚାରୀଙ୍କୁ ନାଲି ଟି-ସାର୍ଟ ଏବଂ କଳା ଶାର୍ଟ ପିନ୍ଧା ଜଣେ ଯୁବକଙ୍କୁ ଗାଡ଼ିରୁ ଟାଣି ଟାଣି ଆଣୁଛନ୍ତି । ଜଣେ ପୋଲିସ୍‌ କର୍ମଚାରୀ ୟୁନିଫର୍ମରେ ଥିବା ବେଳେ ଆଉ ଜଣେ ସାଦା ପୋଷାକରେ ଗୁଣ୍ଡାଗିରି ଚଳାଇଛନ୍ତି ।

ମାଡ଼ ମାରିବା ପରେ ଯୁବକ ଜଣଙ୍କ ବେକକୁ ଅତି ନିର୍ଦ୍ଦୟ ଭାବରେ ଧରି ପୋଲିସ ତାଙ୍କୁ ନିକଟସ୍ଥ ପାର୍କରେ ରଖାଯାଇଥିବା ଗାଡି ପାଖକୁ ନେଇଗଲେ । ତେବେ ପୋଲିସର ଅତ୍ୟାଚାର ଭିଡଡିଓ ଦେଖିବା ପରେ ବିତର୍କ ଆରମ୍ଭ ହୋଇଯାଇଛି ।