Advertisment

BJPକୁ ସୁନୀତା କେଜ୍ରିୱାଲଙ୍କ ଟାର୍ଗେଟ୍; କହିଲେ ସ୍ୱାମୀଙ୍କୁ ଜେଲରେ ମାରିବାକୁ ଚାଲିଛି ଷଡ଼ଯନ୍ତ୍ର

ଲୋକଙ୍କୁ ଉଦବୋଧନ ଦେବା ସହ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କଥା ମଧ୍ୟ ଉପସ୍ଥାପିତ କରିଛନ୍ତି। କେଜ୍ରିୱାଲ ଓ ହେମନ୍ତ ଉଭୟ ଦୋଷୀ ସାବ୍ୟସ୍ତ ନହୋଇ ମଧ୍ୟ ଜେଲରେ ଅଛନ୍ତି। ଏହାକୁ ସେ ଏକଛତ୍ରବାଦୀ ଶାସନ ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଜେଲ୍‌ ପ୍ରଶାସନ ଓ ଆପ୍‌ ମଧ୍ୟରେ କଥା କଟାକଟି ଚାଲିଛି। ଏହାରି ଭିତରେ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ରାଞ୍ଚିରେ ଇଣ୍ଡିଆ ବ୍ଲକ ସମାବେଶକୁ ସମ୍ବୋଧିତ କରିବାବେଳେ ଖୁବ୍ ବର୍ଷିଛନ୍ତି ସୁନୀତା।

Advertisment

ଶାସକ ଦଳ ଜେଲ ଭିତରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା ନେଇ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ସୁନୀତା । ସେ କହିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଖାଦ୍ୟ ଉପରେ ନଜର ରଖିଛନ୍ତି ଅଧିକାରୀ। ତାଙ୍କ ଖାଦ୍ୟ ଖାଇବା ସ୍ଥାନରେ କ୍ୟାମେରା ଲଗାଯାଇଛି। ତାଙ୍କର ପ୍ରତ୍ୟେକ ଖାଦ୍ୟ ଉପରେ ନଜର ରଖାଯାଉଛି। ଏହା ଅତ୍ୟନ୍ତ ଲଜ୍ଜାଜନକ। ସେ ଜଣେ ମଧୁମେହ ରୋଗୀ । ଦୀର୍ଘ ୧୨ବର୍ଷ ସେ ଧରି ଇନସ୍ୟୁଲିନ୍ ନେଉଛନ୍ତି। କିନ୍ତୁ ଜେଲରେ ତାଙ୍କୁ ଇନସ୍ୟୁଲିନ୍ ଦିଆଯାଉନାହିଁ। ସେମାନେ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି।

ଲୋକଙ୍କୁ ଉଦବୋଧନ ଦେବା ସହ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କଥା ମଧ୍ୟ ଉପସ୍ଥାପିତ କରିଛନ୍ତି। କେଜ୍ରିୱାଲ ଓ ହେମନ୍ତ ଉଭୟ ଦୋଷୀ ସାବ୍ୟସ୍ତ ନହୋଇ ମଧ୍ୟ ଜେଲରେ ଅଛନ୍ତି। ଏହାକୁ ସେ ଏକଛତ୍ରବାଦୀ ଶାସନ ବୋଲି କହିଛନ୍ତି। ମୋ ସ୍ୱାମୀଙ୍କର ଦୋଷ କ’ଣ? ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା କଣ ଭୁଲ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ଲୋକଙ୍କ ପାଇଁ ନିଜ ଜୀବନକୁ ବିପଦରେ ପକାଇଛନ୍ତି। ସେ କହିଛନ୍ତି, "ସେ ଜଣେ ଆଇଆଇଟିଆନ୍, ସେ ବିଦେଶ ଯାଇଥାନ୍ତେ, କିନ୍ତୁ ସେ ଦେଶପ୍ରେମକୁ ପ୍ରାଧାନ୍ୟ ଦିଅନ୍ତି। ମାତ୍ର ଲୋକଙ୍କ ପାଇଁ ସେ ନିଜ ଜୀବନକୁ ବିପଦରେ ପକାଇ ଦେଇଛନ୍ତି।"

Advertisment

ଆପ୍ ପକ୍ଷରୁ କୁହାଯାଇଛି ଯେ, କେଜ୍ରିୱାଲ ଟାଇପ୍-୨ ମଧୁମେହରେ ପୀଡିତ। ୧୨ବର୍ଷ ଧରି ପ୍ରତିଦିନ ୫୦ୟୁନିଟ୍ ଇନସ୍ୟୁଲିନ୍ ନେଉଛନ୍ତି। ମାତ୍ର ଜେଲରେ ତାଙ୍କର ବ୍ଲଡ ସୁଗାର ଲେବଲ୍ ୩୦୦ଛୁଇଁଛି। ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ଇନସ୍ୟୁଲିନ୍ ଦେଉନାହାନ୍ତି। ସେମାନେ ତାଙ୍କ ଭାବନାକୁ ବୁଝିପାରୁନାହାନ୍ତି। ଜେଲରେ ତାଙ୍କୁ ମାରିଦେବା ପାଇଁ ଷଡଯନ୍ତ୍ର ଚଳାଇଛନ୍ତି। ହେଲେ ସେ ବୀର। ଜେଲରେ ମଧ୍ୟ ସେ ଭାରତ ମାତା କଥା ଚିନ୍ତା କରୁଛନ୍ତି। ମଦ ଦୁର୍ନୀତି ମାମଲାରେ ଗତ ୨୧ମାର୍ଚ୍ଚରେ ତାଙ୍କୁ ଗିରଫ କରାଯାଇଥିଲା। ଆସନ୍ତା ଏପ୍ରିଲ ୨୩ତାରିଖ ଯାଏ ସେ ଜେଲରେ ରହିବେ। ଏହାପରେ ପରବର୍ତ୍ତୀ ଶୁଣାଣି ହେବ।

Arvind Kejriwal Delhi CM AAP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ