/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726573004.jpg)
Arvind Kejriwal
ଇସ୍ତଫା ଦେଲେ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କେଜରିୱାଲ । ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ସେ ଘୋଷଣା କରିଥିଲେ । ଫଳରେ ନିଜର ପୂର୍ବ ଘୋଷଣା ମୁତାବକ କେଜରିୱାଲ ଆଜି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଛନ୍ତି । ତେବେ ଆତିଶୀ ମର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଆପ୍ ବିଧାୟକ ଦଳ ବୈଠକରେ ଆତିଶୀଙ୍କ ନାଁରେ ମୋହର ଲାଗିଛି ।
ଆତିଶୀଙ୍କ ନାଁ ଘୋଷଣା କରିଛନ୍ତି ଅରବିନ୍ଦ କେଜରିୱାଲ । କେଜରିୱାଲଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମର୍ଲେନା। ଜେଲରେ ଥିବାବେଳେ ଦିଲ୍ଲୀ ସରକାରଙ୍କ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ ପାଇଁ ଆତିଶୀଙ୍କ ନାମ ସୁପାରିଶ କରିଥିଲେ କେଜରିୱାଲ । ଫଳରେ ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ରହିଥିଲେ ଆତିଶୀ । ଆସନ୍ତା ଫେବ୍ରୁଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ହାତରେ ଆଉ ମାତ୍ର ୪ ମାସ । ତେବେ ଏହା ପୂର୍ବରୁ ଏଇ ନଭେମ୍ବରରେ ମହାରାଷ୍ଟ୍ର ସହ ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗୁଆ କରିବାକୁ ଦାବି କରିଛନ୍ତି କେଜରିୱାଲ।
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପାଖାପାଖି ୬ମାସ ଜେଲରେ ରହିବା ପରେ କେଜରିୱାଲଙ୍କୁ ଜାମିନ୍ ମିଳିଛି । ତେବେ କଠୋର ଜାମିନ ସର୍ତ୍ତ ରଖିଥିଲେ ସୁପ୍ରିମକୋର୍ଟ । କେଜ୍ରିୱାଲ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇପାରିବେନି । କୌଣସି ସରକାରୀ ଫାଇଲ୍ କିମ୍ବା ଦସ୍ତାବିଜରେ ଦସ୍ତଖତ କରିପାରିବେନି। ଯଦି ଦସ୍ତଖତ ଜରୁରୀ ତେବେ ଏଥିପାଇଁ ନେବାକୁ ପଡିବ ଉପରାଜ୍ୟପାଳଙ୍କ ଅନୁମତି। ମାମଲା ସମ୍ପର୍କରେ କୌଣସି ସାର୍ବଜନୀନ ମତ କି ମନ୍ତବ୍ୟ ଦେବେ ନାହିଁ ।
ତଦନ୍ତରେ ବାଧା ଦେବେନାହିଁ କି ସାକ୍ଷୀଙ୍କୁ ପ୍ରଭାବିତ କରିବେନି। ଆବଶ୍ୟକ ପଡ଼ିଲେ କୋର୍ଟରେ ହାଜର ହେବେ। ଉଚ୍ଚତମ ନ୍ୟାୟାଳୟଙ୍କ ଏଭଳି ସର୍ତ୍ତ ପରେ ମୁଖ୍ୟମନ୍ତ୍ରୀ ଭାବେ କେଜରିୱାଲଙ୍କ ପାଖରେ ନା ଆଉ କୌଣସି କ୍ଷମତା ଥିଲା ନା ବିକଳ୍ପ । ତେଣୁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିବା ଚର୍ଚ୍ଚା ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)