Advertisment

ରାଜଧାନୀରେ କମିଲା ବାୟୁ ପ୍ରଦୂଷଣ, ସୋମବାରଠୁ ଖୋଲିବ ସ୍କୁଲ୍

ଶନିବାର ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଶୀତ ଛୁଟି ପରେ ସ୍କୁଲ ଖୋଲାଯିବ ବୋଲି କୁହାଯାଇଛି। ୧୮ ନଭେମ୍ବର ପର୍ଯ୍ୟନ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଥିଲା।

Delhi Pollution

Delhi Pollution

Advertisment

ରାଜଧାନୀରେ କମିଲା ବାୟୁ ପ୍ରଦୂଷଣ। ଖୋଲିବ ସ୍କୁଲ୍। ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ବନ୍ଦ ଥିବା ବିଦ୍ୟାଳୟଗୁଡ଼ିକୁ ଖୋଲିବାକୁ ଏବେ ପୁଣି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ୍ ସୋମବାରଠାରୁ ଖୋଲିବ। ସରକାରୀ ଆଦେଶରେ କୁହାଯାଇଛି ଯେ ବର୍ତ୍ତମାନ ପ୍ରି-ସ୍କୁଲରୁ ଦ୍ୱାଦଶ ପର୍ଯ୍ୟନ୍ତ ଅଫଲାଇନ୍ କ୍ଲାସ୍ ହେବ । ସୂଚନା ଅନୁସାରେ ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ରାଜଧାନୀରେ ସମୟ ପୂର୍ବରୁ ଶୀତ ଛୁଟି ଘୋଷଣା କରାଯାଇଥିଲା।

Advertisment

ଶନିବାର ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଶୀତ ଛୁଟି ପରେ ସ୍କୁଲ ଖୋଲାଯିବ ବୋଲି କୁହାଯାଇଛି। ୧୮ ନଭେମ୍ବର ପର୍ଯ୍ୟନ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଥିଲା। ଏଥିସହିତ ରାଜଧାନୀରେ ବାୟୁ ଗୁଣବତ୍ତା ସୂଚକାଙ୍କରେ ଉନ୍ନତି ଆସିଛି ବୋଲି କୁହାଯାଇଛି। ଏଥିରେ କୁହାଯାଇଛି ଯେ IMD ଏବଂ IITM ଦ୍ୱାରା ଜାରି କରାଯାଇଥିବା ପୂର୍ବାନୁମାନ ସୂଚାଇ ଦେଉଛି ଯେ ଦିଲ୍ଲୀରେ ବାୟୁ ଗୁଣବତ୍ତାରେ ଅବନତି ଘଟିନାହିଁ ।

ସୂଚନା ଅନୁସାରେ ରାଜଧାନୀରେ ଭୟଙ୍କର ବାୟୁ ପ୍ରଦୂଷଣ ହେତୁ ନଭେମ୍ବର ୮ରେ ଦିଲ୍ଲୀ ସରକାର ସ୍କୁଲ ଛୁଟି ପାଇଁ ଘୋଷଣା କରିଥିଲେ। ନଭେମ୍ବର ୮ରୁ ୧୮ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟରେ ଶୀତକାଳନ ଛୁଟି ଘୋଷଣା କରାଯାଇଥିଲା।

Advertisment
Air Pollution India News Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ