Advertisment

ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ କେଜରିୱାଲ; ଦୁଇ ଦିନ ଭିତରେ ଇସ୍ତଫା ଦେବାକୁ ଘୋଷଣା...

ଜାମିନରେ ଜେଲରୁ ମୁକୁଳିବା ପରେ ପଦ ଛାଡ଼ିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଆଉ ଏହି ଘୋଷଣା ଭିତରେ ଦିଲ୍ଲୀବାସୀଙ୍କୁ ପରୋକ୍ଷରେ ଭୋଟ୍ ମାଗିଛନ୍ତି କେଜରିୱାଲ।

ଅଦ୍ୟତନ ହୋଇଛି
undefined

Arvind Kejriwal

Advertisment

ଜେଲ୍‌ରୁ ବେଲ୍‌ରେ ଆସିବା ପରେ କେଜ୍ରିୱାଲଙ୍କ ବଡ଼ ଘୋଷଣା। ଦୁଇ ଦିନ ଭିତରେ ଛାଡ଼ିବି ମୁଖ୍ୟମନ୍ତ୍ରୀ ପଦ। ୪୮ ଘଣ୍ଟା ଭିତରେ ଇସ୍ତଫା ଦେବାକୁ ଘୋଷଣା କରିବା ସହ ଆସନ୍ତା ନଭେମ୍ବରରେ ମହାରାଷ୍ଟ୍ର ସହ ଏକାଠି ଦିଲ୍ଲୀ ବିଧାନସଭା ନିର୍ବାଚନ କରିବାକୁ ଦାବି କରିଛନ୍ତି। ତେବେ କେଜରିୱାଲଙ୍କ ଏହି ଘୋଷଣାକୁ ପିଆର୍ ଷ୍ଟଣ୍ଟ ବୋଲି କହିଛି ବିଜେପି। ଦଳ କହିଛି, ସୁପ୍ରିମକୋର୍ଟଙ୍କ କଡ଼ା ସର୍ତ୍ତମୂଳକ ଜାମିନ ପରେ କେଜରିୱାଲଙ୍କ ନିକଟରେ ଇସ୍ତଫା ଛଡ଼ା ଆଉ କିଛି ବିକଳ୍ପ ହିଁ ନଥିଲା। 

Advertisment

ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ କେଜରିୱାଲ । ଦୁଇ ଦିନ ଭିତରେ ଇସ୍ତଫା ଦେବାକୁ ଘୋଷଣା । ଜାମିନରେ ଜେଲରୁ ମୁକୁଳିବା ପରେ ପଦ ଛାଡ଼ିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଆଉ ଏହି ଘୋଷଣା ଭିତରେ ଦିଲ୍ଲୀବାସୀଙ୍କୁ ପରୋକ୍ଷରେ ଭୋଟ୍ ମାଗିଛନ୍ତି କେଜରିୱାଲ। କହିଛନ୍ତି, ଦୁଇ ଦିନ ଭିତରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ସିଏମ୍ ସିଟରେ ଆଉ ବସିବେନି। ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ଯଦି କେଜରିୱାଲ ସ୍ବଚ୍ଛ ତେବେ ଦିଲ୍ଲୀ ବାସୀ ଭୋଟ୍ କରନ୍ତୁ, ନଚେତ୍ ଭୋଟ୍ ଦିଅନ୍ତୁନି। 

ଆସନ୍ତା ଫେବ୍ରୁଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ। ହାତରେ ଆଉ ମାତ୍ର ୪ ମାସ। ତେବେ ଏହା ପୂର୍ବରୁ ଏଇ ନଭେମ୍ବରରେ ମହାରାଷ୍ଟ୍ର ସହ ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗୁଆ କରିବାକୁ ଦାବି କରିଛନ୍ତି କେଜରିୱାଲ। ଏଥିସହ ସ୍ପଷ୍ଟ କରିଛନ୍ତି, ସେ ଇସ୍ତଫା ଦେବା ପରେ ମନୀଷ ସିସୋଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେନି। ନିର୍ବାଚନ ଯାଏଁ ଆପ୍ ର ଅନ୍ୟ ଜଣେ ନେତା କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ରହିବେ। ତେବେ କେଜରିୱାଲଙ୍କ ଘୋଷଣାକୁ ପିଆର୍  ଷ୍ଟଣ୍ଟ କହିଛି ବିଜେପି। ଦଳ କହିଛି, କେଜରିୱାଲ ବହୁ ପୂର୍ବରୁ ପଦ ଛାଡ଼ିବା କଥା। ଏହି ୪୮ ଘଣ୍ଟାର ସମୟ ଭିତରେ ପତ୍ନୀ ସୁନୀତା କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଯୋଜନା କରୁଛନ୍ତି। ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରି ସୋନିଆ ଗାନ୍ଧି ଯେଭଳି ସରକାର ଚଲାଉଥିଲେ, ଠିକ୍ ସେହିଭଳି ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରି କେଜରିୱାଲ ନିଜେ ଶାସନ କରିବେ ବୋଲି ଆରୋପ କରିଛି ବିଜେପି। 

Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପାଖାପାଖି ୬ମାସ ଜେଲରେ ରହିବା ପରେ ଦିନକ ତଳେ କେଜରିୱାଲଙ୍କୁ ଜାମିନ୍ ମିଳିଛି। ତେବେ କଠୋର ଜାମିନ ସର୍ତ୍ତ ରଖିଥିଲେ ସୁପ୍ରିମକୋର୍ଟ। କେଜ୍ରିୱାଲ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇପାରିବେନି। କୌଣସି ସରକାରୀ ଫାଇଲ୍ କିମ୍ବା ଦସ୍ତାବିଜରେ ଦସ୍ତଖତ କରିପାରିବେନି। ଯଦି ଦସ୍ତଖତ ଜରୁରୀ ତେବେ ଏଥିପାଇଁ ନେବାକୁ ପଡିବ ଉପରାଜ୍ୟପାଳଙ୍କ ଅନୁମତି। ମାମଲା ସମ୍ପର୍କରେ କୌଣସି ସାର୍ବଜନୀନ ମତ କି ମନ୍ତବ୍ୟ ଦେବେ ନାହିଁ। ତଦନ୍ତରେ ବାଧା ଦେବେନାହିଁ କି ସାକ୍ଷୀଙ୍କୁ ପ୍ରଭାବିତ କରିବେନି। ଆବଶ୍ୟକ ପଡ଼ିଲେ କୋର୍ଟରେ ହାଜର ହେବେ। ଉଚ୍ଚତମ ନ୍ୟାୟାଳୟଙ୍କ ଏଭଳି ସର୍ତ୍ତ ପରେ ମୁଖ୍ୟମନ୍ତ୍ରୀ ଭାବେ କେଜରିୱାଲଙ୍କ ପାଖରେ ନା ଆଉ କୌଣସି କ୍ଷମତା ଥିଲା ନା ବିକଳ୍ପ। ତେଣୁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିବା ଚର୍ଚ୍ଚା ହେଉଛି। 

ପ୍ରଶ୍ନ ଉଠୁଛି, ଦିଲ୍ଲୀରେ ଆଗୁଆ ହେବ କି ନିର୍ବାଚନ ? ଯଦି ନଭେମ୍ବରରେ ନିର୍ବାଚନ ହୁଏ, ତେବେ କାହାକୁ ମିଳିବ ଫାଇଦା ? ସାଧାରଣ ନିର୍ବାଚନରେ ଦିଲ୍ଲୀର ସାତରୁ ସାତଟି ଯାକ MP ସିଟ୍ ହାତେଇଥିଲା ବିଜେପି। ତେଣୁ ଦିଲ୍ଲୀ ବିଧାନସଭା ନିର୍ବାଚନ ରୋଚକ ହେବାକୁ ଯାଉଛି। ସେପଟେ ମନ୍ତ୍ରୀ ସୌରଭ ଭରଦ୍ବାଜ ଏବଂ ଆତିଶି ମାର୍ଲିନାଙ୍କ ମଧ୍ୟରୁ ଜଣେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Advertisment
Arvind Kejriwal AAP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ