• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇଡି ପଚରାଉଚରା ବେଳେ ବରଖାସ୍ତ ହୋଇଥିବା ବଙ୍ଗଳା ସରକାରୀ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଏକ ଆଶ୍ଚର୍ଯ୍ୟଜନକ ବୟାନ୍‌ ଦେଇଛନ୍ତି । ଅର୍ପିତାଙ୍କ ଫ୍ଲାଟରେ ଏତେ ଟଙ୍କା ଥିବା ନେଇ ତାଙ୍କୁ ବି ଜଣାନଥିଲା । ତାଙ୍କ ଆପାର୍ଟମେଣ୍ଟରେ ଟଙ୍କା ଭର୍ତ୍ତି ହୋଇରହିଥିଲ ହେଲେ, ତାଙ୍କୁ ମନ୍ତ୍ରୀ ଏକଥା ଲୁଚାଇଥିଲେ । କାରଣ ପାର୍ଥ ଚାଟାର୍ଜୀ 'ବନ୍ଦ କୋଠରୀ' ଭିତରକୁ ଏକା ଯାଉଥିଲେ, ମୋତେ ସେଠାକୁ ପ୍ରବେଶ କରିବାକୁ ଅନୁମତି ନଥିଲା ବୋଲି ସେ କହିଛନ୍ତି ।

ଗତକାଲି ଅର୍ପିତାଙ୍କ ଦୁଇ ଦୁଇଟି ଫ୍ଲାଟରେ ଏତେ ଟଙ୍କା ଓ ସୁନା ଦେଖି ଖୋଦ୍ ଇଡି ବି ତାଜୁବ୍ । ଆଖି ତରାଟି ହୋଇଯିବ । ୩ଟି କେଜିକିଆ ସୁନା ଇଟା, ୭ଟି ଅଧକେଜିଆ ବଳା ଓ ଗୋଟିଏ ସୁନା କଲମ ସବୁ କିଛି ମିଳିଛି । ଏସବୁକୁ ମିଶାଇ ୪ କୋଟି ୩୧ ଲକ୍ଷ ଟଙ୍କାର ସୁନା, ଆଉ ତା ସହିତ ୨୮ କୋଟି ୯୦ ଲକ୍ଷ ଟଙ୍କାର କଞ୍ଚା କ୍ୟାଶ୍ ଖାଲି ୫ ଶହ ଓ ୨ ହଜାର ଟଙ୍କିଆ ନୋଟ୍ ।

ପଶ୍ଚିମବଙ୍ଗର ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କର ବେଲଘରିଆରେ ଥିବା ଦ୍ୱିତୀୟ ଆପାର୍ଟମେଣ୍ଟରୁ ମିଳିଛି । ସେଠାରେ ୧୮ ଘଣ୍ଟାର ରେଡ୍, ରାତି ତମାମ୍ ୪ଟି ମେସିନରେ ଟଙ୍କା ଗଣା ପରେ ଟ୍ରକ୍ରେ ୧୦ ଟଙ୍କା ଭର୍ତ୍ତି ଟ୍ରଙ୍କ୍ ଧରି ସକାଳୁ ଆପାର୍ଟମେଣ୍ଟରୁ ବାହାରିଛି ଇଡି ।

ପାର୍ଥ ହିଁ ସେଇ ଘରକୁ ବ୍ୟବହାର କରୁଥିଲେ ଟଙ୍କା ଓ ସୁନା ରଖା ଯାଇଥିବା ଘରେ ପ୍ରବେଶ ଲାଗି ମୋତେ ଅନୁମତି ନଥିଲା ବୋଲି ଅର୍ପିତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କହିଛନ୍ତି । ଅନ୍ୟପଟେ ଦ୍ୱିତୀୟ ଆପାର୍ଟମେଣ୍ଟରେ ଏତେ ସୁନା ଓ ଟଙ୍କା ରଖାଯାଇଥିବା କଥା ଅର୍ପିତା ବି ଇଡିକୁ ଜଣାଇନଥିଲେ । ତେବେ ପାର୍ଥଙ୍କ ସଂପତ୍ତି ସଂପର୍କରେ ସବିଶେଷ ତଥ୍ୟ ମିଳିବା ପରେ ଇଡି ପକ୍ଷରୁ ରେଡ୍ କରାଯାଇଥିଲା । ରେଡ୍ ବେଳେ ହିଁ ଟଙ୍କା ଓ ସୁନା ସଂପର୍କରେ ଜଣାପଡିଥିବା ଇଡି ଅଧିକାରୀ ଜଣାଇଛନ୍ତି । ଟଙ୍କା ଓ ସୁନା ସହ ବିପୁଳ ପରିମାଣର ବୈଦେଶିକ ମୁଦ୍ରା ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ଜଣାପଡିଛି ।

ପୂର୍ବରୁ ରାଜଦଙ୍ଗାରେ ଥିବା ଅର୍ପିତାଙ୍କ ପ୍ରଥମ ଘରୁ ୨୧ କୋଟି ୯୦ ଲକ୍ଷ ଟଙ୍କା, ୫୬ ଲକ୍ଷ ଟଙ୍କାର ବୈଦେଶିକ ମୁଦ୍ରା ଓ ୭୬ ଲକ୍ଷ ଟଙ୍କାର ସୁନା ଗହଣା ଜବତ ହୋଇଥିଲା । ତେଣୁ ଉଭୟ ଘରୁ ଏଯାଏଁ ୫୦ କୋଟି ଅଧିକ ନଗଦ ଟଙ୍କା ଏବଂ କେଜି କେଜି ସୁନା ଜବତ ହେଲାଣି । ସେପଟେ ରାଜଦଙ୍ଗା ଫ୍ଲାଟରୁ ୪୦ ପୃଷ୍ଠାର ଏକ ବ୍ଲାକ୍ ଡାଏରୀ ଇଡି ହାତରେ ଲାଗି ଥିବାରୁ ଏଥିରେ ନାଁ ଥିବା ବ୍ୟକ୍ତିଙ୍କ ହୃଦସ୍ପନ୍ଦନ ବଢିଥିବ ନିଶ୍ଚୟ ।