• Astrospeak
  • Live TV
  • Read In English

Accidental Firing: ନିଜ ବନ୍ଧୁକରୁ ଗୁଳି ଫୁଟି ଯବାନଙ୍କ ମୃତ୍ୟୁ

ନିଜ ବନ୍ଧୁକରୁ ଫୁଟିଲା ଗୁଳି । ଚାଲିଗଲା ଯବାନଙ୍କ ଜୀବନ । ଜମ୍ମୁକାଶ୍ମୀରରେ ଯବାନ ଜଣକ ଡ୍ୟୁଟିରେ ଥିବାବେଳେ ଏପରି ଅଘଟଣ ଘଟିଛି । ସେ ୫୪ ରାଷ୍ଟ୍ରୀୟ ରାଇଫଲ୍ସରେ କାମ କରୁଥିଲେ । 

Jawan Died
ଯବାନଙ୍କ ଜୀବନ ଗଲା

ନିଜ ହାତରେ ଚାଲିଗଲା ଯବାନଙ୍କ ଜୀବନ । ନିଜ ବନ୍ଧୁକରୁ ଗୁଳି ଫୁଟି ଯବାନଙ୍କ ମୃତ୍ୟୁ ହୋଇଛି । ଜମ୍ମୁକାଶ୍ମୀର ରଜୌରୀ ଜିଲ୍ଲା ଧର୍ମାଶାଳାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯବାନ ହେଲେ ଆନ୍ଧ୍ରପ୍ରଦେଶର ନାଏକ ଉପଲା ରବି କୁମାର । ସେ ୫୪ ରାଷ୍ଟ୍ରୀୟ ରାଇଫଲ୍ସରେ କାମ କରୁଥିଲେ । 

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଯବାନ ଜଣଙ୍କ ଡ୍ୟୁଟିରେ ଥିବା ସମୟରେ ହିଁ ଏପରି ଅଘଟଣ ଘଟିଛି । ହଠାତ୍ ଗୁଳି ଶବ୍ଦ ଶୁଣି ସାଥୀ ଯବାନମାନେ ଆସି ପହଞ୍ଚିଥିଲେ । ସେଠାରେ ରବି କୁମାରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ

ପୋଲିସ ଏକ ମାମଲା ରୁଜୁ କରି ଛାନଭିନ ଚଳାଇଛି । ତେବେ ଏପରି ଘଟଣା କିଛି ନୂଆ ନୁହେଁ, ପୂର୍ବରୁ ମଧ୍ୟ ନିଜ ବନ୍ଧୁକରେ ଯବାନଙ୍କ ଜୀବନ ଯାଇଥିବା ଘଟଣା ନଜିର ରହିଛି । ଯବାନଙ୍କ ବନ୍ଧୁକରୁ କିପରି ଗୁଳି ଫୁଟିଲା, ଏହା ଭୁଲବଶତଃ ହୋଇଛି ନା ଯବାନ ଆତ୍ମହତ୍ୟା କରୁଇଛନ୍ତି ସେନେଇ ତଦନ୍ତ କରୁଛି ପୋଲିସ । 

ଅଧିକ ପଢନ୍ତୁ:  ଆତ୍ମଘାତୀ ବିସ୍ଫୋରଣରେ ୧୬ ପାକିସ୍ତାନୀ ଯବାନ ମୃତ, ତାଲିବାନ ଗ୍ରୁପ୍ କହିଲା...