Advertisment

ଅନନ୍ତନାଗରେ ଆତଙ୍କବାଦୀଙ୍କ ହମ୍‌ଲା ! ଦୁଇ ସେନାଧିକାରୀ ସହିଦ

କର୍ଣ୍ଣେଲ ୧୯ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ନେତୃତ୍ବ ନେଉଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି ।

Anantnag-Terrorist Attack

Anantnag-Terrorist Attack

Advertisment

ଜାମ୍ମୁ ଓ କାଶ୍ମୀରର ଅନନ୍ତାନଗରେ ବଡ଼ ଧରଣର ଆତଙ୍କୀ ହମଲା। ଏଥିରେ ସେନାର ଜଣେ କର୍ଣ୍ଣେଲଙ୍କ ସହ ଅନ୍ୟ ଜଣେ ମେଜର ସହିଦ ହୋଇଛନ୍ତି। ଅନନ୍ତନାଗ ଜିଲ୍ଲାର କୋକରନାଗ ଅଞ୍ଚଳରେ ଏହି ଆତଙ୍କୀ ହମଲା ହୋଇଛି। ଦୁଇ ଅଧିକାରୀଙ୍କୁ ଶ୍ରୀନଗର ଏୟାରଲିଫ୍ଟ କରାଯାଇଥିଲା । କର୍ଣ୍ଣେଲ ୧୯ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ନେତୃତ୍ୱ ନେଉଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ତେବେ ପରେ ଉଭୟ ସହିଦ ହୋଇଥିବା ସୂଚନା ମିଳିଛି। ଆଜି ସକାଳୁ କୋକରନାଗ ଅଞ୍ଚଳରେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ। ଲସ୍କର ଏ ତୋଏବାର ଏକ ଛାୟା ଗୋଷ୍ଠୀ ଏହି ଆକ୍ରମଣ କରିଥିବା ଦାବି କରିଛି। ଘଟଣା ପରେ ଅଞ୍ଚଳରେ ବ୍ୟାପକ ଖାନତଲାସୀ ଆରମ୍ଭ ହୋଇଛି ।

ସେପଟେ ରଜୌରୀରେ ସୁରକ୍ଷାବଳ-ଆତଙ୍କବାଦୀ ଏନକାଉଣ୍ଟର। ଏଥିରେ ୨ ଆତଙ୍କୀ ନିହତ ହୋଇଥିବା ବେଳେ ଆତଙ୍କୀଙ୍କ ପାଲଟା ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି। ଏନକାଉଣ୍ଟରରେ ୪ ଜଣ ଯବାନ ଆହତ ହୋଇଛନ୍ତି। ରାଜୌରୀରେ ଗଲା ତିନି ଧରି ଚାଲିଥିବା ଅପରେସନରେ ସେନାର ସନ୍ଧାନୀ କୁକୁର କେଣ୍ଟ୍ ମଧ୍ୟ ସାମିଲ ହୋଇଥିଲା। ତେବେ ଆତଙ୍କବାଦୀଙ୍କ ଭାରୀ ଗୁଳି ବର୍ଷା ଭିତରେ କୁକୁର କେଣ୍ଟ ପ୍ରାଣ ହରାଇବା ସହ ୫ ଜଣ ଯବାନ ଗୁରୁତର ହୋଇଥିଲେ।

Advertisment

ସେମାନଙ୍କ ମଧ୍ୟରୁ ଜଣେ ରବୀ କୁମାର ଘଟଣାସ୍ଥଳରେ ସହିଦ ହୋଇଥିବା ବେଳେ ଅନ୍ୟମାନେ ଚିକିତ୍ସାଧିନ ଅଛନ୍ତି। ସେପଟେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ଆତଙ୍କୀ ବ୍ୟବହାର କରୁଥିବା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ମିଳିଛି।

ଅନ୍ୟପଟେ ଆତଙ୍କୀ ଗୁଳିରେ ସହିଦ ହୋଇଥିବା ସେନାର କୁକୁର କେଣ୍ଟକୁ ଆଜି ସେନା ପକ୍ଷରୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ୨୧ ଆର୍ମୀ ଡଗ୍ ୟୁନିଟରେ ସାମିଲ ଥିଲା ଏହି ୬ ବର୍ଷୀୟ ଲାବ୍ରାଡର। ଆଜି ସହିଦଙ୍କ ଭଳି ସମ୍ମାନ ଜଣାଇ ତାକୁ ଭାବବିହ୍ୱଳ ଭଙ୍ଗୀରେ ଅନ୍ତିମ ବିଦାୟ ଜଣାଇଥିଲେ ସେନା କର୍ମଚାରୀ।

Advertisment
Indian Army Terror Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ