Advertisment

ସନ୍ଦେଶଖାଲିରେ CBIର ବଡ଼ ଧରଣର ରେଡ୍, ଟିଏମସି ନେତାଙ୍କ ସହଯୋଗୀଙ୍କ ଘରୁ ବିପୁଳ ବନ୍ଧୁକ ଓ ଗୁଳି ଜବତ

ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ମାମଲାରେ ସନ୍ଦେଶଖାଲିରେ ସିବିଆଇର ୫ଟି ଟିମ୍ ଚଢ଼ାଉ କରିଛି ।

CBI Raid

CBI Raid

Advertisment

ପଶ୍ଚିମବଙ୍ଗ ସନ୍ଦେଶଖାଲି ମେଗା ରେଡ୍‌ରେ ସିବିଆଇକୁ ବଡ଼ ସଫଳତା । ଏନ୍‌ଏସଜି ବମ୍ ସ୍କ୍ୱାଡକୁ ଧରି ସର୍ଚ୍ଚ ଅପରେସନ ବେଳେ ଜବତ ହେଲା ପିସ୍ତଲ ଓ ରିଭଲଭର ସମେତ ବିପୁଳ ପରିମାଣର ମାରଣାସ୍ତ୍ର । ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ମାମଲାରେ ସନ୍ଦେଶଖାଲିରେ ସିବିଆଇର ୫ଟି ଟିମ୍ ଚଢ଼ାଉ କରିଛି । ଏଥିରେ ୩ଟି ବିଦେଶୀ ଓ ଗୋଟିଏ ଦେଶୀ ରିଭଲଭର, ଗୋଟିଏ ଲେଖାଏଁ ଦେଶୀ ଓ ବିଦେଶୀ ପିସ୍ତଲ, ପୋଲିସ ରିଭଲଭର, ପ୍ରାୟ ୫ ଶହ ଗୁଳି ଓ ୫୦ରୁ ଅଧିକ କ୍ୟାଟ୍ରିଜ ଜବତ ହୋଇଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏଥିସହ ଦେଶୀ ବୋମା ସନ୍ଦେହରେ କିଛି ସାମଗ୍ରୀକୁ ନଷ୍ଟ କରିଛନ୍ତି ଏନଏସଜି ବମ୍ ସ୍କ୍ୱାଡ୍। ଏଥିସହ ସନ୍ଦେଶଖାଲି ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ତଥା ପୂର୍ବତନ ଟିଏମସି ନେତା ସେଖ୍ ଶାହଜାହାନ୍ ସଂପର୍କିତ ବହୁ ସନ୍ଦିଗ୍ଧ ଦସ୍ତାବିଜ ମିଳିଥିବା ମଧ୍ୟ ଜଣାଇଛି ସିବିଆଇ।

ସନ୍ଦେଶଖାଲିର ଆଗରହାଟି ଗାଁରେ ଶାହଜାହାନଙ୍କ ସହଯୋଗୀ ଘରେ ଏହି ରେଡ୍ ହୋଇଥିବା କୁହାଯାଉଛି । ପଶ୍ଚିମବଙ୍ଗରେ ଗୋଟିଏ ପଟେ ମତଦାନ ଚାଲିଥିବା ବେଳେ, ଅନ୍ୟପଟେ ଏହି ସିବିଆଇ ରେଡ୍ ହୋଇଥିଲା । ଜାନୁଆରୀ ୫ରେ ଇଡି ଟିମ୍ ଉପରେ ଆକ୍ରମଣ ପରେ ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ। ତେବେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ପଶ୍ଚିମବଙ୍ଗ ସରକାର। ଏପ୍ରିଲ ୨୯ରେ ଏହାର ପରବର୍ତ୍ତୀ ଶୁଣାଣି ହେବ । ସେପଟେ ସନ୍ଦେଶଖାଲିରୁ ବନ୍ଧୁକ ଓ ଗୁଳି ଆଦି ଜବତ ହେବା ପରେ ଟିଏମସିକୁ ନିଶାନା କରିଛି ବିଜେପି । ଆଉ ଏହାର ଜବାବ ରଖିଛି ଟିଏମସି ।

Advertisment
CBI TMC Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ