Advertisment

ଡ୍ରେନେଜ ପାଇପ୍ ଭିତରୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା

ପାଇଖାନା ଟାଙ୍କିକୁ ସଂଯୋଗ କରୁଥିବା ପାଇପରୁ ମିଳିଲା ଟଙ୍କା। ଗଣୁ ଗଣୁ ଜଣାପଡ଼ିଲା ପାଇପ୍ ଭିତରେ ଜେଇ ବାବୁ ଲୁଚାଇ ରଖିଥିଲେ ନଗଦ ୧୩ ଲକ୍ଷ ଟଙ୍କା।

money in Drainage pipe

money in Drainage pipe

Advertisment

ବାଙ୍ଗାଲୋର: ଡ୍ରେନେଜ୍ ପାଇପ୍‌ରେ ଲୁଚିଥିଲା ପୁଳା ପୁଳା ଟଙ୍କା। ବାଲ୍‌ଟି ଧରି ବିଡ଼ା ବିଡ଼ା ନୋଟ୍ ବାହାର କଲା ଦୁର୍ନୀତି ନିବାରଣ ବ୍ୟୁରୋ। ଗଣୁ ଗଣୁ ଜଣାପଡ଼ିଲା ପାଇପ୍ ଭିତରେ ଜେଇ ବାବୁ ଲୁଚାଇ ରଖିଥିଲେ ନଗଦ ୧୩ ଲକ୍ଷ ଟଙ୍କା। ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକ କାଲାବୁର୍ଗୀରେ। ସେଠାରେ ଜଣେ PWD କନିଷ୍ଠ ଯନ୍ତ୍ରୀଙ୍କ ଘରେ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଥିଲା।

Advertisment

ଆଣ୍ଟି କରପ୍ସନ ବ୍ୟୁରୋ-ACB ରେଡ୍ ବେଳେ ବାବୁ କେଉଁଠି କଳାଧନ ଲୁଚାଇ ରଖିଛନ୍ତି। ଖୋଜିଲା ବେଳକୁ ଜଣାପ଼ଡିଲା, ଡ୍ରେନେଜ ପାଇପ୍ ଭଳି ଦେଖାଯାଉଥିବା ଏକ ମୋଟା ପାଇପ୍ ଭିତରେ ଜୁନିୟର ଇଞ୍ଜିନିୟର ଜଣକ ବିପୁଳ ପରିମାଣର ଟଙ୍କା ବିଡା ଭର୍ତ୍ତି କରି ରଖିଥିଲେ। ପାଇପ୍ କାଟି ତାହାକୁ ଜବତ କରିଛି ACB।  ତେବେ କେବଳ ଏହି ୧୩ ଲକ୍ଷ ଟଙ୍କା ନୁହେଁ, ତାଙ୍କ ବାସଭବନରୁ ନଗଦ ମୋଟ ୫୪ ଲକ୍ଷ ଟଙ୍କା ଜବତ କରଯାଇଛି।

Karnataka Bangalore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ