Advertisment

କୁନୋ ଜତୀୟ ଉଦ୍ୟାନରେ ଗଲାଣି ୯ ଚିତାଙ୍କ ଜୀବନ

ପ୍ରାଣ ହରାଇଥିବା ଚିତାର ନାଁ ଧରିତ୍ରୀ। ସେ ୨୦୨୦ ଏପ୍ରିଲ ମାସରେ ନାମିବିୟା ଅଭ୍ୟାୟରଣରେ ଜନ୍ମ ହୋଇଥିଲା। ସାଢ଼େ ୩ ବର୍ଷ ବୟସ ହୋଇଥିବା ବେଳେ ସେ ଭାରତ ଆସିଥିଲା।

Cheetah Death

Cheetah Death

Advertisment

ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପ୍ରାଣ ହରାଉଛନ୍ତି ଗୋଟିଏ ପରେ ଗୋଟିଏ ଚିତା।  ପୂର୍ବରୁ ୮ଟି ଚିତା ପ୍ରାଣ ହରାଇଥିବା ବେଳେ ଆଜି ପୁଣି ଗୋଟିଏ ଚିତା କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଜିଛି। ଫଳରେ ଗତ ୧୧ ମାସ ମଧ୍ୟରେ ୩ଟି ଛୁଆଙ୍କୁ ମିଶାଇ ମୋଟ ୯ଟି ଚିତାଙ୍କ ମୃତ୍ୟୁ ହୋଇସାରିଛି ।

Advertisment

ଏବେ ପ୍ରାଣ ହରାଇଥିବା ଚିତାର ନାଁ ଧରିତ୍ରୀ। ସେ ୨୦୨୦ ଏପ୍ରିଲ ମାସରେ ନାମିବିୟା ଅଭ୍ୟାୟରଣରେ ଜନ୍ମ ହୋଇଥିଲା। ସାଢ଼େ ୩ ବର୍ଷ ବୟସ ହୋଇଥିବା ବେଳେ ସେ ଭାରତ ଆସିଥିଲା। କିନ୍ତୁ ଏବେ ତା’ର ମୃତ୍ୟୁ ଘଟିଛି। କୁନୋ ଜାତୀୟ ଉଦ୍ୟାନକୁ ଆସିବାର କିଛି ଦିନ ପରେ ହିଁ ସେ ଅସୁସ୍ଥ ହୋଇ ପଡ଼ିଥିଲା। ତେଣୁ ଦୁଇ ସପ୍ତାହ ହେଲା ତା’ର ଚିକିତ୍ସା ଚାଲିଥିଲା। ତା’ ସ୍ୱାସ୍ଥ୍ୟାବସ୍ଥା ଉପରେ ମଧ୍ୟ ନଜର ରଖାଯାଇଥିଲା। କିନ୍ତୁ କଲାର ସିଗ୍ନାଲ ଫେଲ ମାରିବାରୁ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ତା’ ଗତିବିଧିକୁ ଟ୍ରାକ୍  କରିପାରିନଥିଲେ। 

ଏହି ଚିତା ଗୁଡ଼ିକ ମଧ୍ୟରୁ ଗତ ମାର୍ଚ୍ଚ ୨୭ ତାରିଖରେ ପ୍ରଥମେ ପ୍ରାଣ ହରାଇଥିଲା ସାଶା। ତାହା ଏକ ବାଘୁଣୀ ଥିଲା। ତା’ର କିଡ୍‌ନୀରେ ସମସ୍ୟା ଦେଖା ଦେଇଥିଲା। ତା’ପରେ ଗତ ଏପ୍ରିଲ ମାସରେ ଉଦୟ ନାମକ ଅଣ୍ଡିରା ଚିତାର ମୃତ୍ୟୁ ଘଟିଥିଲା। ତା’ର ହୃତପିଣ୍ଡରେ ସମସ୍ୟା ଥିଲା। ଏହା ପରେ ମେ’ ମାସରେ ମାଈ ଚିତା ଦକ୍ଷାର ମୃତ୍ୟୁ ଘଟିଥିଲା। ଦୁଇଟି ଅଣ୍ଡିରା ଚିତାଙ୍କ ସହ ଲଢ଼େଇ ବେଳେ ତା’ର ମୃତ୍ୟୁ ଘଟିଥିବା କୁହାଯାଇଥିଲା।

Advertisment

ଗତ ମାର୍ଚ୍ଚ ମାସରେ ମାଈ ଚିତା ସିୟାୟା ଚାରୋଟି ଛୁଆ ଜନ୍ମ କରିଥିଲା। ସେମାନଙ୍କ ମଧ୍ୟରୁ ଗତ ମେ’ ମାସରେ ପ୍ରଥମେ ଗୋଟିଏ ଶାବକର ମୃତ୍ୟୁ ଘଟିଥିଲା। ଏହାର କିଛି ଦିନ ପରେ ସେହି ମାସରେ ସିୟାୟାର ଆଉ ଦୁଇଟି ଛୁଆଙ୍କ ମୃତ୍ୟୁ ଘଟିଥିଲା।

ଗତ ବର୍ଷ ସେପ୍ଟେମ୍ବର ମାସରେ ନାମ୍ବିଆରୁ ୮ଟି ଚିତା ବାଘ ଅଣାଯାଇଥିବା ବେଳେ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ବାଘ ଏଠାକୁ ଆସିଥିଲେ। ଏହି ୧୨ଟି ମଧ୍ୟରୁ ୬ଟି କୁନୋ ଜାତୀୟ ଉଦ୍ୟାନରେ ଥିବା ବେଳେ ବାକି ୬ଟି କୁନୋର ବିଭିନ୍ନ ଖୁଆଡ଼ରେ ଅଛନ୍ତି ।

Advertisment

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ସରକାରଙ୍କ ପ୍ରୋଜେକ୍ଟ ଚିତାକୁ ପୁଣି ଝଟକା ଲାଗିଛି। ସେପ୍ଟେମ୍ବର ୨୦୨୨ରେ ଉକ୍ତ ପ୍ରୋଜେକ୍ଟ ମାଧ୍ୟମରେ ବିଦେଶରୁ କ୍ରମାଗତ ଭାବେ ଚିତାଙ୍କୁ ଭାରତ ଅଣା ଯାଇଉଛି। ଭାରତୀୟ ଜଙ୍ଗଲରେ ଚିତା ବାଘର ବଂଶବୃଦ୍ଧି ଏହାର ଲକ୍ଷ୍ୟ ଥିଲା। ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିତାମାନଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିଥିଲେ। କିନ୍ତୁ ସେମାନଙ୍କୁ ସୁରକ୍ଷା ଦେବାରେ ମଧ୍ୟପ୍ରଦେଶ ସରକାର ଓ ଉଦ୍ୟାନ କର୍ମଚାରୀ ବାରମ୍ବାର ବିଫଳ ହେବାରେ ଲାଗିଛନ୍ତି।

Cheetah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ