Advertisment

ମାଟ୍ରିକ୍‌ରେ ଥାର୍ଡ ଡିଭିଜନ୍‌..ବିନା UPSC ପରୀକ୍ଷାରେ IPS ଅଫିସର୍‌..

ଆପଣମାନେ ଜାଣିଥିବେ IPS ଚାକିରି ପାଇବା ପାଇଁ ଦେଶର ସର୍ବୋଚ୍ଚ ପରୀକ୍ଷା UPSC ଦେବାକୁ ପଡ଼େ। କିନ୍ତୁ ଅନିଲ୍‌ ବିନା UPSC ପରୀକ୍ଷା ଦେଇ IPS ଅଫିସର୍‌ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କର ପରିଶ୍ରମ ଓ ବାପାଙ୍କ ପ୍ରେରଣା ଆଜି ତାଙ୍କୁ ଏତେ ବଡ଼ ଅଫିସର୍‌ ଭାବେ ପରିଚିତ କରାଇଛି।

ଅଦ୍ୟତନ ହୋଇଛି
IPS Officer Anil Kumar Rai Success Story

IPS Officer

Advertisment

ପାଠପଢ଼ାରେ ଟିକିଏ ବି ମନ ନଥିଲା। ଫିଲ୍ମ ହଲ୍‌ରେ ଦିନ କଟୁଥିଲା। ଦଶମ ପରୀକ୍ଷାରେ ଥାର୍ଡ ଡିଭିଜନ୍‌। ଦେଇନାହାନ୍ତି UPSC ପରୀକ୍ଷା, ହେଲେ ବି ଆଜି ଜଣେ IPS ଅଫିସର୍‌। କଥାଟି ଅଡୁଆ ଲାଗୁଥିଲେ ବି ସତ। ଉତ୍ତରପ୍ରଦେଶର ଜଣେ IPS ଅଫିସର୍‌ଙ୍କ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ପରିଶ୍ରମର ଫଳ ବୃଥା ଯାଏନି। ଏହି IPS ଅଫିସର୍‌ଙ୍କ କ୍ଷେତ୍ରରେ ଏହା ସତ ପ୍ରମାଣିତ ହୋଇଛି।

Advertisment

ଉତ୍ତରପ୍ରଦେଶର ଜଣେ ଅବସରପ୍ରାପ୍ତ IPS ଅଧିକାରୀ ହେଉଛନ୍ତି ଅନିଲ କୁମାର ରାଏ। ଯାହାଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା। ଆପଣମାନେ ଜାଣିଥିବେ IPS ଚାକିରି ପାଇବା ପାଇଁ ଦେଶର ସର୍ବୋଚ୍ଚ ପରୀକ୍ଷା UPSC ଦେବାକୁ ପଡ଼େ। କିନ୍ତୁ ଅନିଲ୍‌ ବିନା UPSC ପରୀକ୍ଷା ଦେଇ IPS ଅଫିସର୍‌ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କର ପରିଶ୍ରମ ଓ ବାପାଙ୍କ ପ୍ରେରଣା ଆଜି ତାଙ୍କୁ ଏତେ ବଡ଼ ଅଫିସର୍‌ ଭାବେ ପରିଚିତ କରାଇଛି। ସେ ଦୁଇଥର ରାଷ୍ଟ୍ରପତି ପୋଲିସ ମେଡାଲ ବି ପାଇଛନ୍ତି।

ଅଧିକ ପଢ଼ନ୍ତୁ: Success Story: ଭାଗ୍ୟ ଦେଲା ସାଥ୍: ଦିନେ ଥିଲେ ହୋଟେଲ୍ କ୍ଲିନର୍, ଏବେ IAS ଅଫିସର୍

Advertisment

ଅନିଲ ପିଲାଦିନେ ପାଠ ପଢ଼ିବାକୁ ମନ ବଳାଉନଥିଲେ। ପରିବାର ଲୋକେ ଓ ପଡ଼ୋଶୀ କହୁଥିଲେ କି ତାଙ୍କୁ ପାଠ ପଢ଼ାଇ କିଛି ଲାଭ ନାହିଁ। କିନ୍ତୁ ବାପାଙ୍କର ତାଙ୍କ ପ୍ରତି ଦୃଢ଼ ବିଶ୍ୱାସ ଥିଲା ଯେ ସେ ଦିନେ ବଡ଼ ଅଫିସର୍‌ ହେବେ। ୧୦ ମ ପରୀକ୍ଷାରେ ଅନିଲ୍‌ ବହୁକଷ୍ଟରେ ଥାର୍ଡ ଡିଭିଜନ୍‌ ମାର୍କ ରଖି ପାସ କଲେ। ଏହା ପରେ ଯୁକ୍ତ ଦୁଇରେ ସେକେଣ୍ତ ଡିଭିଜନ୍‌ ରଖିବା ପରେ ଆହ୍ଲାବାଦ ଯୁନିଭର୍ସିଟିରେ ବାପା ତାଙ୍କୁ ଭର୍ତ୍ତି କରିଥିଲେ। ଯେଉଁଠି ତାଙ୍କ ଭାଗ୍ୟ ବଦଳିଲା। ୭୧ ପ୍ରତିଶତ ମାର୍କ ରଖି ଡିଗ୍ରୀ ହାସଲ କଲେ। ଏହାପରେ ପୋଷ୍ଟ ଗ୍ରାଜୁଏଟ୍‌ରେ ୟୁନିଭର୍ସିଟି ଟପ୍ପର୍‌ ହେଲେ। ଯାହାକୁ ଶୁଣି ତାଙ୍କ ଗ୍ରାମବାସୀ ଆଶ୍ଚର୍ଯ୍ୟ ହେଲେ।

ଏହାପରେ ତାଙ୍କର ପିଏଚ୍‌ଡି କରିବାକୁ ଇଚ୍ଛା ଥିଲେ ବି ପରିବାରର ସ୍ଥିତିକୁ ଦେଖି ସେ ରିସର୍ଚ୍ଚ ପାଇଁ ଏତେ ସମୟ ଦେବାକୁ ଇଛା କଲେ ନାହିଁ। ସେ ୟୁଜିସି ସ୍କଲାର୍‌ସିପ୍‌ ପାଇଁ ଆବେଦନ କଲେ। କିନ୍ତୁ ଦଶମ ପରୀକ୍ଷାରେ ଥାର୍ଡ ଡିଭିଜନ୍‌ ପାଇଥିବାରୁ ତାଙ୍କୁ ସ୍କଲାରସିପ୍‌ ମିଳିଲା ନାହିଁ।

Advertisment

ହଠାତ ଅନିଲ୍‌ଙ୍କ କ୍ୟାରିୟର୍‌ରେ ନୂଆ ମୋଡ଼ ଆସିଲା। ସେ ପିପିଏସ୍‌ ପରୀକ୍ଷାରେ ପାସ ହୋଇ ପୋଲିସ ଡିଏସ୍‌ପି ଭାବେ ନିଯୁକ୍ତି ପାଇଲେ। ଏହାପରେ ସେ ୟୁପିଏସ୍‌ସି ପରୀକ୍ଷା ଦେବେ ବୋଲି ନିଷ୍ପତ୍ତି ନେଲେ। ସେହି ସମୟରେ ତାଙ୍କ ବାପାଙ୍କ ଦେହାନ୍ତ ହେଲା। ପରିବାରର ସମସ୍ତ ଦାୟିତ୍ୱ ତାଙ୍କ ଉପରେ ଆସିବା ପରେ ସେ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିଲେ ନାହିଁ। ଡିଏସ୍‌ପି ଭାବେ ଭଲ କାମ କରିବାରୁ ୨୦୦୨ ରେ ତାଙ୍କୁ IPS କ୍ୟାଡର୍‌ରେ ନିଯୁକ୍ତି ଦିଆଗଲା।

ଅନିଲ ରାଏ ଉତ୍ତରପ୍ରଦେଶ ବସ୍ତି ରେଞ୍ଜର ଆଇଜି ଏବଂ ପିଏସ୍‌ସି ଡିଆଇଜି ଭାବେ କାର୍ଯ୍ୟରତ ଥିଲେ। ତାଙ୍କୁ ଦୁଇଥର ରାଷ୍ଟ୍ରପତି ପୋଲିସ ମେଡାଲ ମଧ୍ୟ ଦିଆଯାଇଛି। ୩୫ ବର୍ଷର ଚାକିରି ପରେ ଏବେ ଅବସର ନେଇଛନ୍ତି। କିନ୍ତୁ ଅନିଲଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଆଜି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଅଧିକ ପଢ଼ନ୍ତୁ: Success Story: UPSC ପ୍ରସ୍ତୁତି ପାଇଁ ସୋସିଆଲ୍ ମିଡିଆ ଠାରୁ ଦୂରେଇ ରହୁଥିଲେ ବେଦିକା ବିହାଣୀ

Uttar Pradesh UPSC IPS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ