Advertisment

ଚିତାଙ୍କୁ ଜଗିବେ ସିଦ୍ଧାର୍ଥ ଓ ଲକ୍ଷ୍ମୀ : ଦୁଇ ହାତୀଙ୍କ ଉପରେ ସୁରକ୍ଷା ଭାର

କେବଳ ସୁରକ୍ଷାକର୍ମୀ ନୁହଁନ୍ତି, ଚିତାଙ୍କୁ ଜଗିବା ପାଇଁ ଆସିଛନ୍ତି ୨ଟି ହାତୀ

ଅଦ୍ୟତନ ହୋଇଛି
Elephants Will Guard Cheetahs

Special story

Advertisment

ଆଫ୍ରିକାରୁ ଆସି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଘର ବସାଇଥିବା ଚିତାଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି । କେବଳ ବନକର୍ମଚାରୀ ନୁହଁନ୍ତି, ଚିତାଙ୍କ ସୁରକ୍ଷା ପାଇଁ ହାତୀ ଓ ଚିତାମିତ୍ର ମଧ୍ୟ ନିୟୋଜିତ ହୋଇଛନ୍ତି । ସେପଟେ ଚିତାମିତ୍ରଙ୍କ ଭିତରୁ ଜଣଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ସେ ଦିନେ ଥିଲେ ଚମ୍ବଲର କୁଖ୍ୟାତ ଡାକୁ ।

Advertisment

ଦୁଇ ଭାଇ ଫ୍ରେଡି, ଅଲ୍ଟନ୍; ଦୁଇ ଭଉଣୀ ଶବାନା ଓ ସାଶା; ଆଉ ସେମାନଙ୍କ ସହ ଓବାନ୍, ଆଶା, ସିବିଲି ଓ ସାଇସା । ଆଫ୍ରିକାର ନାମିବ୍ୟାରୁ ଆସି ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନକୁ ନିଜ ନୂଆ ଠିକଣା କରିଥିବା ୮ଟି ଚିତାବାଘଙ୍କ ଉପରେ ସାରା ଦେଶର ନଜର । ସେମାନଙ୍କୁ ସୁରକ୍ଷା ଦେବା ପାଇଁ ହୋଇଛି ସବୁ ପ୍ରକାର ବନ୍ଦୋବସ୍ତ । ତେବେ କେବଳ ସୁରକ୍ଷାକର୍ମୀ ନୁହଁନ୍ତି, ଚିତାଙ୍କୁ ଜଗିବା ପାଇଁ ଆସିଛନ୍ତି ୨ଟି ହାତୀ । ସତପୁରା ବ୍ୟାଘ୍ର ପ୍ରକଳ୍ପରୁ ୨ଟି ହାତୀକୁ କୁନୋ ଅଣାଯାଇଥିବା ୨ ହାତୀଙ୍କ ନାଁ ଲକ୍ଷ୍ମୀ ଓ ସିଦ୍ଧନାଥ ।

ସିଦ୍ଧନାଥର ବୟସ ୩୦ ବର୍ଷ ଓ ଲକ୍ଷ୍ମୀର ୨୫ ବର୍ଷ । ନୂଆ ଆସିଥିବା ଚିତାବାଘଙ୍କୁ କୁନୋରେ ସବୁଠୁ ଅଧିକ ବିପଦ ରହିଛି । ସେଠାକାର ସ୍ଥାନୀୟ କଲରାପତରିଆ ବାଘଙ୍କ ଠାରୁ ଆଉ କଲରାପତରିଆ ବାଘଙ୍କୁ ଠାବ କରି ଘଉଡ଼ାଇବାରେ ମାହିର୍ ଏହି ୨ଟି ହାତୀ । ଗତମାସ କୁନୋ ନ୍ୟାସନାଲ ପାର୍କକୁ ଲକ୍ଷ୍ମୀ ଓ ସିଦ୍ଧନାଥ ଆସିବା ପରେ ଚିତା ପାଇଁ ତିଆରି ଏନକ୍ଲୋଜର ପାଖ ମାଡ଼ିବା ମୁସ୍କିଲ ହୋଇଯାଇଛି । କଲରାପତରିଆ ବାଘଙ୍କ ପାଇଁ ହାତୀ ଗୁଡ଼ିକ ଦିନ ରାତି ସେହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ପାଟ୍ରୋଲିଂ କରୁଛନ୍ତି । ତେବେ ସିଦ୍ଧନାଥ କ୍ରୋଧୀ ସ୍ୱଭାବର , ୨୦୧୦ରେ ସେ ୨ଟି ମାହୁନ୍ତଙ୍କୁ ମାରି ଦେଇଥିଲା ।

Advertisment

ଖାଲି ହାତୀ କି ସୁରକ୍ଷାକର୍ମୀ ନୁହଁନ୍ତି । ଚିତାମିତ୍ରଙ୍କ କାନ୍ଧରେ ବି ଚିତା ସୁରକ୍ଷା ଭାର । କୁନୋ ନ୍ୟାସନାଲ ପାର୍କ ଆଖପାଖରେ ଥିବା ଜନବସତିର ଲୋକଙ୍କୁ ଚିତା ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରାୟ ୪୫୦ ଚିତାମିତ୍ରଙ୍କୁ ନିୟୋଜିତ କରାଯାଇଛି । ସେମାନଙ୍କ ସହ ‌ଆଲୋଚନା କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ- ନେତା ହୁଅନ୍ତୁ କି ଅଫିସର୍, ମୋ ସଂପର୍କୀୟ ହୁଅନ୍ତୁ କି ମୁଁ ନିଜେ, ଚିତା ମାନେ ପରିବେଶ ସହ ଖାପ ଖୁଆଇ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ କାହାକୁ ବି ସେଠାକୁ ଯିବା ପାଇଁ କି ଚିତା ଦେଖିବା ପାଇଁ ଆପଣମାନେ ଅନୁମତି ଦେବେ ନାହିଁ ।

ତେବେ ଏହି ଚିତାମିତ୍ରଙ୍କ ମଧ୍ୟରେ ଜଣେ ୭୨ ବର୍ଷୀୟ ବୟସ୍କଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି । ସେ ହେଉଛନ୍ତି ଚମ୍ବଲର କୁଖ୍ୟାତ ଡାକୁରୁ ଚିତାମିତ୍ର ପାଲଟିଥିବା ରମେଶ ସିଂ ସିକରଓ୍ୱାର୍ । ତାଙ୍କ ନାଁରେ ଲୁଟ୍, ହତ୍ୟା ଓ ଅପହରଣ ସଂପର୍କିତ ୯୦ରୁ ଅଧିକ ମାମଲା ରହିଛି । ତେବେ ୧୯୮୪ରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ରମେଶ ସିଂ ସିକରୌୱାର୍ । କୁନୋ-ପାଲପୁର ଅଞ୍ଚଳରେ ଏବେବି ତାଙ୍କର ଦବଦବା ଥିବାରୁ ଲୋକଙ୍କୁ ସେ ଚିତାଙ୍କର କୌଣସି କ୍ଷତି ନକରିବା ପାଇଁ ପ୍ରବର୍ତ୍ତାଇ ପାରିବେ ବୋଲି କହିଛନ୍ତି ।

Advertisment
Elephants Cheetah African Cheetahs Cheetahs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ