Advertisment

Student Suicide: ସାଙ୍ଗରେ ମୁଁ ଏଥର ଫେଲ୍ ହୋଇଯିବି...ଏମିତି କହି କଲେଜର ୩ ମହଲାରୁ ଡେଇଁ ପଡ଼ିଲେ ଛାତ୍ର

ସଂକ୍ରାନ୍ତିରେ ଘରକୁ ଯାଇଥିଲେ ସଂପୃକ୍ତ ଛାତ୍ର। ପରିବାର ସହ ଖୁସିରେ ୨ଦିନ ସମୟ ବିତାଇଥିଲେ। ୨୩ ତାରିଖରେ ତଥା ଗତକାଲି ୯ଟା ସମୟରେ କଲେଜରେ ପହଞ୍ଚିଥିଲେ ସଂପୃକ୍ତ ଛାତ୍ର । ନିଜ ସହଯୋଗୀଙ୍କ ସହ କ୍ଲାସ କରିଥିଲେ।

ଅଦ୍ୟତନ ହୋଇଛି
suicide

suicide

Advertisment

ଛୁଟି କଟାଇ ଘରୁ ଫେରିଥିଲେ ଛାତ୍ର...। ଖୁସି ଥିଲା ତାଙ୍କ ମିଜାଜ୍। ହଠାତ୍ କ୍ଲାସରୁମରେ ସହଯୋଗୀଙ୍କ ପାଖରୁ ପରୀକ୍ଷା କାର୍ଯ୍ୟସୂଚୀ ଦେଖି ବଦଳିଗଲା ତାଙ୍କ ମୁଡ୍ । ସାଙ୍ଗରେ ମୁଁ ପରୀକ୍ଷାରେ ଫେଲ୍ ହୋଇଯିବି....। ଏପରି କହି କିଛି ସମୟ ପାଇଁ ସବ୍ଧ ହୋଇଯାଇଥିଲେ ଛାତ୍ର।

Advertisment

ତା’ପରେ କ୍ଲାସ ରୁମରେ କିଛି ସମୟ ବସିବା ପରେ ବାହାରକୁ ପଳାଇ ଆସିଥିଲେ ଛାତ୍ର। ପରେ ଚୁପଚାପ ଆସି କଲେଜର ୩ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ ଛାତ୍ର। ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ।

ଏପରି ଘଟଣା ଘଟିଯାଇଛି ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଏକ ଘରୋଇ କଲେଜରେ। ମୃତ ଛାତ୍ର ଜଣଙ୍କ ଯୁକ୍ତ ଦୁଇ ପ୍ରଥମ ବର୍ଷର। ତାଙ୍କ ଘର ଶ୍ରୀସତ୍ୟସାଇ ଜିଲ୍ଲାର ବାଥେନାପଲିରେ।

Advertisment

ଅଧିକ ପଢନ୍ତୁ: ଚଳନ୍ତି ଇତିହାସର ଆଇନାରେ ମୋହନ ଓ ନବୀନ – କାହା ଛବି କିଭଳି ଦୃଶ୍ୟମାନ ?

ସଂକ୍ରାନ୍ତିରେ ଘରକୁ ଯାଇଥିଲେ ସଂପୃକ୍ତ ଛାତ୍ର। ପରିବାର ସହ ଖୁସିରେ ୨ଦିନ ସମୟ ବିତାଇଥିଲେ। ୨୩ ତାରିଖରେ ତଥା ଗତକାଲି ୯ଟା ସମୟରେ କଲେଜରେ ପହଞ୍ଚିଥିଲେ ସଂପୃକ୍ତ ଛାତ୍ର । ନିଜ ସହଯୋଗୀଙ୍କ ସହ କ୍ଲାସ କରିଥିଲେ।

Advertisment

ହଠାତ୍ ସଂପୃକ୍ତ ଛାତ୍ରଙ୍କୁ କ୍ଲାସ ରୁମ୍‌ରେ ତାଙ୍କର ସହଯୋଗୀ ପରୀକ୍ଷା କାର୍ଯ୍ୟସୂଚୀ ଦେଖାଇଥିଲେ। ଯାହା ଦେଖି କିଛି ସମୟ ପାଇଁ ସ୍ତବ୍ଧ ହୋଇଥିଲେ ଛାତ୍ର ଜଣଙ୍କ। ପରେ ସଂପୃକ୍ତ ଛାତ୍ର ଜଣଙ୍କ ନିଜ ସାଙ୍ଗଙ୍କୁ କହିଥିଲେ, ସାଙ୍ଗରେ ମୁଁ ଏଥର ପରୀକ୍ଷାରେ ଫେଲ୍‌ ହୋଇଯିବି...। ଦୁଇ ସାଙ୍ଗଙ୍କ କଥା ହେବା ଭିତରେ ସରିଯାଇଥିଲା କ୍ଲାସ। ମିଳିଥିଲା ୧୫ ମିନିଟ୍‌ର ବ୍ରେକ୍‌। 

୧୫ ମିନିଟ୍‌ ପରେ ଆରମ୍ଭ ହୋଇଥାନ୍ତା କ୍ଲାସ। ଏହି ସମୟରେ ଭିତରେ ଛାତ୍ର ଜଣଙ୍କ କ୍ଲାସ ରୁମରୁ ଉଠି ଆସିଥିଲେ। ପରେ ଚୁପଚାପ କଲେଜ ଛାତ ଉପରକୁ ଯାଇ ୩ ମହଲାର ତଳକୁ ଡେଇଁ ପଡ଼ିଥିଲେ। ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଛାତ୍ର ଜଣଙ୍କୁ ମୃତ ଘୋଷଣା କରିଥିଲା ଡାକ୍ତର।

ଛାତ୍ର ଜଣଙ୍କ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହାର କାରଣ ଏବେ ବି ସସପେନ୍ସ ରହିଛି। ଏହାରି ଭିତରେ ପରୀକ୍ଷା ଚାପ ପାଇଁ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 

ଉଲ୍ଲେଖଯୋଗ୍ୟ, ଛାତ୍ରଙ୍କ ଘର କଲେଜଠାରୁ ୩୫ କିମି ଦୂରରେ ବୋଲି ଜଣାଯାଇଛି। 

ଅଧିକ ପଢନ୍ତୁ:  ଅଲଗା ହେବେକି ବିରେନ୍ଦ୍ର ସେହୱାଗ ଏବଂ ପତ୍ନୀ ଆରତୀ ଅହଲାୱତ...

Student Andhra Pradesh Suicide Attempt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ