Advertisment

ଗ୍ରାଣ୍ଡ ମ୍ୟାରେଜ୍...ଗ୍ରାଣ୍ଡ ଖାନା...ଅନନ୍ତ-ରାଧିକାଙ୍କ ବିବାହ ଭୋଜିରେ ଥିଲା ଏହି ସବୁ ଆଇଟମ୍‌...

ମୁମ୍ବାଇର ଜିଓ ୱାର୍ଲଡ୍ କନଭେନ୍ସନ୍ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି ଅନନ୍ତ-ରାଧିକାଙ୍କ ଗ୍ରାଣ୍ଡ ମ୍ୟାରେଜ୍। ଅତିଥିମାନଙ୍କ ପାଇଁ ପାରମ୍ପରିକ ଭାରତୀୟ ମିଠା ସହିତ କ୍ରିମି ରାବଡି ଏବଂ ସତେଜ ଲସିର ବ୍ୟବସ୍ଥା କରାଯାଇଥିଲା। କେବଳ ସେତିକି ନୁହେଁ, ତିରାମିସୁର ସହ କ୍ୟାଭିୟର ମଧ୍ୟ ପରସାଯାଇଥିଲା।

ଅଦ୍ୟତନ ହୋଇଛି
Anant-Radhika wedding

Anant-Radhika wedding

Advertisment

ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ଗ୍ରାଣ୍ଡ ଫଙ୍କସନ୍‌ରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବଡ଼ବଡ଼ ରାଜନେତା ଓ ଦେଶ ବିଦେଶର ନାମୀଦାମୀ ଲୋକ ସାମିଲ୍‌ ହୋଇଥିଲେ। ଦୁନିଆର ସବୁଠୁ ବ୍ୟୟ ବହୁଳ ବିବାହ ମଧ୍ୟରୁ ଅନନ୍ତଙ୍କ ବିବାହ ଗୋଟିଏ। ତେବେ ଅତିଥିଙ୍କ ପାଇଁ ହୋଇଥିଲା ଖାସ୍‌ ବ୍ୟବସ୍ଥା। ରାଜା ମହାରାଜାଙ୍କ ପରି ଆତିଥ୍ୟ ପ୍ରଦାନ କରାଯିବା ସହ ପରସା ଯାଇଥିଲା ରାଜକୀୟ ଖାଦ୍ୟ। ତେବେ କ’ଣ ରହିଥିଲା ଭୋଜିର ମେନ୍ୟୁ ଆସନ୍ତୁ ଜାଣିବା...

Advertisment

ମୁମ୍ବାଇର ଜିଓ ୱାର୍ଲଡ୍ କନଭେନ୍ସନ୍ ସେଣ୍ଟରେ ଅନୁଷ୍ଠିତ ହୋଇଯାଇଛି ଅନନ୍ତ-ରାଧିକାଙ୍କ ଗ୍ରାଣ୍ଡ ମ୍ୟାରେଜ୍। ଏହି ସମାରୋହରେ ରାଜନୀତିଠାରୁ ଆରମ୍ଭ କରି ସିନେମା, କ୍ରୀଡ଼ା, ସଙ୍ଗୀତ ଓ ବ୍ୟବସାୟ ଜଗତର ଅନେକ ବିଶିଷ୍ଟ ଚେହେରାଙ୍କୁ ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା। ସେମାନଙ୍କ ପାଇଁ ଖାଦ୍ୟପେୟର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସମସ୍ତଙ୍କ ପାଇଁ ରାଜକୀୟ ଢଙ୍ଗରେ ଖାଦ୍ୟ ପ୍ରସ୍ତୁତ ହୋଇଥିଲା। ସମସ୍ତେ କ୍ଲାସିକ୍ ଭାରତୀୟ ସହ ବିଶ୍ୱର ଅନେକ ପ୍ରକାର ବ୍ୟଞ୍ଜନ ପରସା ଯାଇଥିଲା। ଭାରତ ସମେତ ବିଭିନ୍ନ ଦେଶର ପ୍ରାୟ ୨୫୦୦ରୁ ଅଧିକ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ଯାହାକୁ ଅତିଥିମାନେ ଉପଭୋଗ କରିଥିଲେ।

ଅତିଥିମାନଙ୍କ ପାଇଁ ପାରମ୍ପାରିକ ଭାରତୀୟ ମିଠା ସହିତ କ୍ରିମି ରାବଡି ଏବଂ ସତେଜ ଲସିର ବ୍ୟବସ୍ଥା କରାଯାଇଥିଲା। କେବଳ ସେତିକି ନୁହେଁ, ତିରାମିସୁର ସହ କ୍ୟାଭିୟର ମଧ୍ୟ ପରସାଯାଇଥିଲା। ଏଥିସହ କପ୍‌କେକ୍‌, ରିୟଲ ଦେଖାଯାଉଥିବା ଫଳ ଭଳି କିଛି କେକ୍‌ ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ବାରାଣାସୀର ଅନ୍ୟତମ ପ୍ରସିଦ୍ଧ ଭୋଜନକାରୀ କାଶୀ ଚାଟ୍ ଭଣ୍ଡାରକୁ ଟିକ୍କି, ଟମାଟୋ ଚାଟ୍, ଚାନା କଚୋରୀ, ପାଲକ ଚାଟ୍ ଏବଂ କୁଲଫି ଭଳି ଅନେକ ଆଇଟମ୍‌ ପ୍ରସ୍ତୁତ କରାଯାଇଥିଲା। ଗତ ମାସରେ, ନୀତା ଅମ୍ୱାନୀ ପ୍ରସିଦ୍ଧ କାଶୀ ଚାଟ ଭଣ୍ଡାର ପରିଦର୍ଶନ କରି ସେମାନଙ୍କର କିଛି ପ୍ରସିଦ୍ଧ ସ୍ନାକ୍ସ ତାମତାର କି ଚାଟ, ଆଲୁ ଟିକି ଚାଟ, ପାଲକ ଚାଟ ଏବଂ କୁଲଫି ଫାଲୁଦା ଟେଷ୍ଟ କରିଥିଲେ। ଚାଟ୍ ଦ୍ୱାରା ନୀତା ଏତେ ପ୍ରଭାବିତ ହୋଇଥିଲେ ଯେ ଅନନ୍ତଙ୍କ ବିବାହରେ ସେ ଦୋକାନୀଙ୍କୁ ନିମନ୍ତ୍ରଣ କରିଥିଲେ। ଏହା ଖାଦ୍ୟ ଅତିଥିମାନଙ୍କୁ ପାରମ୍ପରିକ ଭାରତୀୟ ଖାଦ୍ୟର ଚମତ୍କାର ସ୍ୱାଦ ପ୍ରଦାନ କରିଥିଲା।

Advertisment

ଏଥିସହ ପାନି ପୁରୀ, ଦହି ଭାଲା, ସାଧା ସୋହଲ୍, ଭାଲା ପାପଡି, ମିକ୍ସ ଚାଟ୍, ଦହି ପୁରୀ, ଚୁରା ମାତାର ଆଦି ମେନ୍ୟୁରେ ସାମିଲ୍ କରାଯାଇଥିଲା। ବିବାହର ଆକର୍ଷଣ ପାଲଟିଥିଲା ଇନ୍ଦୋରର ଗରାଡୁ ଚାଟ୍ । ଅନ୍ତର୍ଜାତୀୟ ଅତିଥିମାନଙ୍କୁ ଖାଦ୍ୟ ପରସିହା ପାଇଁ ମୁକେଶ ଅମ୍ବାନୀ ଇଣ୍ଡୋନେସିଆରୁ ଏକ କ୍ୟାଟରିଂ କମ୍ପାନୀକୁ ଡକାଇଥିଲେ ଯାହା ବିବାହରେ ଖାଦ୍ୟ ଯୋଗାଣ କରୁଥିଲା। ଏଥିରେ ନଡ଼ିଆରୁ ନିର୍ମିତ ୧୦୦ ରୁ ଅଧିକ ଖାଦ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। ମେନୁରେ ମାଡ୍ରାସର ପ୍ରସିଦ୍ଧ ଫିଲ୍ଟର କଫି ରଖାଯାଇଥିଲା। ଯାହାକି ମାଡ୍ରାସ କାପି, କୁମ୍ବାକୋନାମ୍ ଡିଗ୍ରୀ କଫି, ମାଇଲାପୋର ଫିଲ୍ଟର କଫି ଏବଂ ମାଇସୋର ଫିଲ୍ଟର କଫି ନାମରେ ମଧ୍ୟ ଜଣାଶୁଣା । ଏହି ସୁଗନ୍ଧିତ କଫି ଦକ୍ଷିଣ ଭାରତୀୟ ପରିବାରରେ ଏକ ମୁଖ୍ୟ ପାନୀୟ ଯାହାକି ଅତିଥିମାନଙ୍କୁ ଦକ୍ଷିଣ ଭାରତର ଅନୁଭବ ଆଣି ଦେଇଥିଲା।

ଅମ୍ବାନୀ ପରିବାର ସେମାନଙ୍କ ହାଇ-ପ୍ରୋଫାଇଲ୍ ଅତିଥିମାନଙ୍କୁ ରେଡ୍ କାର୍ପେଟ୍ ପକାଇ ସ୍ୱାଗତ କରିଥିଲେ। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଡବ୍ଲୁଡବ୍ଲୁଇ ତାରକା ଜନ୍ ସିନା, ବଲିଉଡ୍ ଜଗତର ଅମିତାଭ ବଚ୍ଚନ ଓ ତାଙ୍କ ପରିବାର ସଦସ୍ୟ, ସଲମାନ୍ ଖାନ୍, ଶାହରୁଖ ଖାନ୍, ଗୌରୀ ଖାନ୍, ରଣବୀର କପୁର, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, ନିକ୍ ଜୋନାସ୍, ମାଧୁରୀ ଦିକ୍ଷୀତ, ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁ, କିମ୍ କର୍ଦାସିଆନ୍, ଆୟୁଷ ଶର୍ମା, ଜ୍ୟାକି ଶ୍ରଫ୍, କ୍ରିକେଟ୍ ତାରକା ମହେନ୍ଦ୍ର ସିଂହ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଚର୍ଚ୍ଚିତ ଚେହେରା ବିବାହରେ ଯୋଗ ଦେଇଥିଲେ।

Advertisment
Mukesh Ambani Anant Ambani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ