Advertisment

Video: ବିବାହ ପରେ ଏହି ସ୍ଥାନକୁ ଗଲେ ଅନନ୍ତ-ରାଧିକା; ମିଳିଲା ଭବ୍ୟ ସ୍ବାଗତ...

ବିବାହ ପରେ ପ୍ରଥମ ଥର ପାଇଁ ଏହି ନବବିବାହିତ ଦମ୍ପତ୍ତି ଜାମନଗର ଯାଇଛନ୍ତି । ଯାହକୁ ନେଇ ଉତ୍ସାହିତ ଜାମନଗର ବାସୀ ।

ଅଦ୍ୟତନ ହୋଇଛି
Anant Ambani & Radhika Merchant

Anant Ambani & Radhika Merchant

Advertisment

ଜାମନଗରରେ ଅନନ୍ତ ଓ ରାଧିକା । ବିବାହ ପରେ ପ୍ରଥମ ଥର ପାଇଁ ଏହି ନବବିବାହିତ ଦମ୍ପତ୍ତି ଜାମନଗର ଯାଇଛନ୍ତି । ଯାହକୁ ନେଇ ଉତ୍ସାହିତ ଜାମନଗର ବାସୀ । ଅନନ୍ତ ଓ ରାଧିକାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ଜାମନଗର ବାସୀ। ଗତ ୧୨ ତାରିଖରେ ଅନନ୍ତ ଓ ରାଧିକାଙ୍କର ବିବାହ ସମ୍ପର୍ଣ୍ଣ ହୋଇଛି । ମୁମ୍ବାଇର ଜିଓ ୱାଲ୍ଡ କନଭେନସନ୍‌ ସେଣ୍ଟରରେ ହାତକୁ ଦୁଇ ହାତ ହୋଇଥିଲେ ଅନନ୍ତ ଓ ରାଧିକା। 

Advertisment

ଜାମନଗରରେ ପହଁଞ୍ଚିବା ମାତ୍ରେ ଅନନ୍ତ ରାଧିକାଙ୍କ ସ୍ବାଗତ ପାଇଁ ଏୟାରପୋର୍ଟ ବାହାରେ ରାସ୍ତା ଉପରେ ଗୋଲାପ ଫୁଲ ବିଛାଯାଇ ତାଙ୍କର ସ୍ବାଗତ କରାଯାଇଥିଲା । ତା’ସହିତ କିଛି ମହିଳା ପାରମ୍ପରିକ ଭାବରେ ଶାଢି ପିନ୍ଧି ଉଭୟଙ୍କର ଆରତି କରିବା ସହିତ ତାଙ୍କ ଉପରେ ଫୁଲ ବର୍ଷା କରିଥିଲେ। ଅନନ୍ତ ଓ ରାଧିକା ଖୁବ୍ ଆଦରର ସହିତ ଲୋକଙ୍କର ଅଭିବାଦନ ଗ୍ରହଣ କରିଥିବାର ଦେଖିବାକୁ ମିଳିଛି । ଉଭୟଙ୍କ ପୋଷାକ ବହୁତ ସାଧାରଣ ଥିଲା। ରାଧିକା ଏକ ପିଙ୍କ୍‌ କଲର୍‌ର ସାଲୱାର ସୁଟ ପିନ୍ଧିବା ସହିତ ଅନନ୍ତ ଲାଲ ରଙ୍ଗର କୁର୍ତ୍ତା ଉପରେ ଏକ ଜ୍ୟାକେଟ୍ ପିନ୍ଧିଥିଲେ।

Advertisment

ସବୁଠାରୁ ବଡ଼ କଥା ହେଉଛି ଅମ୍ବାନି ପରିବାର ପାଇଁ ଜାମନଗର ସବୁବେଳେ ମହତ୍ତ୍ବ ରଖେ କାରଣ ମୁକେଶ ଅମ୍ବାନୀଙ୍କ ମା’ ତଥା ଅନନ୍ତଙ୍କ ଜେଜେ ମା’ କୋକିଲାବେନ ଅମ୍ବାନୀଙ୍କ ଜନ୍ମସ୍ଥାନ ହେଉଛି ଜାମନଗର । ଗତ ମାର୍ଚ୍ଚ ମାସରେ ଅନନ୍ତ ରାଧିକାଙ୍କର ପ୍ରୀ-ୱେଡିଙ୍ଗ୍‌ ଜାମନଗରରେ ମଧ୍ୟ ହୋଇଥିଲା । 

ତେବେ ଚର୍ଚ୍ଚାରେ ରହିଥିଲା ଅମ୍ବାନୀ ପରିବାରର ବାହାଘର । ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବାହାଘର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ବାହାଘରରେ ଦେଶ ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ବାହାଘର ପାଇଁ ଅମ୍ବାନୀ ପରିବାର ୩ରୁ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି। ଶନିବାର ଅନୁଷ୍ଠିତ ଶୁଭ ଆଶୀର୍ବାଦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦେଇଥିଲେ।

Advertisment
After Marriage Anant Ambani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ