Advertisment

ସାତ ଜନ୍ମର ସାଥି ହେଲେ ଅନନ୍ତ-ରାଧିକା; ପାଣି ଭଳି ଖର୍ଚ୍ଚ ହେଲା ଟଙ୍କା

ନିଜ ବିବାହ ଉତ୍ସବରେ ଅନନ୍ତ ଅମ୍ବାନୀ ଗୋଲଡେନ କଲରର ଶେରୱାନୀ ପିନ୍ଧିଥିବା ବେଳେ ରାଧିକା ଲାଲ ଓ କ୍ରିମ୍‌ ରଙ୍ଗର ଗୁଜରାଟୀ ଲେହେଙ୍ଗା ପିନ୍ଧିଥିଲେ। ଏହା ରାଧିକାଙ୍କୁ ରୟାଲ ଲୁକ୍‌ ଦେଉଥିଲା।

ଅଦ୍ୟତନ ହୋଇଛି
nant Ambani and Radhika Merchant got married

nant Ambani and Radhika Merchant got married

Advertisment

ଦେଶର ବହୁଚର୍ଚ୍ଚିତ ଅମ୍ବାନି ପରିବାରର ବିବାହ ସମ୍ପନ୍ନ ହୋଇଛି। ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବାହାଘର ହୋଇଛି। ମୁମ୍ବାଇର ଜିଓ ୱାର୍ଲଡ୍ କନଭେନ୍ସନ୍ ସେଣ୍ଟରେ ଅନୁଷ୍ଠିତ ଏହି ସମାରୋହରେ ଦେଶବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା। ଦୁନିଆର ସବୁଠୁ ବ୍ୟୟ ବହୁଳ ବିବାହ ଉତ୍ସବ ଶେଷ ହୋଇଛି। ମୁକେଶ ଅମ୍ବାନୀ ତାଙ୍କ ପୁଅ ଅନନ୍ତ ଏବଂ ବୋହୂ ରାଧିକାଙ୍କ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛନ୍ତି। ଚର୍ଚ୍ଚା ହେଉଛି, ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୩ରୁ ୫ ହଜାର କୋଟି ଟଙ୍କା ।

Advertisment

ନିଜ ବିବାହ ଉତ୍ସବରେ ଅନନ୍ତ ଅମ୍ବାନୀ ଗୋଲଡେନ କଲରର ଶେରୱାନୀ ପିନ୍ଧିଥିବା ବେଳେ ରାଧିକା ଲାଲ ଓ କ୍ରିମ୍‌ ରଙ୍ଗର ଗୁଜରାଟୀ ଲେହେଙ୍ଗା ପିନ୍ଧିଥିଲେ। ଏହା ରାଧିକାଙ୍କୁ ରୟାଲ ଲୁକ୍‌ ଦେଉଥିଲା। ସୋସିଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଅନନ୍ତ ଅମ୍ବାନୀ ବରଯାତ୍ରୀ ଧରି ବିବାହ ମଣ୍ଡପରେ ପହଞ୍ଚିବା ପରେ ରାଧିକା ବି ସେମାନଙ୍କ ସହ ମିଶି ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ଅନନ୍ତ- ରାଧିକାଙ୍କ ବରଣମାଳା ଗତକାଲି ଶେଷ ହୋଇଥିବା ବେଳେ ଏହି ଗ୍ରାଣ୍ଡ ଫାଙ୍କସନ୍‌ ଆସନ୍ତାକାଲି ଯାଏ ଚାଲିବ ।

Advertisment

ରାଜନୀତିଠାରୁ ଆରମ୍ଭ କରି ସିନେମା, କ୍ରୀଡ଼ା, ସଙ୍ଗୀତ ଓ ବ୍ୟବସାୟ ଜଗତର ଅନେକ ବିଶିଷ୍ଟ ଚେହେରାଙ୍କୁ ବିବାହ ଉତ୍ସବରେ ଦେଖିବାକୁ ମିଳିଛି। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଡବ୍ଲୁଡବ୍ଲୁଇ ତାରକା ଜନ୍ ସିନା, ବଲିଉଡ୍ ଜଗତର ଅମିତାଭ ବଚ୍ଚନ ଓ ତାଙ୍କ ପରିବାର ସଦସ୍ୟ, ସଲମାନ୍ ଖାନ୍, ଶାହରୁଖ ଖାନ୍, ଗୌରୀ ଖାନ୍, ରଣବୀର କପୁର, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, ନିକ୍ ଜୋନାସ୍, ମାଧୁରୀ ଦିକ୍ଷୀତ, ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁ, କିମ୍ କର୍ଦାସିଆନ୍, ଆୟୁଷ ଶର୍ମା, ଜ୍ୟାକି ଶ୍ରଫ୍, କ୍ରିକେଟ୍ ତାରକା ମହେନ୍ଦ୍ର ସିଂହ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଚର୍ଚ୍ଚିତ ଚେହେରା ବିବାହରେ ଯୋଗ ଦେଇଥିଲେ।

ସାତ ଫେରା ନେବା ପୂର୍ବରୁ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପାଇଁ ଏକ ସ୍ୱତନ୍ତ୍ର ପୂଜା ଆୟୋଜନ କରାଯାଇଥିଲା, ଯେଉଁଥିରେ ବଲିଉଡର ଅନେକ ବଡ଼ ତାରକା ମଧ୍ୟ ସାମିଲ ହୋଇଥିଲେ। ଅନନ୍ତ-ରାଧିକାଙ୍କ ବିବାହକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା। ତେବେ ଅମ୍ବାନୀ ପରିବାର ପକ୍ଷରୁ ପଠାଯାଇଥିବା ନିମନ୍ତ୍ରଣ କାର୍ଡର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ସେହିପରି ଅନନ୍ତ ଓ ରାଧିକାଙ୍କ ପ୍ରାକ୍ ବିବାହ ଉତ୍ସବର ମୋଟ୍‌ ଖର୍ଚ୍ଚ ପ୍ରାୟ ୧ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଦ୍ଵିତୀୟ ପ୍ରାକ୍‌ ବିବାହ ଉତ୍ସବରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି।

Advertisment

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ପ୍ରଥମ ପ୍ରିୱେଡିଂରେ ପ୍ରାୟ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ମାର୍ଚ୍ଚ୧ରୁ ୩ ତାରିଖ ପର୍ଯ୍ୟନ୍ତ ଗୁଜରାଟର ଜାମନଗରରେ ଏହି ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ତାରକାମାନେ ଅଂଶଗ୍ରହଣ କରିଥିଲେ ଏବଂ ନିଜ ପ୍ରଦର୍ଶନ ସହ ପାର୍ଟିରେ ଚାର୍‌ ଚାନ୍ଦ ଲଗାଇଥିଲେ। ଏ ସୂଚନା ମଧ୍ୟ ରହିଛି ଯେ, ସମାରୋହ ସମୟରେ ଜାମନଗରରେ ପ୍ରାୟ ୩୫୦ରୁ ଅଧିକ ବିମାନ ଯିବା ଆସିବା କରିଥିଲା। କେବଳ ଏତିକି ନୁହେଁ, ଅତିଥିମାନଙ୍କ ଯାତ୍ରା ପାଇଁ ଖର୍ଚ୍ଚ ମଧ୍ୟ ଅମ୍ବାନୀ ପରିବାର ବହନ କରିଥିଲେ।

ଅନନ୍ତ ଅମ୍ବାନୀଙ୍କ ଦ୍ୱିତୀୟ ପ୍ରିୱେଡିଂ ସମାରୋହ ଇଟାଲୀର ଏକ କ୍ରୁଜ୍‌ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଧ୍ୟ ମନୋରଞ୍ଜନ ଏବଂ ବ୍ୟବସାୟ ଜଗତର ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ସାମିଲ ହୋଇଥିଲେ। ଅମ୍ବାନୀ ପରିବାର ତାଙ୍କ ଅତିଥିମାନଙ୍କ ପାଇଁ ୧୦ଟି ଚାର୍ଟର୍ ଫ୍ଲାଇଟ୍ ବୁକ୍ କରିଥିଲେ। ଏଥିସହ ସେମାନଙ୍କ ସୁବିଧାକୁ ଧ୍ୟାନରେ ରଖି ୧୨ଟି ଘରୋଇ ବିମାନର ବ୍ୟବସ୍ଥା କରାଯାଇଥିଲା। ୧୫୦ରୁ ଅଧିକ ବିଳାସପୂର୍ଣ୍ଣ ଗାଡ଼ିରେ ଅତିଥିମାନେ ଯିବା ଆସିବା କରିଥିଲେ। ଇଟାଲୀରେ ଆୟୋଜିତ ଏହି ସମାରୋହ ପାଇଁ ଅମ୍ବାନୀ ପରିବାର ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

Mukesh Ambani Anant Ambani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ