Advertisment

ଯାଦୁକରୀ ହାତ ! ଏକାଥରେ ବାହାରୁଛି ୧୫ ଚିତ୍ର

ଗୋଟିଏ ସମୟରେ ୧୫ଟି ଚିତ୍ରର ଫଟୋ ଆଙ୍କିବା ପ୍ରକୃତରେ ଏକ ଚମତ୍କାର କଳା ଠାରୁ ଢେର୍ ଅଧିକ।

ଅଦ୍ୟତନ ହୋଇଛି
anand mahindra offers scholarship to miracle artist

anand mahindra offers scholarship to miracle artist

Advertisment

କଥାରେ ଅଛି ପ୍ରତିଭା କେବେବି ଲୁଚି ରହେନା। ହେଲେ ଏପରି କିଛି ପ୍ରତିଭା ଥାଏ, ଯାହା ସମସ୍ତଙ୍କୁ ଚକିତ କରିଦେଇଥାଏ। ଗୋଟିଏ ହାତରେ ଏକାଳୀନ ୧୫ଟି ଚିତ୍ର କରିବା କଣ ସମ୍ଭବ? ହୁଏତ ଆପଣଙ୍କ ପାଇଁ ଏହା ଅସମ୍ଭବ କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଅସମ୍ଭକୁ ସମ୍ଭବ କରିଛନ୍ତି ନିପଟ ମଫସଲ ଗାଁର ଜଣେ ଯୁବତୀ। ତାଙ୍କର ଏହି ଅପୂର୍ବ କଳାରେ ବିମୋହିତ ହୋଇ ପ୍ରଶଂସାରେ ପୋତି ପକାଇଛନ୍ତି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। 

Advertisment

ଜଣେ ଯୁବତୀଙ୍କ ଚିତ୍ର ଆଙ୍କିବା ଦେଖି ଚକିତ ହୋଇଗଲେ ଶିଳ୍ପପତି ତଥା ମହିନ୍ଦ୍ରା Groupର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା। ଏପରିକି ଏଭଳି କଳା ସମ୍ଭବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍‌ କରିବା ପରେ ଜଣେ ଯୁବତୀଙ୍କ କାହାଣୀ ସାମ୍ନାକୁ ଆସିଛି। ଯିଏକି ନିଜ କଳା ପାଇଁ ଆଜି ସମଗ୍ର ବିଶ୍ୱରେ ପରିଚିତ ହୋଇପାରିଛନ୍ତି। ଏମିତିକି ସେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ତାଙ୍କ ପେଣ୍ଟିଂର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଶେୟାର କରିଛନ୍ତି ।

Advertisment

ଜଣେ ଯୁବତୀ ତାଙ୍କ କଳାରେ ଏକା ସାଙ୍ଗରେ ୧୫ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର ଆଙ୍କିଛନ୍ତି। ତାହା ପୁଣି ଏକ ଭିନ୍ନ ଢଙ୍ଗରେ ଏବଂ ଗୋଟିଏ ହାତରେ। ତାଙ୍କର ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ନିଶ୍ଚୟ ତାଙ୍କର ପ୍ରଶଂସା କରିବାକୁ ବାଧ୍ୟ ହେବେ।  

ଭିଡିଓରେ ଦେଖାଯାଉଛି ଯେ କିପରି ଯୁବତୀ ଜଣକ କିଛି କାଠିକୁ ବାନ୍ଧି ସେଥିରେ ପେନ୍ ଲଗାଉଛନ୍ତି। ଏହାପରେ ଏକ କାନଭାସରେ ସେ ୧୫ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର ଆଙ୍କୁଛନ୍ତି। ଯୁବତୀଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି ଆନନ୍ଦ ମହିନ୍ଦ୍ରା । ଏହା କିପରି ସମ୍ଭବ ବୋଲି ସେ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କରିଛନ୍ତି।

Advertisment

ସେ କହିଛନ୍ତି ଯେ ପିଲାଟି ଖୁବ୍ ଦକ୍ଷ। ଗୋଟିଏ ସମୟରେ ୧୫ଟି ଚିତ୍ରର ଫଟୋ ଆଙ୍କିବା ପ୍ରକୃତରେ ଏକ ଚମତ୍କାର କଳା ଠାରୁ ଢେର୍ ଅଧିକ । ଯୁବତୀଙ୍କ କଳା ଦେଖି ତାଙ୍କୁ ସ୍କଲାରସିପ୍ ଦେବାକୁ ସେ ଘୋଷଣା କରିଛନ୍ତି। ତେବେ ସେ ଏହି ଭିଡିଓ ଟ୍ୱିଟରରେ ସେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି। 

Scholarships Anand Mahindra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ