Advertisment

ଅମ୍ରିତପାଲ ସିଂଙ୍କ ପତ୍ନୀ କିରଣଦୀପ ବିମାନବନ୍ଦରରେ ଅଟକ

ବିମାନବନ୍ଦରରେ କିରଣଦୀପଙ୍କୁ କିଛି ସମୟର ପଚରାଉଚରା ପରେ ଛାଡ଼ି ଦିଆଯାଇଛି । କିନ୍ତୁ ତାଙ୍କୁ ଦେଶ ଛାଡ଼ି ଯିବାକୁ ମନା କରାଯାଇଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
Amritpal Singh Wife Kirandeep Kaur

Kirandeep Kaur

ଖଲିସ୍ତାନୀ ଅମୃତପାଲ ସିଂହଙ୍କ ପତ୍ନୀ କିରଣଦୀପ କୌର ବିମାନବନ୍ଦରରେ ଅଟକ। ଅମୃତସରରୁ ଲଣ୍ଡନ ଫେରାର ହେବାକୁ ଉଦ୍ୟମବେଳେ କିରଣଦୀପକୁ ଅଟକାଇଛି ପଞ୍ଜାବ ପୋଲିସ। କିରଣଦୀପଙ୍କୁ ପଚରାଉଚରା କରୁଛି ପୋଲିସ । ତେବେ ତାଙ୍କୁ ବିଧିବଦ୍ଧ ଭାବେ ଅଟକ ରଖାଯିବା ନେଇ କୌଣସି ସୂଚନା ଦେଇନି ପୋଲିସ । ଅମୃତସର ଏୟାରପୋର୍ଟରେ ଇମିଗ୍ରେସନ ବିଭାଗ ପକ୍ଷରୁ ତାଙ୍କୁ ପଚରାଉଚରା ଚାଲିଛି । 

Advertisment

ମିଳିଥିବା ସୂଚନା ଅନୁଯାୟୀ, ବିମାନବନ୍ଦରରେ କିରଣଦୀପଙ୍କୁ କିଛି ସମୟର ପଚରାଉଚରା ପରେ ଛାଡ଼ି ଦିଆଯାଇଛି । କିନ୍ତୁ ତାଙ୍କୁ ଦେଶ ଛାଡ଼ି ଯିବାକୁ ମନା କରାଯାଇଛି । ତଦନ୍ତ ପ୍ରକ୍ରିୟାରେ ତାଙ୍କର ଆବଶ୍ୟକତା ରହିଥିବାରୁ ତାଙ୍କୁ ଛଡ଼ା ଯାଇପାରିବ ନାହିଁ । ଏନେଇ ପୂର୍ବରୁ ସର୍କୁଲାର ମଧ୍ୟ ଜାରି କରାଯାଇଛି। ଉକ୍ତ ସର୍କୁଲାରରେ ଅମ୍ରିତପାଲଙ୍କ କୌଣସି ସହଯୋଗୀ ବା ସଂପର୍କୀୟ ଦେଶ ଛାଡ଼ି ପାରିବେ ନାହିଁ ବୋଲି କୁହାଯାଇଥିଲା।

ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କିରଣଦୀପ ହେଉଛନ୍ତି ୟୁକେର ନାଗରିକ । ତାଙ୍କ ନାଁରେ ପଞ୍ଜାବରେ ଅବା ଦେଶର ଅନ୍ୟ କୌଣସି ସ୍ଥାନରେ କୌଣସି ମାମଲା ନାହିଁ। ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଅମ୍ରିତପାଲ ସିଂହଙ୍କୁ ବିବାହ କରିଥିଲେ କିରଣଦୀପ କୌର। ବିବାହ ପରେ ସେ ପଞ୍ଜାବ ଆସି ଅମ୍ରିତପାଲଙ୍କ ପୈତୃକ ଗାଁ ଜଲ୍ଲୁପୁର ଖେଡ଼ାରେ ରହୁଥିଲେ। କିରଣଦୀପ ଜଣେ ଏନ୍‌ଆରଆଇ ହୋଇଥିଲେ ହେଁ ତାଙ୍କ ବାପାଙ୍କ ବଂଶ ଲୋକେ ପଞ୍ଜାବର ଜଳନ୍ଧରର ମୂଳବାସିନ୍ଦା।

Advertisment

ଅମୃତପାଲକୁ ପୂର୍ବରୁ ସରକାର ଖଲିସ୍ଥାନୀ-ପାକିସ୍ତାନୀ ଏଜେଣ୍ଟ ଭାବେ ଘୋଷଣା କରିଛି । ଖଲିସ୍ଥାନୀ ସଂଗଠନର ଜଣେ ସକ୍ରିୟ ନେତା ହେଉଛନ୍ତି ଅମୃତପାଲ ସିଂହ । ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ତଥା ଆତଙ୍କୀ ଜର୍ନାଲ ସିଂହ ଭିଣ୍ଡରୱାଲେର ଅନୁଗାମୀ ହେଉଛି ଅମୃତପାଲ ସିଂହ । ସମର୍ଥକଙ୍କ ଗହଣରେ ଭିଣ୍ଡରୱାଲେ -୨ ଭାବେ ମଧ୍ୟ ଜଣାଶୁଣା ଅମୃତପାଲ । 

ଗତ ମାସରେ ଅମୃତପାଲକୁ ଖୋଜିବାକୁ ପୋଲିସ ପକ୍ଷରୁ ବ୍ୟାପକ ଖାନତଲାସି ଜାରି ରହିଛି । ଗତ ମାର୍ଚ୍ଚ ୧୮ ତାରିଖରେ ପୋଲିସକୁ ଚକମା ଦେଇ ଅମୃତପାଲ ସିଂହ ଫେରାର ହୋଇଯାଇଥିଲା । ଅମୃତପାଲ ଜଡ଼ିତ ଥିବା ସଂଗଠନ ୱାରିସ୍ ପଞ୍ଜାବ ଦେ ର ଶତାଧିକ କର୍ମୀଙ୍କୁ ଗିରଫ କରିଛି ପୋଲିସ । ଗୋଟିଏ ଗାଡିକୁ ଅନ୍ୟ ଗାଡି ଏବଂ ବେଶ ବଦଳାଇ ଚମ୍ପଟ ମାରିଥିଲା ।  ସ୍ବତନ୍ତ୍ର ଖଲିସ୍ତାନୀୟ ଦେଶ ଗଠନ ଆନ୍ଦୋଳନର ସହ ଜଡ଼ିତ ଅମୃତପାଲ ସିଂହ।

Khalistan Sympathisers
Advertisment
Advertisment